କଟକରେ ବର୍ଷା: ଭୁଶୁଡ଼ିଲା ଶିଶୁଭବନ କାନ୍ଥ, ସିଡିଏରେ ଦବିଲା ୨୦ ଫୁଟ୍‌ ରାସ୍ତା

ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କଟକ ସହର ଏଥିରୁ ବାଦ୍‌ ପଡ଼ି ନାହିଁ। କଟକ ସହିତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ଦିନତମାମ ବର୍ଷା ହୋଇଛି।

Rain in Cuttack

କଟକ/ବାରଙ୍ଗ: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କଟକ ସହର ଏଥିରୁ ବାଦ୍‌ ପଡ଼ି ନାହିଁ। କଟକ ସହିତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ଦିନତମାମ ବର୍ଷା ହୋଇଛି। ବର୍ଷା ଯୋଗୁଁ କିଛିସ୍ଥାନରେ ଅଘଟଣ ମଧ୍ୟ ଘଟିଥିବା ଦୃଷ୍ଟି ଗୋଚର ହୋଇଛି। 

ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର। ବର୍ଷା ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭବନା ଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଗର୍ଭକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। 

ଲଗାଣ ବର୍ଷା ଯୋଗୁଁ କଟକର ଶିଶୁ ଭବନର ନୂଆ ବିଲଡିଂ କାନ୍ଥ ଭୁଶୁଡ଼ିଛି। ବିଲଡିଂ କାନ୍ଥ ଭୁଶୁଡ଼ିବାରୁ କିଛି ବାଇକ୍ ଚାପି ହୋଇଯାଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଗୁରୁତର କିମ୍ୱା ଆହତ ହୋଇଥିବା ଖବର ଜଣାପଡ଼ିନାହିଁ। ଏହି‌ କୋଠା ଗତ ଏପ୍ରିଲ ମାସରେ ଉଦ୍‌ଘାଟନ ହୋଇଥିଲା। ପୂର୍ବ ସରକାରରେ ଏହି କୋଠା ନିର୍ମାଣ ହୋଇଛି। 

ସେହିପରି ସିଡିଏରେ ଏକ ରାସ୍ତା ଧସିଛି। ସିଡିଏ ସେକ୍ଟର-୧୦ ଅଞ୍ଚଳରେ ରାସ୍ତା ଧସିଛି। ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୨୦ ଫୁଟ ରାସ୍ତା ଦବିଛି। ନିମ୍ନମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା ଧସିବା ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହେଉଛି। ସହରରେ ଏବେ ବିଭିନ୍ନ ସ୍ଥାନରେ ହଠାତ ରାସ୍ତା ଧସିଯିବା ଯୋଗୁଁ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।  

ବର୍ଷା ପାଣିରେ ବାରଙ୍ଗ ବ୍ଲକ୍ ତ୍ରିଶୁଳୀଆ ଗାଁ ବୁଡିଛି। ଗ୍ରାମବାସୀ ଏବେ ଜଳ ବନ୍ଦୀ ହୋଇଛନ୍ତି। ଘରୁ ବାହାରିଲେ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ଉପରେ ପାଣି। ପ୍ରତିବର୍ଷ  ବର୍ଷା ଯିବା ପରେ କାର୍ତ୍ତିକ ମାସ ପର୍ଯ୍ୟନ୍ତ ପଣି ଜମି ରହିଥାଏ। ପଚାସଢ଼ା ଦୁର୍ଗନ୍ଧରେ ଗ୍ରାମବାସୀଙ୍କ ଜୀବନ ବିତିଥାଏ। ଦୂର୍ଷିତ ପାଣିରୁ ନାନା ପ୍ରକାର ରୋଗରେ ଗ୍ରାମବାସୀମାନେ ଆକ୍ରାନ୍ତ ହୁଅନ୍ତି। ୫ ବର୍ଷ ହେବ ବର୍ଷା ଦିନେ ଗ୍ରାମବାସୀମାନେ ଏପରି ଅବସ୍ଥାରେ ରହିଆସୁଛନ୍ତି। ପ୍ରଶାସନ ନିକଟରେ  ଗୁହାରି କଲେ ଶୁଦ୍ଧା ଜଳ ନିଷ୍କାସନର ବ୍ୟବସ୍ଥା ହୋଇପାରିଲା ନାହିଁ। ରାଜ୍ୟରେ ହଇଜା ଭୟ ଲାଗିରହିଥିବା ବେଳେ ଆଶଙ୍କାରେ ଗ୍ରାମବାସୀା

Rain in Odisha | Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe