ଗନ୍ଧମାର୍ଦ୍ଦନ ପାହାଡ଼ରେ ବାଦଲଫଟା ବର୍ଷା

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ଆଜି ବାଦଲଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପ୍ରସିଦ୍ଧ ହରିଶଙ୍କର ପୀଠରେ ବନ୍ୟା ସ୍ଥିତି ଦେଖାଦେଇଛି।

Hari

ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ଆଜି ବାଦଲଫଟା ବର୍ଷା ହୋଇଛି। ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ତାଣ୍ଡବ ରଚିଥିଲା।

ପ୍ରବଳ ବର୍ଷା ଯୋଗୁଁ ପ୍ରସିଦ୍ଧ ହରିଶଙ୍କର ପୀଠରେ ବନ୍ୟା ସ୍ଥିତି ଦେଖାଦେଇଛି। ପାହାଡ଼ ଉପରେ ବାଦଲ ଫଟା ବର୍ଷା ଯୋଗୁଁ ରବିବାର ସନ୍ଧ୍ୟା ସମୟରେ ହଠାତ ଝରଣାରେ ପ୍ରଖର ପାଣି ପ୍ରବାହିତ ହେବା ସହ ମନ୍ଦିର ବେଢ଼ାକୁ ବନ୍ୟା ପାଣି ଛୁଇଁ ଥିଲାI ଏପରିକି ଝରଣା ଉଛୁଳି ସନ୍ତରଣାଗରକୁ ପାଣି ମାଡ଼ି ବସିଲା ଅଧା ଘଣ୍ଟା ଧରି ଝରଣାରେ ଉଛୁଲି ଥିଲା କିଛି ସମୟ ପରେ ପୁଣି ଝରଣା ସ୍ବାଭାବିକ ହୋଇଥିଲା।

ଏଠାରେ ପ୍ରବଳ ବର୍ଷା ଯୋଗୁଁ ପ୍ରସିଦ୍ଧ ହରିଶଙ୍କର ପୀଠରେ ବନ୍ୟା ସ୍ଥିତି ଦେଖାଦେଇଛି। ପାହାଡ଼ ଉପରେ ବାଦଲ ଫଟା ବର୍ଷା ଯୋଗୁଁ ରବିବାର ସନ୍ଧ୍ୟା ସମୟରେ ହଠାତ ଝରଣାରେ ପ୍ରଖର ପାଣି ପ୍ରବାହିତ ହେବା ସହ ମନ୍ଦିର ବେଢ଼ାକୁ ବନ୍ୟା ପାଣି ଛୁଇଁ ଥିଲାI ଏପରିକି ଝରଣା ଉଛୁଳି ସନ୍ତରଣାଗରକୁ ପାଣି ମାଡ଼ି ବସିଲା ଅଧା ଘଣ୍ଟା ଧରି ଝରଣାରେ ଉଛୁଲି ଥିଲା କିଛି ସମୟ ପରେ ପୁଣି ଝରଣା ସ୍ବାଭାବିକ ହୋଇଥିବା ବେଳେ ବଢ଼ି ପାଣିର ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପାହାଡ଼ ଉପରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଦେଖାଦେଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ପାହାଡ଼ ଉପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଅନୁମାନ କରାଯାଉଥିବା କହିଛନ୍ତି। 

ସୂଚନାଯୋଗ୍ୟ, ୪ ବର୍ଷ ତଳେ ମଧ୍ୟ ଏହାଠାରୁ ଅଧିକ ଝରଣା ପାଣି ଉଛୁଳି ସନ୍ତରଣାଗାର ପୂର୍ଣ ହୋଇ ମନ୍ଦିର ପାହାଚ ଡେଇଁ ରାସ୍ତାରେ ପ୍ରବାହିତ ହୋଇଥିଲା। 

Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe