ମାଲକାନଗିରିରେ ପ୍ରବଳ ବର୍ଷା: ଆସନ୍ତାକାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଥିବା ବେଳେ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବର୍ଷାର ପରିମାଣ ମାଲକାନଗିରିରେ ଆସନ୍ତାକାଲି ଠାରୁ ଅଧିକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Malkangiri rain

ମାଲକାନଗିରି: ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଥିବା ବେଳେ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବର୍ଷାର ପରିମାଣ ମାଲକାନଗିରିରେ ଆସନ୍ତାକାଲି ଠାରୁ ଅଧିକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆସନ୍ତାକାଲି (ସୋମବାର) ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବଡିକୁ ଛୁଟି ଘୋଷଣା କରାଯାଇଛି। କିନ୍ତୁ ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ନିଜ ନିଜ ଅନୁଷ୍ଠାନରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରବଳ ବର୍ଷାକୁ ଆଖିଆଗରେ ରଖି ସମସ୍ତ ଜିଲ୍ଲା,ବ୍ଲକ ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ନିଜ ନିଜ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜରୁରୀକାଳୀନ ବିଭାଗ ପକ୍ଷରୁ ସଜାଗ ରହିଥିବା କୁହାଯାଇଛି। ୨୪ ଘଣ୍ଟିଆ ହେଲ୍ପ ଲାଇନ ମଧ୍ୟ ଖୁଲାଯିବ ବୋଲି ଜଣାପଡିଛି। ଆସନ୍ତା କାଲି ମାଲକାନଗିରି ଜିଲ୍ଲାକୁ ଓରେଞ୍ଜ ୱର୍ନିଙ୍ଗ ରହିଥିବା କୁହାଯାଇଥିବା ବେଳେ ୧୯ ତାରିଖ ଦିନ ରେଡ଼ ଓ ୨୦ ତାରିଖ ଦିନ ଅରେଞ୍ଜ ୱରନିଂ ରହିଥିବା କୁହାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଗତକାଲି ଏମଭି ୯୬ ପୋଲ ଉପରେ ୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉ ଥିବାରୁ ଯାନବାହାନ ଚଳାଚଳ ଠପ ହୋଇ ଯାଇଥିଲା। ତଳୁଆ ପୋଲ, ପ୍ରତିବର୍ଷ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥ ଉପରେ ଥିବା ଏମଭି ୯୬ ପୋଲଟି ବୁଡ଼ି ଯାଇଥିଲା। ଫଳରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅନ୍ୟ ପକ୍ଷରେ ୩/୪ ବର୍ଷ ତଳେ ଏହି ପୋଲ ନିକଟରେ ଏକ ହାଇଲେବଲ ପୋଲ ନିର୍ମାଣ କରାଯାଉ ଥିଲେ ମଧ୍ୟ ତାହା ବି ଅସମ୍ପୂର୍ଣ ହୋଇ ପଡି ରହିଥିଲା। ଏଥି ସହିତ ବିପଦ ପୁର୍ଣ ଭାବରେ କିଛି ଅମାନିଆ ଗାଡି ଚାଳକ ପୋଲ ଉପରେ ଗାଡି ନେଇ ଯାଉଥିବାର ଦେଖା ଯାଇଥିଲା। 

 Rain in Odisha | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe