ବାତ୍ୟା 'ଦାନା' ପ୍ରଭାବ: କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବହୁଛି ପବନ

ବାତ୍ୟା 'ଦାନା' ପ୍ରଭାବରେ ଆଜି ସକାଳୁ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଜାରି ରହିଛି। କଟକ ଓ ଭୁବନେଶ୍ବରରେ ସାମାନ୍ୟ ବର୍ଷା ହେଉଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଳାରେ ପ୍ରବଳ ବର୍ଷା ହେଉଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Dana

ଭୁବନେଶ୍ବର:ବାତ୍ୟା 'ଦାନା' ପ୍ରଭାବରେ ଆଜି ସକାଳୁ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଜାରି ରହିଛି। କଟକ ଓ ଭୁବନେଶ୍ବରରେ ସାମାନ୍ୟ ବର୍ଷା ହେଉଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଳାରେ ପ୍ରବଳ ବର୍ଷା ହେଉଥିବା ଜଣାଯାଇଛି। ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଜୋରରେ ପବନ ବି ବହୁଛି।  ଏଥିଲାଗି ୯ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଓ ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା।

ଏଣେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମିରେ ଦେଖିବାକୁ ମିଳିଛି ଭୟଙ୍କର ବାଲିଝଡ଼ର ଦୃଶ୍ୟ। ସେପଟେ ସମୁଦ୍ରରେ ମଧ୍ୟ ଦେଖିବାକୁ ମିଳିଛି ଉଚ୍ଚ ଜୁଆର। ବାରମ୍ବାର ବର୍ଷା ସହ ଅଧିକ ବେଗରେ ପବନ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe