ବର୍ଷାରେ ବେହାଲ ସ୍ବାଭିମାନ ଅଂଚଳ: ଡାକ୍ତରଖାନାରେ ପାଣି ଭର୍ତ୍ତି

ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି ଚିତ୍ରକୋଣ୍ଡା ବ୍ଲକରେ ହୋଇଥିବା ବାଦଲ ଫଟା ବର୍ଷା ଯୋଗୁଁ ସ୍ବାଭିମାନ ଅଂଚଳର ଯଡାମ୍ବର ସ୍ବାସ୍ଥ୍ୟ କେନ୍ଦ୍ରରେ ୪ ଫୁଟର ପାଣି ପଶିଯାଇଥିଲା।

New Project (34)

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି ଚିତ୍ରକୋଣ୍ଡା ବ୍ଲକରେ ହୋଇଥିବା ବାଦଲ ଫଟା ବର୍ଷା ଯୋଗୁଁ ସ୍ବାଭିମାନ ଅଂଚଳର ଯଡାମ୍ବର ସ୍ବାସ୍ଥ୍ୟ କେନ୍ଦ୍ରରେ ୪ ଫୁଟର ପାଣି ପଶିଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷା ଜଳ ଲହଡ଼ି ମାରିଥିଲା। ଯାହାଫଳରେ ଡାକ୍ତରଖାନାର ସମସ୍ତ ଜିନିଷ ଭାଷିବାକୁ ଲାଗିଥିଲା।

ଡାକ୍ତରଖାନାରେ ୧୦ ଜଣ ରୋଗୀ ରହିଥିଲେ। ସମସ୍ତେ ପାଣି ଉପରେ ରହିଥିଲେ। ସ୍ଥାନୀୟ ଲୋକେ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ମିଶି ଅଣ୍ଟାଏ ପାଣିରେ ପଶି ରୋଗୀଙ୍କୁ ଚିତ୍ରକୋଣ୍ଡାକୁ ସ୍ଥାନାନ୍ତର କରିଥିଲେ। ଦୀର୍ଘ ସମୟ ଧରି ପାଣି ସ୍ବାସ୍ଥ୍ୟ କେନ୍ଦ୍ରରେ ଲହଡ଼ି ମାରିଥିଲା। ଡାକ୍ତରଖାନାରେ ପାଣି ବଢିବାରେ ହିଁ ଲାଗିଥିଲା। ଯଦି ବର୍ଷା ଲାଗି ରହେ ତେବେ ଏହା ବଢି ସଂପୂର୍ଣ୍ଣ ଡାକ୍ତରଖାନାକୁ ବୁଡାଇବ ବୋଲି କୁହାଯାଇଛି। କାରଣ ପାଣି ନିଷ୍କାସନ ହେବାକୁ କୌଣସି ବାଟ ନଥିବାରୁ ପାଣି ନିଷ୍କାସନ ହୋଇପାରୁନଥିଲା।

ସ୍ବାସ୍ଥ୍ୟକେନ୍ଦ୍ରକୁ ଲାଗି ରହିଥିବା ମା‘ଘରର ବହୁ ମହିଳାମାନେ ମଧ୍ୟ ନାହିଁ ନଥିବା ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା। କିଛି ଗର୍ଭବତୀ ମହିଳା ମଧ୍ୟ ଏହି ମା‘ ଘରେ ରହିଥିବା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଲଗାଣ ବର୍ଷାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ପାଣି ପଶିଯାଇଥାଏ। ବାରମ୍ବାର ଏଭଳି ହେଉଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସୁବନ୍ଦବସ୍ତ କରାଯାଉନଥିବା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ କେନ୍ଦ୍ର ସଂପୂର୍ଣ୍ଣ ପାଣିରେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ପାଣିରେ ଔଷଧ ପତ୍ର ମଧ୍ୟ ନଷ୍ଟ ହୋଇଥିବା କୁହାଯାଇଛି।

ସ୍ବାସ୍ଥ୍ୟକେନ୍ଦ୍ରକୁ ଲାଗି ରହିଥିବା ମା‘ଘରର ବହୁ ମହିଳାମାନେ ମଧ୍ୟ ନାହିଁ ନଥିବା ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା। କିଛି ଗର୍ଭବତୀ ମହିଳା ମଧ୍ୟ ଏହି ମା‘ ଘରେ ରହିଥିବା ଦେଖିବାକୁ ମିଳିଥିଲା।

ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାନୀୟ ଲୋକେ ବହୁ ଚେଷ୍ଟା କରିଥିଲେ। କିନ୍ତୁ ପାଣି କମିବା ନାମ ନେଉନଥିଲା। ଆଗାମୀ ଦିନରେ ମଧ୍ୟ ବର୍ଷା ହେଲେ ପୁଣି ଡାକ୍ତରଖାନା ବୁଡିବ ବୋଲି କୁହାଯାଇଛି। ଯଦ୍ବାରା ରୋଗୀ ଏବଂ ଅନ୍ୟ କର୍ମଚାରୀ ନାହିଁନଥିବା ହଇରାଣ ହେବେ ବୋଲି ମଧ୍ୟ କୁହାଯାଇଛି। ତୁରନ୍ତ ଏଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe