ମଦ ବୋଝେଇ ପିକଅପ ଭ୍ୟାନକୁ ପିଟିଲା ହାଇଓ୍ବା, ଘଟଣାସ୍ଥଳରେ ପିକଅପ ହେଲପର ମୃତ

ବିଳମ୍ବିତ ରାତିରେ କଟକ-ପାରାଦୀପ ରାଜ୍ୟ ରାଜପଥର କୁଜଙ୍ଗ ଥାନା କୃଷି ଫାର୍ମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ lଏଥିରେ ପିକଅପ ଭ୍ୟାନର ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

zx

କୁଜଙ୍ଗ: ବିଳମ୍ବିତ ରାତିରେ କଟକ-ପାରାଦୀପ ରାଜ୍ୟ ରାଜପଥର କୁଜଙ୍ଗ ଥାନା କୃଷି ଫାର୍ମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ l ଏକ ମଦ ବୋଝେଇ ପିକଅପ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ପଛରୁ ଏକ ବାଲି ବୋଝେଇ ହାଇଓ୍ବା ପିକଅପକୁ ଖୁବ ଜୋରରେ ଧକ୍କା ଦେଇଥିଲା l ଏଥିରେ ପିକଅପ ଭ୍ୟାନର ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମଦଦୋକାନୀ ପିକଅପରେ ଥିବା ମଦକୁ ଉଦ୍ଧାରପାଇଁ ଯେତିକି ତତ୍ପରତା ପ୍ରକାଶ କରିଥିଲେ ସେତିକି ତତ୍ପରତା ପିକଅପ ତଳେ ଚାପି ହୋଇଥିବା ହେଲପରଙ୍କୁ ଉଦ୍ଧାର କରିବାରେ ଦେଖାଇନଥିଲେ l ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା l

ଟାଙ୍ଗୀରୁ ଓଆର-୦୫-ଏଏସ-୬୧୨୫ ପିକଅପରେ ପାରାଦୀପ ଗଡ଼ ମଦକାଉଣ୍ଟରର  ମଦ ବୋଝେଇହୋଇ ଆସୁଥିଲା l ଏହି ଗାଡ଼ିର କୁଜଙ୍ଗ କୃଷିଫାର୍ମ ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା l ଫଳରେ ଡ୍ରାଇଭର ନିର୍ଦ୍ଦେଶକ୍ରମେ ହେଲପର କାମକରୁଥିଲେ l. ଏହି ସମୟରେ ପଥପଟୁ ଦ୍ରୁତ ଗତିରେ ଏକ ହାଇଓ୍ବା ପିକଅପକୁ ଧକ୍କା ଦେଇଥିଲା l ଫଳରେ ପିକଅପ କେନାଲ କଡ଼କୁ ଓଲଟି ପଡ଼ିଥିଲା l ଏହି ସମୟରେ ହେଲପର ଗାଡ଼ିତଳେ ଚାପି ହୋଇଯାଇଥିଲେ । ତାଙ୍କୁ ଦେବଦୂତ ସଡକ ସୁରକ୍ଷା ବାହିନୀ ସଭାପତି ପଙ୍କଜ କୁମାର ତରାଇ ଓ ତାଙ୍କ ସହଯୋଗୀମାନେ ଉଦ୍ଧାର କରିଥିଲେ l ମାତ୍ର ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା l ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମଦଦୋକାନୀ ପିକଅପରେ ଥିବା ମଦକୁ ଉଦ୍ଧାରପାଇଁ ଯେତିକି ତତ୍ପରତା ପ୍ରକାଶ କରିଥିଲେ ସେତିକି ତତ୍ପରତା ପିକଅପ ତଳେ ଚାପି ହୋଇଥିବା ହେଲପରଙ୍କୁ ଉଦ୍ଧାର କରିବାରେ ଦେଖାଇନଥିଲେ l ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା lମୃତ ବ୍ୟକ୍ତିଙ୍କ ନାମ ସୁବାସ ହୋଇଥିବା ବେଳେ ତାଙ୍କ ଘର ଟାଙ୍ଗୀ ଅଞ୍ଚଳରେ ବୋଲି ସୂଚନା ରହିଛି।

ପ୍ରକାଶ ଯେ, ଟାଙ୍ଗୀରୁ ଓଆର-୦୫-ଏଏସ-୬୧୨୫ ପିକଅପରେ ପାରାଦୀପ ଗଡ଼ ମଦକାଉଣ୍ଟରର  ମଦ ବୋଝେଇହୋଇ ଆସୁଥିଲା l ଏହି ଗାଡ଼ିର କୁଜଙ୍ଗ କୃଷିଫାର୍ମ ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା l ଫଳରେ ଡ୍ରାଇଭର ନିର୍ଦ୍ଦେଶକ୍ରମେ ହେଲପର କାମକରୁଥିଲେ l. ଏହି ସମୟରେ ପଥପଟୁ ଦ୍ରୁତ ଗତିରେ ଏକ ହାଇଓ୍ବା ପିକଅପକୁ ଧକ୍କା ଦେଇଥିଲା l ଫଳରେ ପିକଅପ କେନାଲ କଡ଼କୁ ଓଲଟି ପଡ଼ିଥିଲା l ଏହି ସମୟରେ ହେଲପର ଗାଡ଼ିତଳେ ଚାପି ହୋଇଯାଇଥିଲେ । ତାଙ୍କୁ ଦେବଦୂତ ସଡକ ସୁରକ୍ଷା ବାହିନୀ ସଭାପତି ପଙ୍କଜ କୁମାର ତରାଇ ଓ ତାଙ୍କ ସହଯୋଗୀମାନେ ଉଦ୍ଧାର କରିଥିଲେ l ମାତ୍ର ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା l ମୃତ ବ୍ୟକ୍ତିଙ୍କ ନାମ ସୁବାସ ହୋଇଥିବା ବେଳେ ତାଙ୍କ ଘର ଟାଙ୍ଗୀ ଅଞ୍ଚଳରେ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe