ଏହି ନିଷ୍ପତ୍ତି ଗ୍ରହଣ ଉପରେ ଅନ୍ତରୀଣ ରୋକ୍ ଲଗାଇଲେ ହାଇକୋର୍ଟ

ଜିଏସ୍‌ଟି ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ରେ ବିଚାରବିଭାଗୀୟ ସଦସ୍ୟ, ବୈଷୟିକ ସଦସ୍ୟ, ବୈଷୟିକ ସଦସ୍ୟ ପଦ ପୂରଣ ପାଇଁ ପ୍ରାର୍ଥୀଙ୍କ ନିକଟରୁ ଦରଖାସ୍ତ ଆହ୍ବାନ କରି କେନ୍ଦ୍ର ରାଜସ୍ବ ବିଭାଗ ତରଫରୁ ୨୦୨୪, ଫେବ୍ରୁଆରି ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Orissa High Court

Orissa High Court Photograph: (sambad.in )

କଟକ: ଜିଏସ୍‌ଟି ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ରେ ବିଚାରବିଭାଗୀୟ ସଦସ୍ୟ ପଦ ପୂରଣ ପାଇଁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ନିୟମ ପାଳନ କରାଯାଉ ନଥିବା ଅଭିଯୋଗ ନେଇ ରୁଜୁ ମାମଲାର ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ ସଚିବ, ଦ୍ରବ୍ୟ ଓ ସେବା କର (ଜିଏସଟି) କାଉନସିଲ୍‌, ସର୍ଚ୍ଚ ତଥା ସିଲେକ୍ସନ୍‌ କମିଟି ସଦସ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ଜିଏସ୍‌ଟି ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ର ବିଚାରବିଭାଗୀୟ ସଦସ୍ୟ ପଦ ପାଇଁ ଚୟନ ପ୍ରକ୍ରିୟା ଚାଲି ପାରିବ କିନ୍ତୁ ଏହି ପ୍ରସଙ୍ଗରେ କୌଣସି ଚୂଡାନ୍ତ ନିଷ୍ପତ୍ତି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ୍‌ କେ.ଆର୍‌. ମହାପାତ୍ର ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଣୟ କିଶୋର ହରିଚନ୍ଦନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।   

ମାମଲାର ବିବରଣୀରୁ ପ୍ରକାଶ ଯେ, ଜିଏସ୍‌ଟି ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ରେ ବିଚାରବିଭାଗୀୟ ସଦସ୍ୟ, ବୈଷୟିକ ସଦସ୍ୟ (କେନ୍ଦ୍ର), ବୈଷୟିକ ସଦସ୍ୟ (ରାଜ୍ୟ) ପଦ ପୂରଣ ପାଇଁ ପ୍ରାର୍ଥୀଙ୍କ ନିକଟରୁ ଦରଖାସ୍ତ ଆହ୍ବାନ କରି କେନ୍ଦ୍ର ରାଜସ୍ବ ବିଭାଗ ତରଫରୁ ୨୦୨୪, ଫେବ୍ରୁଆରି ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଟ୍ରିବ୍ୟୁନାଲ୍‌ର ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଖଣ୍ଡପୀଠ ଓ ଦେଶର ବିଭିନ୍ନ ସ୍ଥାନରେ ଥିବା ୩୧ଟି ଖଣ୍ଡପୀଠରେ ମୋଟ ୯୬ଟି ସଦସ୍ୟ ପଦ ପୂରଣ କରାଯିବ ବୋଲି କୁହାଯାଇଥିଲା। ଆବଶ୍ୟକ ଯୋଗ୍ୟତା ଥିବା ଆବେଦନକାରୀ ଅନ୍‌ଲାଇନ୍‌ରେ ବିଚାରବିଭାଗୀୟ ସଦସ୍ୟ ପଦ ପାଇଁ ଆବେଦନ କରିଥିଲେ। ୨୦୨୪, ଜୁଲାଇ ୨୩ରେ ଆବେଦନକାରୀ ରାଜସ୍ବ ବିଭାଗରୁ ଏକ ଇ-ମେଲ୍‌ ପାଇଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ଆବେଦନକାରୀ ପ୍ରାଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଛନ୍ତି ଓ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ସର୍ଚ୍ଚ ତଥା ସିଲେକ୍ସନ୍‌ କମିଟି ତାଙ୍କୁ ସଂକ୍ଷିପ୍ତ ତାଲିକାରେ ରଖିଛି। ତାଙ୍କୁ ସାକ୍ଷାତକାର (ପର୍ସନାଲ୍‌ ଇଣ୍ଟରାକ୍ସନ୍‌) ପାଇଁ ଡକାଯିବ ବୋଲି ଏଥିରେ ସୂଚନା ଦିଆଯାଇଥିଲା।

୨୦୨୪, ଅଗଷ୍ଟ ୩ରେ ଆବେଦନକାରୀ କୋଲ୍‌କାତା ଯାଇଥିଲେ। ସେଠାରେ ତାଙ୍କ ଜନ୍ମତାରିଖ, ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ସାର୍ଟିଫିକେଟ୍‌ ମଧ୍ୟ ଯାଞ୍ଚ କରାଯାଇଥିଲା। ପ୍ରତି ପଦବି ପାଇଁ ସର୍ଚ୍ଚ ତଥା ସିଲେକ୍ସନ୍‌ କମିଟି ଦୁଇଜଣଙ୍କ ନାଁ ପଠାଇବ ବୋଲି ଆଶା କରାଯାଉଥିବା ବେଳେ ପୁନର୍ବାର ସାକ୍ଷାତକାର ପାଇଁ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀଙ୍କୁ ମେ’ ୩୧ରେ ଡକାଯାଇଥିଲା।

ସାକ୍ଷାତକାର ସମ୍ପର୍କିତ ଚିଠି ଓ ରାଜସ୍ବ ବିଭାଗ ସେକ୍ସନ୍‌ ଅଫିସର୍‌ଙ୍କ ଇ-ମେଲ୍‌ ୨୦୨୪, ଜୁଲାଇ ୨୫ରେ ଆବେଦନକାରୀ ପାଇଥିଲେ। ୨୦୨୪, ଅଗଷ୍ଟ ୩ରେ ଆବେଦନକାରୀ କୋଲ୍‌କାତା ଯାଇଥିଲେ। ସେଠାରେ ତାଙ୍କ ଜନ୍ମତାରିଖ, ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ସାର୍ଟିଫିକେଟ୍‌ ମଧ୍ୟ ଯାଞ୍ଚ କରାଯାଇଥିଲା। ପ୍ରତି ପଦବି ପାଇଁ ସର୍ଚ୍ଚ ତଥା ସିଲେକ୍ସନ୍‌ କମିଟି ଦୁଇଜଣଙ୍କ ନାଁ ପଠାଇବ ବୋଲି ଆଶା କରାଯାଉଥିବା ବେଳେ ପୁନର୍ବାର ସାକ୍ଷାତକାର ପାଇଁ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀଙ୍କୁ ମେ’ ୩୧ରେ ଡକାଯାଇଥିଲା। ଏହାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଥରେ ସାକ୍ଷାତକାର ପରେ ସର୍ଚ୍ଚ ତଥା ସିଲେକ୍ସନ୍‌ କମିଟି ପୁଣି ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଡାକିବା ୨୦୨୩ ନିୟମାବଳୀର ଉଲ୍ଲଂଘନ କରୁଛି।

ସାକ୍ଷାତକାର ସରିବା ପରେ ପ୍ରତି ପଦ ପାଇଁ କମିଟି ଦୁଇଜଣ ପ୍ରାର୍ଥୀଙ୍କ ନାଁ ପଠାଇବା କଥା। କିନ୍ତୁ ଏପରି ନ କରି କମିଟି ପୁନର୍ବାର ସାକ୍ଷାତକାର ପାଇଁ କେତେକ ପ୍ରାର୍ଥୀଙ୍କୁ ଡାକିବା ବେଆଇନ। ତେଣୁ ଏପରି ପଦକ୍ଷେପକୁ ଅସିଦ୍ଧ ଘୋଷଣା କରାଯାଉ। ୨୦୨୪, ଅଗଷ୍ଟ ୩ର ସାକ୍ଷାତକାର ଆଧାରରେ ପ୍ରତି ପଦ ପାଇଁ ଦୁଇ ଜଣଙ୍କ ନାଁ ସୁପାରିସ କରିବା ପାଇଁ କମିଟିକୁ ନି‌ର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ପ୍ରବୀଣ ଦାସ ଓ ସିଦ୍ଧାର୍ଥ ପ୍ରିୟଦର୍ଶନ ସହାୟତା କରୁଥିଲେ।

 high court | Court judgement

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe