High Court 20 Lakhs Compansation ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ, ମୃତକଙ୍କ ପତ୍ନୀଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ ଜିଲ୍ଲା ନିମାପଡା ସବ୍‌ଜେଲର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଦାୟର ମାମଲାର High Court ଶୁଣାଣି କରି ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Orissa High Court

Orissa High Court orders to give 20 lakhs compansation Photograph: (sambad.in)

କଟକ: ବିଚାରାଧୀନ ବନ୍ଦୀଙ୍କ ଉପଯୁକ୍ତ ଚିକିତ୍ସା ପ୍ରସଂଗରେ ଅବହେଳା ଜେଲ୍‌ କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ପଡ଼ିଛି। ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଉପଯୁକ୍ତ ଚିକିତ୍ସା ନ ପାଇ ପୁରୀ ଜିଲ୍ଲା ନିମାପଡା ସବ୍‌ଜେଲର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ତଥା ମୃତକଙ୍କ ପତ୍ନୀଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ୬ ସପ୍ତାହ ଭିତରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ରେକର୍ଡରେ ଉପଲବ୍ଧ ତଥ୍ୟ, ମୃତ ବ୍ୟକ୍ତିଙ୍କ ରୋଜଗାର ଓ ଆବେଦନକାରୀଙ୍କ ଭବିଷ୍ୟତ ଜୀବନକୁ ବିଚାରକୁ ନେଇ ଆବେଦନକାରୀ ଉକ୍ତ କ୍ଷତିପୂରଣ ରାଶି ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସବିତା ନିଶଙ୍କଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ସ୍ୱାମୀ କୃତିବାସ ଖଟେଇ ଓପେଗା ଓ ପୋମସରା ପଞ୍ଚାୟତ ନିର୍ବାହି ଅଧିକାରୀ ଥିବା ବେଳେ ପିପିଲି ଥାନାରେ ରୁଜୁ ଏକ ମାମଲାରେ ୨୦୧୬, ସେପ୍ଟେମ୍ବର ୨୦ରେ ଗିରଫ ‌ହୋଇ ଜେଲ ଯାଇଥିଲେ। ନିମାପଡ଼ା ସବ୍‌ଜେଲରେ ଆବେଦନକାରୀଙ୍କୁ ବିଚାରାଧୀନ ବନ୍ଦୀ ଭାବେ ରଖାଯାଇଥିଲା। ୨୦୦୮ରୁ ଆବେଦନକାରୀଙ୍କ ସ୍ବାମୀ ମଧୁମେହରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ନେଇ ଜେଲ କର୍ତ୍ତୃପକ୍ଷ ଅବଗତ ଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇ ନଥିଲା। ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସ୍ବାମୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ପତ୍ନୀ ଏକ ପିଟିସନ ପିପିଲି ଜେଏମଏଫସି ଅଦାଲତରେ ଦାଖଲ କରିଥିଲେ।

ଆହୁରି ପଢ଼ନ୍ତୁ Debashis' explosive statement: ବିଜେଡି ସ୍ଥିତିକୁ ନେଇ ଦେବାଶିଷଙ୍କ ବିସ୍ଫୋରକ ବୟାନ

ଜାନୁଆରି ୨୬ରେ ଆବେଦନକାରୀଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା

ଅଦାଲତଙ୍କ ନିର୍ଦ୍ଦେଶ ଆଧାରରେ ଆବେଦନକାରୀଙ୍କ ସ୍ବାମୀଙ୍କୁ ୨୦୧୭, ଜାନୁଆରି ୨୫ରେ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ସେହିଦିନ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆମ୍ବୁଲାନ୍ସ ବାବଦ ଦେୟ ଆବେଦନକାରୀ ଦେଇଥିଲେ। କିନ୍ତୁ ସେତେବେଳକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା ଓ ଶେଷରେ ୨୦୧୭, ଜାନୁଆରି ୨୬ରେ ଆବେଦନକାରୀଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁNIA files chargesheet: ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ତାଙ୍କ ସ୍ବାମୀଙ୍କ ଜୀବନ ଯାଇଥିବା ଦର୍ଶାଇ ଆବେଦନକାରୀ ୨୦୧୭ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ହେମନ୍ତ କୁମାର ରାଉତ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe