କର୍କଟ ରୋଗରେ ଚାଲି ଯାଇଥିଲେ ମା’; ଏବେ ବାପାଙ୍କ ମୃତ୍ୟୁ, ଅନାଥ ହୋଇଗଲେ ୩ ପୁଅଝିଅ

ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଆଗ୍ରିଆ ଉପକଣ୍ଠ ଦୁର୍ଗାପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମେର୍ଦା ସରକାରୀ ଉଚ୍ଚ ବିଦ୍ୟାଳୟର ପିଅନ ଏସଏସ ମହୁଲିଆ ଗ୍ରାମର ତିମିର ଓଝାଙ୍କର ଶୋଚନୀୟ ମୃତ୍ୟୁ ଘଟିଛିl

accident

accident Photograph: (sambad.in)

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଆଗ୍ରିଆ ଉପକଣ୍ଠ ଦୁର୍ଗାପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମେର୍ଦା ସରକାରୀ ଉଚ୍ଚ ବିଦ୍ୟାଳୟର ପିଅନ ଏସଏସ ମହୁଲିଆ ଗ୍ରାମର ତିମିର ଓଝା (୫୩)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛିl ବର୍ଷକ ପୂର୍ବରୁ କ୍ୟାନ୍ସର ରୋଗରେ ପୀଡିତ ସ୍ତ୍ରୀ ଛାଡି ଚାଲି ଯାଇଥିଲେl ଆଜି ବାପାଙ୍କ ମୃତ୍ୟୁ ପରେ ଅନାଥ ହୋଇଗଲେ ୩ଝିଅ ପୁଅ l

ସୂଚନା ଅନୁଯାଇ ତିମିରିଙ୍କର ପୈତୃକ ଘର ଏସଏସ ମହୁଲିଆ ଗ୍ରାମରେ ହୋଇଥିବାବେଳେ ସେ ବୈଶିଙ୍ଗାରେ ଏକ ଭଡ଼ା ଘରେ ନିଜ ୨ଝିଅ ଓ ଗୋଟେ ପୁଅକୁ ନେଇ ରହୁଥିଲେl ତେବେ ସେ ମେର୍ଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଥିବାବେଳେ ଆଜି ରାମନବମୀ ଛୁଟି ଥିବାରୁ ସେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବେତନଟୀକୁ ଯାଇଥିଲେl ବେତନଟୀରୁ ସ୍ୱାସ୍ଥ୍ୟ ପରୀକ୍ଷା କରି ବାଇକ୍‌ (ଓଡି୦୧ସି -୩୯୬୫)ରେ ଘରକୁ ଫେରୁଥିବାବେଳେ ଆଗ୍ରିଆ ଓଭରବ୍ରିଜ ଅତିକ୍ରମ କରିବା ପରେ ଦୁର୍ଗାପୁର ଛକ ନିକଟରେ ଏକ ଦ୍ରୁତଗାମୀ ଗାଡି ଆସି ତିମିରିଙ୍କ ଉପରେ ଚଢ଼ି ଯାଇଥିଲାl

ଦୁର୍ଘଟଣାରେ ତିମିରିଙ୍କର ପେଟରୁ ତଳ ଭାଗ ସମ୍ପୂର୍ଣ ଗାଡି ଚକା ତଳେ ଚାପି ଖିନଭିନ ହୋଇଯାଇଥିବାବେଳେ ତିମିରଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲାl

ତେବେ ଅଜଣା ଗାଡିଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲାl ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର ପୂର୍ବକ ବେତନଟି ଡାକ୍ତରଖାନାକୁ ନେଇ ଶବ ବ୍ୟବଛେଦ କରାଇଥିଲେl

ପ୍ରକାଶ ଥାଉ କି ତିମିରଙ୍କର ୨ଝିଅ ଗୋଟିଏ ପୁଅ ଥିବାବେଳେ ତାଙ୍କ ସ୍ତ୍ରୀ ସ୍ବପ୍ନମାଳାଙ୍କର ଗତ ବର୍ଷ କ୍ୟାନ୍ସରରେ ମୃତ୍ୟୁ ଘଟିଥିଲା l ତେବେ ଆଜି ବାପାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି ଝିଅ ସାସ୍ୱତୀ(୨୨), ଶର୍ମିଷ୍ଠା (୨୦) ଓ ମାତ୍ର ୧୧ବର୍ଷର ପୁଅ ସ୍ୱସ୍ତିକl

Accident | Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe