‘ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ପୂର୍ବ ସରକାରଙ୍କ ଐତିହାସିକ ଭୁଲକୁ ପ୍ରମାଣିତ କରିଛି’

ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦କୁ ନେଇ ରୁଜୁ ହୋଇଥିବା ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ହଟାଇ ଦେଇଛନ୍ତି।

Suryavanshi Suraj

Suryavanshi Suraj Photograph: (sambad.in)

ଭୁବନେଶ୍ୱର: ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଓ ଅଧ୍ୟାପକ ନିଯୁକ୍ତିକୁ ନେଇ ଲାଗିଥିବା ରୋକ୍‌କୁ ସୁପ୍ରିମ୍‌କୋର୍ଟ ହଟାଇଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦କୁ ନେଇ ରୁଜୁ ହୋଇଥିବା ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ହଟାଇ ଦେଇଛନ୍ତି। ଏହା ସହିତ ବର୍ତ୍ତମାନ ନୂଆ ସଂଶୋଧନ ଆଇନ୍‌ ବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଅନୁସାରେ ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଓ ଅଧ୍ୟାପକ ନିଯୁକ୍ତି ହୋଇପାରିବ।

ସୁପ୍ରିମକୋର୍ଟଙ୍କର ଏହି ନିଷ୍ପତ୍ତିକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ୱାଗତ କରିବା ସହିତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦କୁ ନେଇ ରୁଜୁ ହୋଇଥିବା ମାମଲାର ବୁଧବାର ଶୁଣାଣିକରି ସୁପ୍ରିମକୋର୍ଟ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ହଟାଇ ଦେଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କର ନିଷ୍ପତ୍ତି ପୂର୍ବ ସରକାରଙ୍କ ଦ୍ୱାରା ଅଣାଯାଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦କୁ ଭୁଲ୍‌ ସାବ୍ୟସ୍ତ କରିବା ସହିତ ଏହା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିୟମାବଳୀକୁ ଉଲଂଘନ କରୁଥିଲା ବୋଲି ସ୍ପଷ୍ଟ ପ୍ରତିପାଦିତ ହୋଇଛି। 

ବର୍ତ୍ତମାନ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଅନ୍ତରୀଣ ରହିତାଦେଶ ହଟିବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଓ ଅଧ୍ୟାପକ ନିଯୁକ୍ତି ପ୍ରକିୟା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଆଧାରରେ କରାଯିବ। ଖାଲି ପଡ଼ି ରହିଥିବା ପଦବିଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବାପାଇଁ ପଦକ୍ଷେପ ନିଆଯିବ। ଏଥିସହିତ ପୂର୍ବ ସରକାରଙ୍କ ଐତିହାସିକ ଭୁଲ୍ ନିଷ୍ପତ୍ତି ପାଇଁ ଉଚ୍ଚଶିକ୍ଷାରେ ନିଯୁକ୍ତି ଦିଗରେ ଆସିଥିବା ସ୍ଥାଣୁତାକୁ ଦୂର କରିବା ପାଇଁ କାର୍ଯ୍ୟ କରାଯିବ।

ନୂତନ ଅଧିନିୟମକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିୟମାବଳୀ ସହ ସମନ୍ୱୟ ରକ୍ଷା କରି ଅଣାଯାଇଛି। ବିଧାନସଭାରେ ରାତି ତମାମ୍ ଆଲୋଚନା ହେବାପରେ ବିଧେୟକ ପାରିତ ହେବା ଏବଂ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରି ଏହି ନୂତନ ଅଧିନିୟମ ଆସିବା ଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ସୂର୍ଯ୍ୟୋଦୟ ହୋଇଛି।

-ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ମନ୍ତ୍ରୀ 

ରାଜ୍ୟରେ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ନୂତନ ଅଧିନିୟମକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିୟମାବଳୀ ସହ ସମନ୍ୱୟ ରକ୍ଷା କରି ଅଣାଯାଇଛି। ବିଧାନସଭାରେ ରାତି ତମାମ୍ ଆଲୋଚନା ହେବାପରେ ବିଧେୟକ ପାରିତ ହେବା ଏବଂ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରି ଏହି ନୂତନ ଅଧିନିୟମ ଆସିବା ଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ସୂର୍ଯ୍ୟୋଦୟ ହୋଇଛି।ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତାକୁ ସୁନିଶ୍ଚିତ କରିବା, ଶୈକ୍ଷିକ ସଂସ୍କୃତିକୁ ବଜାୟ ରଖିବା ସହ ନିଯୁକ୍ତି ପ୍ରକିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯିବ। ଏଥିସହ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଏକ ମାଇଲ୍‌ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି। 

Education | Supreme Court | suryavanshi suraj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe