୧ଘଣ୍ଟା ୪୦ ମିନିଟ ବିଳମ୍ବରେ ଭୁବନେଶ୍ବର ଅଭିମୁଖେ ଗଡ଼ିଲା ହୀରାଖଣ୍ତ

Advertisment

କାଳବୈଶାଖୀ ଯୋଗୁଁ ଆଜି ସନ୍ଧ୍ୟାରେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍‌ କୋରାପୁଟ  ନିକଟରେ ପ୍ରଭାବିତ ହୋଇଛି। କୁସୁମୀ ନିକଟରେ ଗଛର ଏକ ଡାଳ ଭାଙ୍ଗି ଟ୍ରେନ ଲାଇନର ବିଦ୍ୟୁତ ଲାଇନ ତାର ଉପରେ ପଡିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଥିଲା।

କାଳବୈଶାଖୀ ଯୋଗୁଁ ଆଜି ସନ୍ଧ୍ୟାରେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍‌ କୋରାପୁଟ  ନିକଟରେ ପ୍ରଭାବିତ ହୋଇଛି। କୁସୁମୀ ନିକଟରେ ଗଛର ଏକ ଡାଳ ଭାଙ୍ଗି ଟ୍ରେନ ଲାଇନର ବିଦ୍ୟୁତ ଲାଇନ ତାର ଉପରେ ପଡିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଥିଲା।

Hirakhand Express

Hirakhand Express Photograph: (sambad.in)

କୋରାପୁଟ/ଜୟପୁର: କାଳବୈଶାଖୀ ଯୋଗୁଁ ଆଜି ସନ୍ଧ୍ୟାରେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍‌ କୋରାପୁଟ  ନିକଟରେ ପ୍ରଭାବିତ ହୋଇଛି। କୁସୁମୀ ନିକଟରେ ଗଛର ଏକ ଡାଳ ଭାଙ୍ଗି ଟ୍ରେନ ଲାଇନର ବିଦ୍ୟୁତ ଲାଇନ ତାର ଉପରେ ପଡିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଏଥି ଯୋଗୁଁ ଟ୍ରେନ ଆଗକୁ ନଯାଇ କୁସୁମି ନିକଟରେ ଅଟକି ରହିଥିଲା।

ଜଗଦଲପୁର ଠାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ହୀରାଖଣ୍ତ ଏକ୍ସପ୍ରେସ ଟ୍ରେନ ଆଜି ଅପରାହ୍‌ଣ ୧ଘଣ୍ଟା ୪୦ ମିନିଟ୍ ବିଳମ୍ବରେ ଜୟପୁର ଓ କୋରାପୁଟ ଷ୍ଟେସନରୁ ଛାଡିଥିବା ଜଣାପଡ଼ିଛି।

ଜୟପୁରରୁ ନିର୍ଦ୍ଧାରିତ ୫.୪୫ରେ ହୀରାଖଣ୍ତ ଛାଡିବାର ସମୟ ରହିଥିବା ବେଳେ ଆଜି ୭.୨୫ରେ ହୀରାଖଣ୍ତ ଛାଡିଥିଲା, ଯାହା ଫଳରେ ଯାତ୍ରୀମାନେ ୫ଟାରୁ ହୀରାଖଣ୍ତ ଅପେକ୍ଷାରେ ଷ୍ଟେସନକୁ ଆସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। 

କୋରାପୁଟ-ରାୟଗଡ଼ା ରେଳପଥରେ ରେଳରେ ଗତ ତିନି ଦିନରେ ୩ଥର ଅଧା ବାଟରେ ଅଟକିଛି ଟ୍ରେନ। ଗତ ୧୮ତାରିଖ ଦିନ ପେଣ୍ଟୋ ଗ୍ରାଫ ଅଚଳ ଯୋଗୁଁ ଜରଟି ନିକଟରେ ଦୀର୍ଘ ସମୟ ଅଟକି ରହିଥିଲା ହୀରାଖଣ୍ଡ ଓ ରାଉରକେଲା ଟ୍ରେନ। ସେହିଭଳି ୧୯ ତାରିଖ ସକାଳୁ ରାଉଳୀ ନିକଟରେ ପେଣ୍ଟୋ ଗ୍ରାଫ ଅଚଳ ଯୋଗୁଁ ୨ ଘଣ୍ଟା ଅଟକି ରହିଥିଲା ରାଉରକେଲା ଓ ହୀରାଖଣ୍ଡ। ଆଜି ପୁଣି ଗଛ ଡ଼ାଳ ପଡ଼ି ହୀରାଖଣ୍ଡ ଟ୍ରେନ ଅଟକି ରହିବା ଘଟଣା କେ ଆର ରେଳ ପଥରେ ରେଳ ସେବାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। 

 Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe