ଏଥର ଐତିହାସିକ ବାଲିଯାତ୍ରା ଜାରି ରହିବ ୮ ଦିନ

ଐତିହାସିକ ବାଲିଯାତ୍ରା ପାଇଁ କଟକ ଜିଲ୍ଲା ପ୍ରଶାସନ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ବାଲିଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

bali jatra

କଟକ: ଐତିହାସିକ ବାଲିଯାତ୍ରା ପାଇଁ କଟକ ଜିଲ୍ଲା ପ୍ରଶାସନ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ବାଲିଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗଣମାଧ୍ୟମକୁ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥର ବହୁ ସଂଖ୍ୟାରେ ବ୍ୟବସାୟୀଙ୍କୁ ବ୍ୟବସାୟ ସୁଯୋଗ ମିଳିବ। ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯିବ। 

ଐତିହାସିକ କଟକ ବାଲିଯାତ୍ରାରେ ଲୋକେ ବୁଲିବାର ମଜା ନେଇଥାନ୍ତି। ମୀନାବଜାର ଠାରୁ ଆରମ୍ଭ କରି ମନୋରଂଜନ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇଥାଏ। ଲୋକେ ମନଖୁସିରେ ଖିଆପିଆ କରନ୍ତି। ଘରୋଇ ସାମଗ୍ରୀ କିଣାକିଣି କରନ୍ତି। ବାଲିଯାତ୍ରାରେ ବ୍ୟବସାୟୀମାନେ କୋଟିକୋଟି ଟଙ୍କାର ବ୍ୟବସାୟ କରନ୍ତି।

ଗତବର୍ଷ ବାଲିଯାତ୍ରା ୯ ଦିନ ଧରି ଆୟୋଜିତ ହୋଇଥିବା ବେଳେ ଏହାରି ମଧ୍ୟରେ ବ୍ୟବସାୟ ୧୦୦ କୋଟି ଟଙ୍କା ଟପି ଯାଇଥିବା ଆକଳନ କରାଯାଇଥିଲା। ଗତବର୍ଷ ବାଲିଯାତ୍ରା ପଡ଼ିଆରେ ବିଭିନ୍ନ ସରକାରୀ ସଂସ୍ଥା ଜରିଆରେ ଖୋଲିଥିବା ଷ୍ଟଲରୁ ୪୦ କୋଟି ଟଙ୍କାରୁ ଅଧିକ ବେପାର ହେବା ଘଟଣା କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe