ପ୍ରତିଶ୍ରୁତି ଭୁଲିଗଲେ ସରକାର: ହକରଙ୍କୁ ମିଳୁନି ହକ୍

ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ହକର ଭାବେ କାମ କରୁଥିବା ଯୁବକମାନେ ଏବେ ନିଜର ହକ୍ ପାଇଁ ଲଢେଇ ଆରମ୍ଭ କରିଛନ୍ତି। ଖରା, ବର୍ଷା ଶୀତରେ ମଧ୍ୟ ଲୋକଙ୍କ ଘରେ ଘରେ ବୁଲି ଖବର କାଗଜ ପହଞ୍ଚାଇବା ସହ ବହୁ ଘାତ ପ୍ରତିଘାତ ସହୁଛନ୍ତି।

Malkangiri hawkar strike

Malkangiri hawkar strike Photograph: (Sambad )

ମାଲକାନଗିରି: ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ହକର ଭାବେ କାମ କରୁଥିବା ଯୁବକମାନେ ଏବେ ନିଜର ହକ୍ ପାଇଁ ଲଢେଇ ଆରମ୍ଭ କରିଛନ୍ତି। ଖରା, ବର୍ଷା ଶୀତରେ ମଧ୍ୟ ଲୋକଙ୍କ ଘରେ ଘରେ ବୁଲି ଖବର କାଗଜ ପହଞ୍ଚାଇବା ସହ ବହୁ ଘାତ ପ୍ରତିଘାତ ସହୁଛନ୍ତି। ହକର କାମ କରି ପରିବାର ପ୍ରତିପୋଷଣ କରିବା କାଠିକର ପାଠ ବୋଲି ଜିଲ୍ଲା ହକରମାନଙ୍କ ସଭାପତି ଗଣେଶ ସେଠୀ ପ୍ରକାଶ କରିଛନ୍ତି।

ତତ୍କାଳୀନ ସରକାର ଆମକୁ କେବଳ ୬ ହଜାର ଟଂକା ଦେଇ ଆଶ୍ବାସନା ଦେଇଥିଲା। କେବଳ ଭୋଟ ପାଇଁ ସେହି ସରକାର ଏଭଳି କରିଥିବା ହକରମାନେ କହିଥିଲେ। ହକରମାନଙ୍କର ବୀମା ପାଇଁ ସେମାନେ ବାରମ୍ବାର ସରକାରଙ୍କ ନିକଟରେ ଲିଖିତ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଥିଲେ। ସାଇକେଲରେ ଖବର କାଗଜ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ବାଣ୍ଟିବା ବେଳେ ବହୁ ଥର ଛୋଟ ବଡ ଦୁର୍ଘଟଣା ଘଟୁଛି।

ହକରମାନେ ପ୍ରାୟତଃ ସମସ୍ତେ ଗରିବ ପରିବାରର ହୋଇଥିବାରୁ ନିଜର ଚିକିତ୍ସା କରିବା ମଧ୍ୟ କଷ୍ଟକର ହୋଇପଡୁଥିବା କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ଭତ୍ତା ପାଇଁ ମଧ୍ୟ ଦାବି କରାଯାଉଛି। ହକରମାନଙ୍କର ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ହକର ଭାଇମାନେ ଜିଲ୍ଲାସ୍ତରୀୟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ନୂଆ ସରକାର ହକରମାନଙ୍କ ଦାବିକୁ ତୁରନ୍ତ ପୂରଣ କରନ୍ତୁ ବୋଲି ସଂଘ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe