ରଥଯାତ୍ରା: ରଥ ନିର୍ମାଣ ଶେଷ ପର୍ଯ୍ୟନ୍ତ ବଡ଼ ଦାଣ୍ଡରେ ହୋମଗାର୍ଡ ମୁତୟନ ଦାବି

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହର ହେଉଛି ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର। ବାମନଘାଟୀ ଉପଖଣ୍ଡର ସବୁଠାରୁ ବଡ଼ ରଥଯାତ୍ରା ହୁଏ ରାଇରଙ୍ଗପୁରରେ। ରଥଯାତ୍ରା ସମୟରେ ଲକ୍ଷାଧିକଙ୍କ ଭକ୍ତଙ୍କ ଜନସମାଗମ ହୋଇଥାଏ।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହର ହେଉଛି ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର। ବାମନଘାଟୀ ଉପଖଣ୍ଡର ସବୁଠାରୁ ବଡ଼ ରଥଯାତ୍ରା ହୁଏ ରାଇରଙ୍ଗପୁରରେ। ରଥଯାତ୍ରା ସମୟରେ ଲକ୍ଷାଧିକଙ୍କ ଭକ୍ତଙ୍କ ଜନସମାଗମ ହୋଇଥାଏ।

IMG_20250621_170324

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହର ହେଉଛି ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର। ବାମନଘାଟୀ ଉପଖଣ୍ଡର ସବୁଠାରୁ ବଡ଼ ରଥଯାତ୍ରା ହୁଏ ରାଇରଙ୍ଗପୁରରେ। ରଥଯାତ୍ରା ସମୟରେ ଲକ୍ଷାଧିକଙ୍କ ଭକ୍ତଙ୍କ ଜନସମାଗମ ହୋଇଥାଏ। ତେବେ ରାଇରଙ୍ଗପୁର ବଡଦାଣ୍ଡଟି ୨୨୦ ନଂ ଜାତୀୟ ରାଜପଥରେ ରଥ ଟଣା ହେଉଥିବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଥାଏ। କିନ୍ତୁ ବର୍ତ୍ତମାନ ବଡଦାଣ୍ଡରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଜାତୀୟ ରାଜପଥର ଅଧାରୁ ଅଧିକ ସ୍ଥାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଫଳରେ ଅଳ୍ପ ରାସ୍ତାରେ ପଥଚାରୀ, ଦୁଇ ଓ ଚାରି ଚକିଆ ଯାନ ସମେତ ହଜାର ହଜାର ଭାରିଯାନ ମଧ୍ୟ ଯାତାୟତ କରିଥାଏ। ଏହା ଛଡ଼ା ରାଇରଙ୍ଗପୁର ଗୋଲେଇ ଛକଠାରୁ ରଥ ନିର୍ମାଣ ହେେଉଥିବା ସ୍ଥାନ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ଶତାଧିକ ଦୁଇ ଓ ଚାରି ଚକିଆ ଯାନ ବେଆଇନ୍ ପାର୍କିଂ କରାଯାଇଥାଏ।

ତେବେ ରାସ୍ତା ଅଣଓସାରିଆ ରହୁଥିବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେବା ସହିତ ଛୋଟ ଛୋଟ ଦୂର୍ଘଟଣା ମଧ୍ୟ ଘଟୁଛି। ଏଣୁ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ରଥ ନିର୍ମାଣ ସ୍ଥାନରେ ଦୁଇଜଣ ହୋମଗାର୍ଡ ନିୟୋଜିତ କଲେ ଟ୍ରାଫିକ୍ ନିୟନ୍ତ୍ରଣ ହେବା ସହିିତ ଛୋଟ ବଡ ଦୁର୍ଘଟଣାକୁ ଏଢାଇ ଦିଆଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏଣୁ ଯଥାଶୀଘ୍ର ଉକ୍ତ ସମସ୍ୟାର ଦୂର କରାଯାଉ ବୋଲି ଜନସାଧାରଣରେ ଦାବି ହେଉଛି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe