Home Guard Death ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ, ଡ୍ୟୁଟି ବେଳେ ଟଳି ପଡ଼ିଲେ

Advertisment

ଡ୍ୟୁଟି ବେଳେ ଚାଲିଗଲା ଜୀବନ। ସକାଳୁ ଘରକୁ ଫେରି ପାରି ନ ଥିଲେ। ଜଗତସିଂହପୁରରେ Home Guardଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣା ଘଟିଛି ଜଗତସିଂହପୁର ହାଟ ବଜାର ଅଞ୍ଚଳରେ। ମୃତ ହୋମଗାର୍ଡ ହେଲେ ତର୍ତ୍ତଙ୍ଗର କିଶୋର କୁମାର ଜେନା(୪୨)।

ଡ୍ୟୁଟି ବେଳେ ଚାଲିଗଲା ଜୀବନ। ସକାଳୁ ଘରକୁ ଫେରି ପାରି ନ ଥିଲେ। ଜଗତସିଂହପୁରରେ Home Guardଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣା ଘଟିଛି ଜଗତସିଂହପୁର ହାଟ ବଜାର ଅଞ୍ଚଳରେ। ମୃତ ହୋମଗାର୍ଡ ହେଲେ ତର୍ତ୍ତଙ୍ଗର କିଶୋର କୁମାର ଜେନା(୪୨)।

Untitled

home guard dies on duty Photograph: (Sambad.in)

ଜଗତସିଂହପୁର: ଡ୍ୟୁଟି ବେଳେ ଚାଲିଗଲା ଜୀବନ। ସକାଳୁ ଘରକୁ ଫେରି ପାରି ନ ଥିଲେ। ଜଗତସିଂହପୁରରେ ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣା ଘଟିଛି ଜଗତସିଂହପୁର ହାଟ ବଜାର ଅଞ୍ଚଳରେ। ମୃତ ହୋମଗାର୍ଡ ହେଲେ ତର୍ତ୍ତଙ୍ଗର କିଶୋର କୁମାର ଜେନା(୪୨)।

ପୁଲିସ ସୂଚନା ଅନୁସାରେ, କିଶୋର ୨୦୧୦ରେ ହୋମଗାର୍ଡରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ରାତି ଡ୍ୟୁଟି ଥିଲା। ସେ ରାତି ପାଟ୍ରୋଲିଂରେ ନିୟୋଜିତ ଥିଲେ। ଡ୍ୟୁଟି ସାରି ସକାଳ ଘରକୁ ଫେରିଥାନ୍ତେ। ଗତକାଲି ରାତିରେ ହାଟବଜାର ଅଞ୍ଚଳରେ ଡ୍ୟୁଟି କରୁଥିବା ବେଳେ ଟଳି ପଡ଼ିଥିଲେ। ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି କିଶୋରଙ୍କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୁଲିସ। ଗାଁ ଶ୍ମଶାନରେ କିଶୋରଙ୍କର ଶେଷକୃତ୍ୟ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Encounter At Barbil ବଡ଼ବିଲରେ ପୁଲିସ ଏନକାଉଣ୍ଟର, ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଗୁରୁତର

ଅପମୃତ୍ୟୁ ମାମଲା ରୁଜୁ

 ଜଗତସିଂହପୁର ଥାନା ଆଇଆଇସି ସରୋଜକାନ୍ତ ସାମଲ ଓ ଅନ୍ୟ ପୁଲିସ କର୍ମଚାରୀ ଶେଷ ସମ୍ମାନ ଜଣାଇଥିଲେ। ଏ ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ପୁଲିସ ଏ ନେଇ ଅଧିକ ଅନୁସନ୍ଧାନ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଏ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe