contraband seized Photograph: (Sambad )
ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଧବାର ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଉଁଶୁଣି ଥାନା ବଜାର ଅଞ୍ଚଳର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ନିକଟରେ ୟୁପି-୪୨-ଟି-୮୫୮୯ ନମ୍ବର ବିହୀନ ଏକ ଆଇଚର ଟ୍ରକକୁ ଅଟକାଇ ଥାନାକୁ ଆଣିଥିଲା। ଟ୍ରକ ଭିତରୁ ଗଞ୍ଜେଇ ଭର୍ତ୍ତି ବସ୍ତା ପୁଲିସ ପାଇଥିଲା।
ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ସମ୍ପୃକ୍ତ ଗାଡିର ଡ୍ରାଇଭର ଦୈତାରି ମହାକୁଡ଼, (୪୦ ବର୍ଷ) ଏବଂ ରଞ୍ଜିତ କର୍ମୀ (୪୧ ବର୍ଷ) ଉଭୟ ମନମୁଣ୍ଡା ଥାନା ପଇରବନ୍ଧ ଗ୍ରାମର ଦୁଇ ଜଣକୁ ପୁଲିସ ଗିରଫ କରିଥିଲା। ଜବତ ହୋଇଥିବା ଗଞ୍ଜେଇର ପରିମାଣ ୧୪୦ କେଜି ବୋଲି ପୁଲିସ ପ୍ରକାଶ କରିଛି। ଏଥିସହିତ ଗଞ୍ଜେଇ ଚାଲାଣରେ ସହଯୋଗ କରିଥିବା ଅଭିଯୋଗରେ ମନମୁଣ୍ଡା ଥାନାରେ କାର୍ଯ୍ୟରତ ହୋମଗାର୍ଡ ସମାରୁ ସେଠୀକୁ ମଧ୍ୟ ପୁଲିସ ଗିରଫ କରିଥିଲା।
ଏନେଇ ବାଉଁଶୁଣି ଥାନାରେ କେସ ନଂ ୭୦/୨୫ ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ବୌଦ୍ଧ ଏସଡ଼ିପିଓ ଲରେନ ରାଉତରାୟ ବାଉଁଶୁଣି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
Boudh | contraband
Follow Us