ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ୟଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasifala

ମେଷ: ଜୀବନରେ କୌଣସି ପ୍ରକାର ପରିବର୍ତ୍ତନ ପାଇଁ ବିଚାର ବିମର୍ଶ କରିବେ। ସାଥିରେ କାମ କରୁଥିବା ଲୋକଙ୍କ ସହ ମନଖୋଲି କଥା ହେବେ। କଳାକ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ‌
ବୃଷ: ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଭ୍ରମଣ ପାଇଁ ଯୋଜନା କରିପାରନ୍ତି। ସନ୍ଧ୍ୟାରେ ଜୀବନସାଥୀ ସହ ଆନନ୍ଦମୟ ସମୟ ଅତିବାହିତ କରିବେ। ‌
ମିଥୁନ: ଅଫିସରେ ଜରୁରୀ କାମ ପୂରା କରିବା ଲାଗି ସହକର୍ମୀଙ୍କ ସହଯୋଗ ପାଇବେ। କୋର୍ଟ କଚେରି ମାମଲା ଠାରୁ ଦୂ‌ରରେ ରହନ୍ତୁ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା ହେବେ। 
କର୍କଟ: ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଟ୍ରାଭେଲ୍‌ ଏଜେନ୍‌ସି ବ୍ୟବସାୟୀଙ୍କର ଉନ୍ନତି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ସିଂହ: ଆପଣଙ୍କ ଭିତରେ ପ୍ରଚୁର ଆତ୍ମବିଶ୍ବାସ ରହିବ। ଉନ୍ନତିର ସୁଯୋଗ ପାଇବେ। ପରିବାର ସହ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ନୂଆ କାମ କରିବା ଲାଗି ଚିନ୍ତା କରିବେ। ପ୍ରେମ ଜୀବନ ଭଲ ରହିବ। 

କନ୍ୟା: ଦିନଟି ଆପଣଙ୍କ ଲାଗି ଭଲ ରହିବ। ରାଜନେତା କୌଣସି ସଭାକୁ ଯିବେ। ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହ‌ିବେ। 
ତୁଳା: ପରିବାର ଲୋକଙ୍କ ଠାରୁ ସହଯୋଗ ପାଇବେ। ଉନ୍ନତିର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ରାଜନୀତିରେ କିଛି ଆଶା ପୂରଣ ହେବ। କୌଣସି ଛୋଟିଆ ସୁଯୋଗ ଆପଣଙ୍କୁ ଧନବାନ କରିପାରେ।

ବିଛା: ଆପଣ ନିଜ ଉପରେ ଧ୍ୟାନ ଦେବା ଆବଶ୍ୟକ। ଅଫିସ ଯିବା ସମୟରେ ଜିନିଷ ଓ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ସମ୍ବନ୍ଧକୁ ନେଇ ମନରେ ପ୍ରଶ୍ନ ଉଠିପାରେ। 
ଧନୁ: ପାରିବାରିକ ଜୀବନ ସୁଖମୟ ହେବ। ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରତ ସମୟରେ ପୂରା କରିନେବେ। ପୁରୁଣା ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସି ପାରନ୍ତି। 
ମକର: ଦୀର୍ଘ ଦିନର ଆଶା ପୂରଣ ହେବ। ନୂଆ କାର୍ଯ୍ୟ କୌଶଳ ଉପରେ ବିଚାର କରିବେ। ବିରୋଧୀ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଡରିବେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ। 
କୁମ୍ଭ: ଆପଣଙ୍କ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଫଳ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବନ୍ଧୁ ସହିତ ସମ୍ବନ୍ଧ ମଜଭୁତ ହେବ। କୋର୍ଟ କଚେରି ମାମଲାରେ ଭଲ ଖବର ପାଇବେ। ଦମ୍ପତ୍ୟ ସାମ୍ବନ୍ଧରେ ମଧୁରତା ଆସିବ।
ମୀନ: ବ୍ୟବସାୟ କାର୍ଯ୍ୟରେ ପ୍ରଗତି ହେବ। ଘରେ କୌଣସି ପ୍ରକାର ମରାମତି କାର୍ଯ୍ୟ କରିପାରନ୍ତି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ସମ୍ପର୍କୀୟ ଆସିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe