କାଳବୈଶାଖୀ: ଭୁଶୁଡ଼ିଲା ଡାକ୍ତରଖାନା ଛାତ, ଅଳ୍ପକେ ବର୍ତ୍ତିଲେ କାର୍ଯ୍ୟରତ ଡାକ୍ତର

ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ସହିତ ପବନ ବର୍ଷା ଜୋର ହୋଇଛିl ଏହାର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଛିl

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ସହିତ ପବନ ବର୍ଷା ଜୋର ହୋଇଛିl ଏହାର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଛିl ବିଭିନ୍ନ ସ୍ଥାନରେ ଘର ଛପର ଉଡିଯାଇଥିବା ବେଳେ ରାସ୍ତା ଘାଟରେ ଗଛ ଉପୁଡ଼ି ପଡ଼ିଥିବା ଖବର ମିଳିଛିl ଏହି ଭୟଙ୍କର କାଳବୈଶାଖୀ ପ୍ରଭାବରେ ବୈଶିଙ୍ଗା ପାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ନିଜ ସିଟରେ ବସିଥିବାବେଳେ ତାଙ୍କ ଉପରେ ଥିବା ଡାକ୍ତରଖାନା ସିଲିଂ ଭୁଶୁଡ଼ି ପଡ଼ିଥିଲାl ହେଲେ  ଅଳ୍ପକେ ବର୍ତ୍ତିଯାଇଥିଲେ ଉକ୍ତ ଡାକ୍ତରଖାନାର ମୁଖ୍ୟ ଡାକ୍ତର ବିକାଶ ନାଏକl

ସୂଚନା ଅନୁଯାଇ ଆଜି ସନ୍ଧ୍ୟାରେ ଡାକ୍ତର ବିକାଶ ତାଙ୍କ ସିଟରେ ରୋଗୀ ଦେଖିବାକୁ ବସିଥିବାବେଳେ ହଟାତ କାଳବୈଶାଖୀ ତାର କରାଳ ରୂପ ଦେଖାଇବା ଆରମ୍ଭ କରିଥିଲାl ସଙ୍ଗେ ସଙ୍ଗେ ବିଜୁଳି ଘଡଘଡି ସହିତ ଜୋର ବେଗରେ ପବନ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥିଲା, ଯେଉଁଥି ପାଇଁ ଡାକ୍ତର ବିକାଶ ନିଜ କ୍ୱାର୍ଟରକୁ ଯାଇ ନପାରି ଡାକ୍ତରଖାନାରେ ହିଁ ବସି ରହିଥିଲେl

ବୈଶିଙ୍ଗା ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ସହିତ ପବନ ବର୍ଷା ଜୋର ହୋଇଛିl ଏହାର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଛିl ବିଭିନ୍ନ ସ୍ଥାନରେ ଘର ଛପର ଉଡିଯାଇଥିବା ବେଳେ ରାସ୍ତା ଘାଟରେ ଗଛ ଉପୁଡ଼ି ପଡ଼ିଥିବା ଖବର ମିଳିଛିl ଏହି ଭୟଙ୍କର କାଳବୈଶାଖୀ ପ୍ରଭାବରେ ବୈଶିଙ୍ଗା ପାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ନିଜ ସିଟରେ ବସିଥିବାବେଳେ ତାଙ୍କ ଉପରେ ଥିବା ଡାକ୍ତରଖାନା ସିଲିଂ ଭୁଶୁଡ଼ି ପଡ଼ିଥିଲାl

publive-image

ତେବେ ପବନର ବେଗ କ୍ରମଶଃ ବୃଦ୍ଧି ପାଇଥିଲା ଓ ତାହାର ପ୍ରଭାବରେ ଡାକ୍ତରଖାନା ସିଲିଂ ଭୁଶୁଡ଼ି ପଡ଼ିଥିଲାl ଡା. ବିକାଶ ନିଜ ସ୍ଥାନରୁ ଉଠି ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିବାରୁ ଏକ ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେl ବାରମ୍ବାର ସ୍ଥାନୀୟ ଲୋକଙ୍କ ଅନୁରୋଧ, ସ୍ଥାନୀୟ ଜନପ୍ରତିନିଧିଙ୍କ ପ୍ରତିଶୃତି ପରେ ବି ୧୦୦ବର୍ଷ ପୁରୁଣା ଏହି ବୈଶିଙ୍ଗା ଡାକ୍ତରଖାନାର ଅବସ୍ଥା ସୁଧୁରୁନିl ଏହିଭଳି ଅବସ୍ଥାରେ ରହିଲେ କୋଉଦିନ ଏମିତି କିଛି ଦୁର୍ଘଟଣା ଘଟି କୌଣସି ରୋଗୀ କିମ୍ବା ଅନ୍ୟ କାହାରି ଜୀବନ ଚାଲିଯିବା ନେଇ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତିl

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe