ଗୋରୁମହିଷାଣୀ ଆଇରନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ ପାଇଁ ଦାବି

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ଗୋରୁମହିଷାଣୀ ଆଇରନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୧୯୯୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହି ଅଞ୍ଚଳର ଗରିବ, ଆଦିବାସୀ ଓ ପଛଅଞ୍ଚଳ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷାରେ ଏ ଅନୁଷ୍ଠାନ ଅଗ୍ରଗାମୀ ଭୂମିକା ନିଭାଇ ଆସୁଛି।

Rairangpur

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ଗୋରୁମହିଷାଣୀ ଆଇରନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୧୯୯୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହି ଅଞ୍ଚଳର ଗରିବ, ଆଦିବାସୀ ଓ ପଛଅଞ୍ଚଳ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷାରେ ଏ ଅନୁଷ୍ଠାନ ଅଗ୍ରଗାମୀ ଭୂମିକା ନିଭାଇ ଆସୁଛି। ଏହା ସୀମାନ୍ତ ଓ ଲୌହଖଣି ଅଞ୍ଚଳରେ ଅବସ୍ଥିତ ଥିବା ସତ୍ତ୍ବେ, ଏଠାରେ ଏପର୍ଯ୍ୟନ୍ତ ହଷ୍ଟେଲ ନିର୍ମିତ ହୋଇପାରି ନାହିଁ।

ଏହି ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରାୟ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ପାହାଡ଼, ଜଙ୍ଗଲ ଓ ଅପରିଚିତ ରାସ୍ତା ଅତିକ୍ରମ କରି ଦୂର ଦୂରାନ୍ତରୁ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ଶତକଡା ୭୦ ଛାତ୍ରଛାତ୍ରୀ ଆଦିବାସୀ ପୃଷ୍ଠଭୂମିରୁ ଆସିଥିବା ଦେଖିବାକୁ ମିଳିଛି। ଯାତାୟତର ନାନା ଅସୁବିଧାର ସମ୍ମୁଖୀନ ହୋଇ କ୍ଳାସ ଶେଷକରି ଅଧିକାଂଶ ଛାତ୍ର ଛାତ୍ରୀ  ଦୈନନ୍ଦିନ ଯିବା ଆସିବା କରୁଛନ୍ତି।

ଦୀର୍ଘ ୩୩ ବର୍ଷର ପୁରୁଣା ଅନୁଷ୍ଠାନ କିନ୍ତୁ ହଷ୍ଟେଲର ସୁବିଧା ନ ଥିବାରୁ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ବାରମ୍ବାର ଶୁଣିବା ପାଇଁ ମିଳୁଥିବା ଯୋଗୁଁ ନିର୍ମାଣ ପାଇଁ ଦାବି ଉଠିଥିବା ସତ୍ତେ, ରାଇରଙ୍ଗପୁର ବ୍ଲକର ଏକମାତ୍ର ଗୋରୁମହିଷାଣୀ ଆଇନର କଲେଜରେ ଆଜିପର୍ଯ୍ୟନ୍ତ ଏହି ଆବଶ୍ୟକତା ପୂରଣ ହୋଇନାହିଁ। ଏହି ପରିସ୍ଥିତି ଦେଖି ଅଂଚଳବାସୀ, ଛାତ୍ରଛାତ୍ରୀ, ଶିକ୍ଷକ, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ମିଳିତ ହୋଇ ଶୀଘ୍ର ହଷ୍ଟେଲ ନିର୍ମାଣ ପାଇଁ ଦାବି କରୁଛନ୍ତି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe