କୋଲାବିରା: ଝାରସୁଗୁଡ଼ାଜିଲ୍ଲା କୋଲାବିରା ସଦର ମହକୁମାରେ ଥିବା ପ୍ରସିଦ୍ଧ ପେଡା ବ୍ୟବସାୟୀ ହୋଟେଲ ଶକୁନ୍ତଳାର ମାଲିକ ସୁରେନ୍ଦ୍ର ଟଣ୍ଡକାରଙ୍କ ସମେତ ସ୍ତ୍ରୀ ନିଆଁ ଲାଗି ଯିବାରୁ ପୋଡ଼ି ଗୁରୁତର ଆହତ ହୋଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ ଟା ବେଳକୁ ହୋଟେଲରେ ଥିବା କିଚେନରେ ପ୍ରତିଦିନ ପରି ମାଲିକାଣୀ ପୁଷ୍ପାଞ୍ଜଳି ପହଞ୍ଚି ରୋଷେଇ ଆରମ୍ଭ ପାଇଁ ଗ୍ୟାସ ଚୁଲା ଜଳାଇ ଥିଲେ। ତେବେ ଗ୍ୟାସ ଲିକ୍ ଥିବାରୁ ତାଙ୍କ ଦେହରେ ନିଆଁ ଲାଗି ଯାଇ ପୋଡ଼ି ଯାଇଥିଲେ। ନିଆଁ ଲିଭେଇବା ସହ ସ୍ତ୍ରୀଙ୍କୁ ରକ୍ଷା କରିବା ପାଇଁ ସ୍ୱାମୀ ସୁରେନ୍ଦ୍ର ଚେଷ୍ଟା କରିଥିଲେ। ତେବେ ନିଆଁକୁ ଆୟତ୍ତ କରିନପାରି ସେ ନିଜେ ପୋଡ଼ି ଯାଇଥିଲେ।

ଗୁରୁତର ଦମ୍ପତି ଡାକ୍ତରଖାନାରେ ଭର୍ତ୍ତି

ଆହୁରି ପଢ଼ନ୍ତୁ: Husband KillS Wife ଦାମ୍ପତ୍ୟ କଳହର ପରିଣତି: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ଵାମୀ, ଘରେ ପଡ଼ିଛି ମୃତଦେହ

ଗୁରୁତର ଦମ୍ପତିଙ୍କୁ ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ରାଉରକେଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯିବା ଜଣାପଡିଛି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଆହୁରି ପଢ଼ନ୍ତୁ: Health: ଅବ୍ୟବସ୍ଥା ଘେରରେ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର