ବିଜେଡିର ଅଭିଯୋଗ: ଜେଲ୍‌ ଯାଇଥିବା ନେତାଙ୍କ ପାଖରେ ଛାତ୍ରୀମାନେ କେତେ ସୁରକ୍ଷିତ?

ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ଡରୁଛନ୍ତି। ସେଥିପାଇଁ ବେଆଇନ ଭାବେ ବିଜେପି ଛାତ୍ରୀ ସଙ୍ଗଠନ ବୈଠକ କରୁଛି। ବିଜୁ ଜନତା ଦଳ ଏଭଳି ଅଭିଯୋଗ ଆଣିଛି। ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଛାତ୍ରୀଙ୍କ ସହ ବିଜେପି ନେତା ବୈଠକ କରିବା ପ୍ରସଙ୍ଗରେ ବିଜେଡି ବର୍ଷିଛି।

New Project (25)

ଭୁବନେଶ୍ବର: ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ଡରୁଛନ୍ତି। ସେଥିପାଇଁ ବେଆଇନ ଭାବେ ବିଜେପି ଛାତ୍ରୀ ସଙ୍ଗଠନ ବୈଠକ କରୁଛି। ବିଜୁ ଜନତା ଦଳ ଏଭଳି ଅଭିଯୋଗ ଆଣିଛି। ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଛାତ୍ରୀଙ୍କ ସହ ବିଜେପି ନେତା ବୈଠକ କରିବା ପ୍ରସଙ୍ଗରେ ବିଜେଡି ବର୍ଷିଛି। ବିଶ୍ବବିଦ୍ୟାଳୟରେ ପାଠ ପଢା ଚାଲୁଥିବା ସମୟରେ ଛାତ୍ରୀଙ୍କୁ ନେଇ ‌ବିଜେପି ବୈଠକ କରିଛି। ବିଜେପି ନେତା ଜଗନ୍ନାଥ ପ୍ରଧାନ, ଅଭିଳାଷ ପଣ୍ଡା ଓ ଜୀବନ ରାଉତ ବୈଠକ ପରିଚାଳନା କରିଥିଲେ। ଜେଲ୍‌ ଯାଇଥିବା ନେତାଙ୍କ ପାଖରେ ଛାତ୍ରୀମାନେ କେତେ ସୁରକ୍ଷିତ ବୋଲି ବିଜେଡି ପ୍ରଶ୍ନ କରିଛି। ଏହି ବିଷୟରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିଥିଲେ କି? ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ପାଖରେ ଏନେଇ ଖବର ଥିଲା ତ? ବୋଲି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ, ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଛାତ୍ରୀ ନେତ୍ରୀମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ରାଜ‌ନୈତିକ ଦଳଗୁଡ଼ିକ ଲାଗିପଡ଼ିଛନ୍ତି। କିଏ ଗୁପ୍ତ କରୁଛି ତ ଆଉ କିଏ କ୍ୟାମ୍ପସ ବାହାରେ ପତିଆରା ପ୍ରଦର୍ଶନ ଜାରି ରଖିଛନ୍ତି। ଏହିକ୍ରମରେ  ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ୨୯ ନମ୍ବର ୱାର୍ଡ କାର୍ଯ୍ୟାଳୟଠାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ତଥା ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଜେପି ଯୁବମୋର୍ଚ୍ଛା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ସ୍ଥାନୀୟ କର୍ପୋରେଟର ଜୀବନ ରାଉତ ପ୍ରମୁଖ ସାମିଲ ହୋଇଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ବିଜେପି ନେତାମାନେ ଛାତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ବୁଝାଇଥିଲେ। ଏହି ବୈଠକରେ କୌଣସି ବ୍ୟାନର କିମ୍ବା ପୋଷ୍ଟର ବ୍ୟବହାର ହୋଇ ନ ଥିଲା। ବରଂ ଛାତ୍ର ସଂସଦ ନିର୍ବାଚନ ଉପରେ ବ୍ୟାପକ ଆଲୋଚନା ହୋଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ଛାତ୍ରୀ ନେତ୍ରୀମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ରାଜ‌ନୈତିକ ଦଳଗୁଡ଼ିକ ଲାଗିପଡ଼ିଛନ୍ତି। କିଏ ଗୁପ୍ତ କରୁଛି ତ ଆଉ କିଏ କ୍ୟାମ୍ପସ ବାହାରେ ପତିଆରା ପ୍ରଦର୍ଶନ ଜାରି ରଖିଛନ୍ତି। ଏହିକ୍ରମରେ  ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ୨୯ ନମ୍ବର ୱାର୍ଡ କାର୍ଯ୍ୟାଳୟଠାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ସାମିଲ ହୋଇଥିବା ୫୦ରୁ ଅଧିକ ଛାତ୍ରୀ କେବଳ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଥିଲେ। ସେମାନଙ୍କ ସହ ଅଳ୍ପ କିଛି ଜଣ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। କ୍ୟାମ୍ପସରେ ବର୍ତ୍ତମାନର ସ୍ଥିତି କିଭଳି ରହିଛି? ଆଗକୁ କିଭଳି ଅଧିକରୁ ଅଧିକ ଛାତ୍ରୀମାନଙ୍କୁ ସଙ୍ଗଠନ ସହ ସାମିଲ କରାଯିବ ସେନେଇ ବୈଠକରେ ମାନସ ମନ୍ଥନ ହୋଇଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପତିଆରା ଜାହିର କରିଥିବା ଏକ ରାଜ‌ନୈତିକ ଦଳର କିଛି ଛାତ୍ରୀନେତ୍ରୀ ଏହି ବୈଠକରେ ସାମିଲ ହୋଇଥିବାରୁ ବୈଠକର ଗୁରୁତ୍ବ ବଢ଼ିଯାଇଛି। ସମ୍ପୃକ୍ତ ଛତ୍ରୀ ନେତ୍ରୀମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ସହ କ୍ୟାମ୍ପସରେ ନିଜର ସଙ୍ଗଠନକୁ ଅଧିକ ସୁଦୃଢ଼ କରିବାକୁ ବିଜେପି ଲାଗିପଡ଼ିଥିବା ଆଜି କ୍ୟାମ୍ପସରେ ଚର୍ଚ୍ଚା ଚାଲିଛି।

BJD | BJP

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe