ମାଲକାନଗିରି: ବିଧାନସଭାରେ ଛତୁଆକୁ ନେଇ ହୋ ହଟ୍ଟଗୋଳ ହେଉଥିବା ବେଳେ ଏବେ ଜିଲ୍ଲାରେ ଛତୁଆ ବଣ୍ଟନକୁ ନେଇ ପ୍ରଶ୍ନ ଉଠିଛି।ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳ ଭାବେ ଚିତ୍ରକୋଣ୍ଡା ବ୍ଲକ ଅନ୍ୟତମ। ଏହି ବ୍ଲକରେ ସବୁଠାରୁ ବେଶୀ ଗରିବ ଏବଂ ଅନୁନ୍ନତ ଶ୍ରେଣୀର ଲୋକେ ବସବାସ କରନ୍ତି। ତେବେ ଏହି ଅଂଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଏବଂ ଗମନାଗମନ ପାଇଁ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି। ଏପରିକି ଶିଶୁମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରଚୁର ପରିମାଣରେ ପୁଷ୍ଟାସାର ଖାଦ୍ୟ ପ୍ରଦାନ ନେଇ ସରାକର ଲକ୍ଷ ଲକ୍ଷ ଟଂକା ଖର୍ଚ୍ଚ କରୁଛନ୍ତି।
ତେବେ ଚିତ୍ରକୋଣ୍ଡା ବ୍ଲକର ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଛତୁଆ ପହଞ୍ଚିପାରୁନଥିବା ନେଇ ଅଭିଯୋଗ ହୋଇଛି।ଏହି ବ୍ଲକରେ ଗୋଟିଏ ଛତୁଆ ନିର୍ମାଣ କେନ୍ଦ୍ର ରହିଛି।ଯାହାଫଳରେ ଦୁର୍ଗମ ଅଂଚଳକୁ ଛତୁଆ ଠିକ ଭାବେ ପହଞ୍ଚିନପାରି ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ଯାହାର ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସନ୍ତା ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବିଧାନସଭାରେ ବିଧାୟକମାନେ କରିଥିବା ଅଭିଯୋଗ ଜିଲ୍ଲାରେ ତାହାର ପ୍ରମାଣ ଦେଉଛି। ଛତୁଆ ନିର୍ମାଣରେ କେତେ ସ୍ବଚ୍ଛ ଏବଂ ଏହାର ବଣ୍ଟନରେ କେତେ ସତ୍ୟ ରହିଛି ତାହା ବିଭାଗୀୟ ଅଧିକାରୀ ଉଚିତ ତଦନ୍ତ କଲେ ସବୁ କଥା ପଦାକୁ ଆସନ୍ତା ଏବଂ ପ୍ରତ୍ୟେକ ଶିଶୁ ସେମାନଙ୍କର ହକ୍ ପାଇପାରନ୍ତେ ବୋଲି କୁହାଯାଇଛି। ଏହି ବ୍ଲକର ୧୮ଟି ପଞ୍ଚାୟତରେ ୧୮୦ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଅର୍ଦ୍ଧାଧିକ ଅଙ୍ଗନବାଡି କେନ୍ଦ୍ର ଦୁର୍ଗମ ଅଂଚଳରେ ରହିଛି। ଯେଉଁଠି ଠିକ ସମୟରେ ଛତୁଆ ପହଞ୍ଚୁ ନାହିଁ।
ସୂଚନା ଅନୁଯାୟୀ ଏହି ବ୍ଲକର ଛତୁଆ ପ୍ରସ୍ତୁତ ପାଇଁ ପ୍ରତି ମାସରେ ୧୬ ଲକ୍ଷ ଟଂକା ବିଲ ହେଉଛି। ତେବେ ଏତେ ଟଂକା ଖର୍ଚ୍ଚ ହେଉଥିଲେ ମଧ୍ୟ କାହିଁକି ଏହି ଅଂଚଳର ଶିଶୁମାନେ ଠିକ ରୂପେ ଛତୁଆ ପାଇବେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।
ପ୍ରକାଶ ଥାଉକି ସରକାରଙ୍କ ତରଫରୁ ତିନି ପ୍ରକାରର ଛତୁଆ ପ୍ରଦାନ କରାଯାଉଛି। ନୀଳ ରଂଗର ଶିଶୁଙ୍କ ପାଇଁ, ହଳଦିଆ ରଂଗର ଗର୍ଭବତୀଙ୍କ ପାଇଁ ଏବଂ ପିଙ୍କ ରଂଗର କିଶୋରୀ ବାଳିକାମାନଙ୍କ ପାଇଁ ଛତୁଆ ରହିଛି। ଏନେଇ ଚିତ୍ରକୋଣ୍ଡା ବ୍ଲକର ସିଡିପିଓଙ୍କୁ ପଚରାଯିବାରୁ ସେ ଠିକ ରୂପେ ପହଞ୍ଚୁଥିବା କହିଥିବା ବେଳେ ମାତ୍ର ଗୋଟିଏ ଛତୁଆ ପ୍ରସ୍ତୁତ କେନ୍ଦ୍ର ରହିବା ସହ ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଏହା ପରିଚାଳିତ ହେଉଥିବାରୁ ଅସୁବିଧା ହେଉଥିବା ମାନି ଥିଲେ। ଅନ୍ୟଦିଗରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କୁ ପଚାରିବାରୁ ସେ ଏନେଇ କିଛି ଉତ୍ତର ରଖିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ଛତୁଆରେ କାହାର କେତେ ଭାଗ ରହିଛି। ପ୍ରତ୍ୟେକ ମାସରେ କିନ୍ତୁ ଠିକ ବିଲ ପ୍ରଦାନ କରାଯାଉଛି।
ଏହି ଖବର ପଢ଼ନ୍ତୁ: ୫୦୦ରୁ ଅଧିକ ଜୀବନ୍ତ କଇଁଛ ଜବତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/ncadQiGVnhsHx9HMQWlQ.jpeg)