Howrah - Titlagarh Ispat Express ହାୱଡ଼ା–ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାରିତ, ୨୧ ଫେବ୍ରୁଆରିରୁ ମିଳିବ ନୂତନ ସୁବିଧା

Advertisment

ପୂର୍ବରୁ ହାୱଡ଼ାରୁ ଟିଟିଲାଗଡ଼ ମଧ୍ୟରେ ଚାଲୁଥିବା ହାୱଡ଼ା–ଟିଟିଲାଗଡ଼ Ispat Expressକୁ ଏବେ ଆଗକୁ ବଢ଼ାଇ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ଜୁନାଗଡ଼ ରୋଡ଼ ପର୍ଯ୍ୟନ୍ତ ବିସ୍ତାର ହେବାରୁ ଏହି ଟ୍ରେନ୍ ପ୍ରାୟ ୧୦୦ କିଲୋମିଟର ଅଧିକ ଦୂରତା ଅତିକ୍ରମ କରିବ।

ପୂର୍ବରୁ ହାୱଡ଼ାରୁ ଟିଟିଲାଗଡ଼ ମଧ୍ୟରେ ଚାଲୁଥିବା ହାୱଡ଼ା–ଟିଟିଲାଗଡ଼ Ispat Expressକୁ ଏବେ ଆଗକୁ ବଢ଼ାଇ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ଜୁନାଗଡ଼ ରୋଡ଼ ପର୍ଯ୍ୟନ୍ତ ବିସ୍ତାର ହେବାରୁ ଏହି ଟ୍ରେନ୍ ପ୍ରାୟ ୧୦୦ କିଲୋମିଟର ଅଧିକ ଦୂରତା ଅତିକ୍ରମ କରିବ।

Un

Howrah - Titlagarh Ispat Express Photograph: (sambad.in)

ସୁନ୍ଦରଗଡ଼/ ବନ୍ଧମୁଣ୍ଡା(ଦେବ କୁମାର ଦେ): ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖୁସିର ଖବର ସାମ୍ନାକୁ ଆସିଛି। ପୂର୍ବରୁ ହାୱଡ଼ାରୁ ଟିଟିଲାଗଡ଼ ମଧ୍ୟରେ ଚାଲୁଥିବା ହାୱଡ଼ା–ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍‌କୁ ଏବେ ଆଗକୁ ବଢ଼ାଇ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାର ହେବାରୁ ଏହି ଟ୍ରେନ୍ ପ୍ରାୟ ୧୦୦ କିଲୋମିଟର ଅଧିକ ଦୂରତା ଅତିକ୍ରମ କରିବ। ଏହି ନୂତନ ବ୍ୟବସ୍ଥା ୨୧ ଫେବ୍ରୁଆରିରୁ କାର୍ଯ୍ୟକାରୀ ହେବ।

ଏହି ବିସ୍ତାରର ସିଦ୍ଧାନ୍ତ ଇଷ୍ଟ କୋଷ୍ଟ ରେଳବାଇ ପକ୍ଷରୁ ଗ୍ରହଣ କରାଯାଇଛି। ଏହାର ଉଦ୍ଦେଶ୍ୟ ଦକ୍ଷିଣ–ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକୁ କୋଲକାତା ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହର ସହିତ ଭଲ ରେଳ ସଂଯୋଗ ପ୍ରଦାନ କରିବା। ରେଳ ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ବିସ୍ତାର ଦ୍ୱାରା ବିଶେଷ କରି କଳାହାଣ୍ଡି ଏବଂ ଆଖପାଖି ଜିଲ୍ଲାର ରେଳ ଯାତ୍ରୀମାନେ ସର୍ବାଧିକ ଲାଭାନ୍ବିତ ହେବେ। ବର୍ତ୍ତମାନ ସେମାନେ ଟିଟିଲାଗଡ଼ ପର୍ଯ୍ୟନ୍ତ ସୀମିତ ରହିବାକୁ ପଡ଼ିବ ନାହିଁ, ବରଂ ଜୁନାଗଡ଼ ରୋଡ଼ରୁ ସିଧାସଳଖ ହାୱଡ଼ା ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ଏହା ଯାତ୍ରାକୁ ଅଧିକ ସୁବିଧାଜନକ କରିବା ସହ ସମୟର ସଞ୍ଚୟ ମଧ୍ୟ କରିବ।

Accident 3 Death ବୀରମହାରାଜପୁରରେ ଅଭାବନୀୟ: ବାଇକ୍ ଧକ୍କାରେ ଚାଲିଗଲା ତିନି ଜୀବନ

ଦୀର୍ଘଦିନର ଦାବି ପୂରଣ 

ରେଳ ସୂତ୍ରରୁ ଜଣାପଡ଼ିଛି ଯେ ବିସ୍ତାରିତ ରୁଟ୍‌କୁ ଧ୍ୟାନରେ ରଖି ଟ୍ରେନର ସମୟସାରଣୀ ଓ ରୋକାଣ ସ୍ଥାନରେ କିଛି ସାମାନ୍ୟ ପରିବର୍ତ୍ତନ କରାଯାଇଛି, ଯାହାଦ୍ୱାରା ସେବା ସୁଚାରୁ ଭାବେ ଚାଲିପାରିବ। ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ଯାତ୍ରା ପୂର୍ବରୁ ସଂଶୋଧିତ ସମୟସାରଣୀ ଓ ଆରକ୍ଷଣ ସମ୍ବନ୍ଧୀୟ ତଥ୍ୟ ଅଧିକୃତ ମାଧ୍ୟମରୁ ଯାଞ୍ଚ କରନ୍ତୁ। ଏହି ପଦକ୍ଷେପ ଫଳରେ ଅଞ୍ଚଳୀୟ ଉନ୍ନତିକୁ ମଧ୍ୟ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି, କାରଣ ଉନ୍ନତ ରେଳ ସଂଯୋଗ ବ୍ୟାପାର, ଶିକ୍ଷା ଓ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହନ ଦେଇଥାଏ। ସ୍ଥାନୀୟ ଲୋକମାନେ ରେଳବାଇ ବିଭାଗର ଏହି ସିଦ୍ଧାନ୍ତକୁ ସ୍ୱାଗତ କରି ଦୀର୍ଘଦିନ ଧରି ଚାଲୁଥିବା ଦାବି ପୂରଣ ହେବା ବୋଲି ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe