ହକି ଇଣ୍ଡିଆ ଲିଗ୍‌: ହାଇଦ୍ରାବାଦ ତୁଫାନ୍ସ, ଗୋନାସିକାର ଏକତରଫା ବିଜୟ

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଗୋନାସିକା ପ୍ରଭାବଶାଳୀ ପ୍ରଦର୍ଶନ କରି ୪-୨ ଗୋଲ୍‌ରେ ଶକ୍ତିଶାଳୀ ତାମିଲନାଡୁ ଡ୍ରାଗନ୍ସକୁ ପରାସ୍ତ କରିଛି।

ରାଉରକେଲାମ: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଗୋନାସିକା ପ୍ରଭାବଶାଳୀ ପ୍ରଦର୍ଶନ କରି ୪-୨ ଗୋଲ୍‌ରେ ଶକ୍ତିଶାଳୀ ତାମିଲନାଡୁ ଡ୍ରାଗନ୍ସକୁ ପରାସ୍ତ କରିଛି। ଗୋନାସିକା ପକ୍ଷରୁ ଆରାଇଜିତ ସିଂହ ହୁଣ୍ଡାଲ (୧୪), ଜ୍ୟାକ୍ ୱାଲର (୪୫’), ଟିମ୍ ହାୱାର୍ଡ (୫୦) ଓ ଚନ୍ଦଣ୍ଡା ନିକିନ୍ ଥିମୈୟା (୫୧) ଗୋଟିଏ ଲେଖାଏ ଗୋଲ୍‌ କରିଥିଲେ। ଡ୍ରାଗନ୍ସ ପକ୍ଷରୁ ଅମିତ ରୋହିଦାସ (୮) ଓ ଟମ୍ କ୍ରେଗ୍ (୫୬) ଗୋଲ ଦେବାରେ ସକ୍ଷମ ହୋଇଥିଲେ।

publive-image

ଆଜିର ପରାଜୟ ସତ୍ତ୍ୱେ, ତାମିଲନାଡୁ ଡ୍ରାଗନ୍ସ ନଅଟି ମ୍ୟାଚରୁ ୧୭ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ଟିମ୍‌ ଗୋନାସିକା ନଅଟି ମ୍ୟାଚରୁ ୧୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି। 

ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ହାଇଦ୍ରାବାଦ ତୁଫାନ୍ସ ସାଧାସଳଖ ୩-୧ ଗୋଲରେ ୟୁପି ରୁଦ୍ରସ୍‌କୁ ପରାସ୍ତକରିଛି। ତୁଫାନ୍ସ ପକ୍ଷରୁ ଅର୍ଶଦୀପ ସିଂହ ୨ଟି ଗୋଲ୍‌(୨୮, ୬୦) ଓ ଗୋଞ୍ଜାଲୋ ପିଲେଟ ଗୋଟିଏ ଗୋଲ୍‌(୨୫) ଦେଇଥିଲେ। ରୁଦ୍ରସ ପକ୍ଷରୁ ଯୋବନପ୍ରୀତ ସିଂହ ୪୦ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ ସୁଝାଇବାରେ ସକ୍ଷମ ହୋଇଥିଲେ। ଆଜିର ଏକପାଖଇଆ ବିଜୟ ସହ ତୁଫାନ୍ସ ପଏଣ୍ଟ ଟେବୁଲ ତାଲିକାର ଶୀର୍ଷ ସ୍ଥାନକୁ ଉଠିଛି। ଦଳ ୯ଟି ମ୍ୟାଚ୍‌ ଖେଳି ୧୭ ପଏଣ୍ଟ ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe