ପୁଲିସ ସହଯୋଗରେ ବିପୁଳ କାଠ ଜବତ କଲା ବନ ବିଭାଗ

Advertisment

କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନେତୃତ୍ୱରେ ବନବିଭାଗର ଏକ ୭୦ ଜଣିଆ ଦଳ ଚଢ଼େଇଭୋଳ ଗ୍ରାମରେ ଚଢ଼ଉ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଟିମ୍‌ ବିପୁଳ ପରିମାଣର କାଠ ଜବତ କରିଛନ୍ତି।

କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନେତୃତ୍ୱରେ ବନବିଭାଗର ଏକ ୭୦ ଜଣିଆ ଦଳ ଚଢ଼େଇଭୋଳ ଗ୍ରାମରେ ଚଢ଼ଉ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଟିମ୍‌ ବିପୁଳ ପରିମାଣର କାଠ ଜବତ କରିଛନ୍ତି।

ଚଢେଇଭୋଳ: ମୟୂରଭଂଜ ଜିଲ୍ଲା କରଞ୍ଜିଆ ବ୍ଲକ ଚଢ଼େଇଭୋଳ ନିକଟରେ କିଛି କାଠ ମାଫିଆ ବହୁ ପରିମାଣର ମୂଲ୍ୟବାନ କାଠ  ଜବତ ହୋଇଛି। ବିଶ୍ବସ୍ତ ସୂତ୍ରରୁ ଜାଣିବା ପରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନେତୃତ୍ୱରେ ବନବିଭାଗର ଏକ ୭୦ ଜଣିଆ ଦଳ ଚଢ଼େଇଭୋଳ ଗ୍ରାମରେ ଚଢ଼ଉ କରିବାକୁ ନିଷ୍ପତ୍ତି ନେଇଥିଲେ। ଭୋର୍ ପ୍ରାୟ ୪ ଘଟିକା ସମୟରେ ବନବିଭାଗର ଦଳ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାୟକଙ୍କ ସହିତ କରଞ୍ଜିଆ ପୁଲିସର ଏକ ମିଳିତ ଦଳ ମାଜିଷ୍ଟ୍ରେଟ ଭାବେ କରଞ୍ଜିଆ ତହସିଲଦାର ବେଦବ୍ୟାସ ଭୋଇଙ୍କ ଉପସ୍ଥିତିରେ ୨ ପ୍ଲାଟୁନ ପୁଲିସ୍ ଫୋର୍ସର ସାହାଯ୍ୟରେ ଚଢ଼ଉ ଆରମ୍ଭ କରିଥିଲେ।

ଏଠାରେ ବିଭିନ୍ନ ସ୍ଥାନରେ ଅଲଗା ଅଲଗା କରି ଶାଗୁଆନ କାଠ ଗୁଡ଼ିକ ରଖାଯାଇଥିଲା। ଏ‌ହି କାଠ ପ୍ରାୟ ୧୦ ଟ୍ରାକ୍ଟରରୁ ଊର୍ଦ୍ଧ୍ବ ଥିବା ଜଣାପଡିଛି। ଏହି କାଠର ଆନୁମାନିକ ମୂଲ୍ୟ ପ୍ରାୟ ୨୦-୩୦ ଲକ୍ଷ ଟଙ୍କା ହୋଇପାରେ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସମସ୍ତ ଜବତ କାଠ ସିଙ୍ଗଡ଼ା ବନପାଳ ଦୀପ୍ତିମୟୀ ସେଠୀଙ୍କ କାର୍ଯ୍ୟାଳୟ ଠାରେ ରଖାଯାଇ ମୂଲ୍ୟର ଆକଳନ କରାଯାଉଛି।

publive-image

ତେବେ ଏତେ ପରିମାଣର କାଠ କେଉଁ ପରିସ୍ଥିତିରେ ଏଠାରେ ରହିଲା ଓ କିପରି ବନ ବିଭାଗ ଓ ପୁଲିସ ବିଭାଗ ଜାଣିପାରିଲା ନାହିଁ ସେ ବିଷୟରେ ମୃଦୁ ଗୁଞ୍ଜରଣ ଶୁଣିବାକୁ ମିଳୁଛି। ଚଢ଼ଉ ଖବର ପୂର୍ବରୁ ଜାଣିପାରି ଗିରଫଦାରୀ ଭୟରେ କାଠ ମାଫିଆମାନେ ସମସ୍ତ କାଠ ବାହାରେ ରଖିଦେଇଥିବା ସ୍ଥାନୀୟ ଲୋକେ ନାମ ପ୍ରକାଶ ନକରି ସୂଚନା ଦେଇଛନ୍ତି। ଏତେ ପରିମାଣର ଅମୂଲ୍ୟ ଶାଗୁଆନ କାଠ ଜଙ୍ଗଲରୁ କାଟି କାଠ ମାଫିଆ ପରିବେଶ ସନ୍ତୁଳନ ବିଗାଡିବାକୁ ଚେଷ୍ଟା କରୁଥିଵାରୁ ପରିବେଶବିତ୍‌ମାନେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଆଗକୁ ଏହି ପରି ଚଢ଼ାଉ ଜାରି ରଖିବାକୁ ଦାବି କରିଛନ୍ତି।

ଏହି ଜବତ କାଠର କୈାଣସି ମାଲିକାନା ନଥିବାରୁ କାହାରିକୁ ଗିରଫ କରାଯାଇ ପାରିନଥିବା ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି। ଏତେ ପରିମାଣର କାଠ ଏଠାକୁ କେମିତି ଆସିଲା, କିଏ କେତେବେଳେ ଆଣି ରଖିଲା ସେସବୁ ବିଷୟରେ ଅଞ୍ଚଳରେ ଭିନ୍ନଭିନ୍ନ ମତପ୍ରକାଶ ପାଉଛି। ଏହି ସ୍ଥାନଟି କାଠ, ବାଲି, ପଥର ଓ ଗୋରୁ ମାଫିଆମାନଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାରୁ ଆଜି ଚଢ଼ଉ ସମୟରେ ସଶସ୍ତ୍ର ପୁଲିସ ବଳ ନିୟୋଜିତ ରହିଥିବା ଦେଖିବାକୁ ମିଳିଥିଲା। ଏଠାରେ ବେଆଇନ କରତକଳ ମଧ୍ୟ ରହିଥିବା କିଛି ସ୍ଥାନୀୟ ଭଦ୍ରବ୍ୟକ୍ତି ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ତେଣୁ ଆଗାମୀ ଦିନରେ ଏହି ସ୍ଥାନ ଉପରେ ବିଶେଷ ଦୃଷ୍ଟି ରଖିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି ରଖିଛନ୍ତି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe