କାଠଗଣ୍ଡି ସହ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ କାଳିଆଜିଆଣୀ ଗ୍ରାମ୍ୟ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତି ଏକ ବେଳେ ଏକ ପିକଅପ୍ ଭ୍ୟାନ୍‌ ଯୋଗେ ଶାଳ କାଠ ବୋଝେଇ କରି ଚୋରା ଚାଲାଣ ନେଇ ଯାଉଥିବା ବେଳେ ଠାକୁରମୁଣ୍ଡା ବନ ବିଭାଗ ଓ ଠାକୁରମୁଣ୍ଡା ଥାନା ପୁଲିସ ମିଳିତ ଚଢାଉ କରି କାଠ ବୋଝେଇ ଭ୍ୟାନକୁ ଜବତ କରିଛନ୍ତି।

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ କାଳିଆଜିଆଣୀ ଗ୍ରାମ୍ୟ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତି ଏକ ବେଳେ ଏକ ପିକଅପ୍ ଭ୍ୟାନ୍‌ ଯୋଗେ ଶାଳ କାଠ ବୋଝେଇ କରି ଚୋରା ଚାଲାଣ ନେଇ ଯାଉଥିବା ବେଳେ ଠାକୁରମୁଣ୍ଡା ବନ ବିଭାଗ ଓ ଠାକୁରମୁଣ୍ଡା ଥାନା ପୁଲିସ ମିଳିତ ଚଢାଉ କରି କାଠ ବୋଝେଇ ଭ୍ୟାନକୁ ଜବତ କରିଛନ୍ତି। ଘଟଣାସ୍ଥଳରୁ କାଠ ଚାଲାଣକାରୀ ଡ୍ରାଇଭର ଓ କାଠ ମାଫିଆମାନେ ଅନ୍ଧାର ର ସୁଯୋଗ ନେଇ ଭ୍ଯାନ ଛାଡି ଫେରାର ହୋଇଯାଇଛନ୍ତି।ମିଳିତ ଟିମ୍ ଜବତ ଗାଡ଼ିକୁ ଠାକୁରମୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟ କୁ ଆଣି ତଦନ୍ତ ଆରମ୍ଭ କରିଛି ଠାକୁରମୁଣ୍ଡା ବନ ବିଭାଗ।

ଶୁକ୍ରବାର ବିଳମ୍ବିତ ରାତିରେ କୈାଣସି ସୁତ୍ରରୁ ଖବର ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ବନାଚଳ ଅଧିକାରୀ ଦାୟିତ୍ଵରେ ଥିବା ଏସିଏଫ କିଶୋର କୁମାର ପାଣିଗ୍ରାହୀ ଏବଂ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇଙ୍କ ନେତୃତ୍ୱରେ ବନପାଳ ବିଦ୍ୟାଧର ମହାନ୍ତ, ନଳିନୀକାନ୍ତ ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ ବନରକ୍ଷୀ କିଶୋର କୁମାର ପାତ୍ର, ପ୍ରମୋଦ କୁମାର ମହାନ୍ତି ଏଵଂ ସବୁଜ ବାହିନୀ କର୍ମଚାରୀଙ୍କ ସମେତ ଠାକୁରମୁଣ୍ଡା ଥାନା ପୁଲିସ କାଳିଆଜିଆଣି ଗ୍ରାମ ନିକଟରେ ଜଗି ରହିଥିଲେ। 

ଏହି ସମୟରେ ପିକଅପ୍ ଭ୍ୟାନ୍‌(ଓଡି୦୯ଡବ୍ଲ୍ୟୁ ୦୪୨୬)ରେ ୫ ଖଣ୍ଡ ଶାଳ ଗଣ୍ଡି ବୋଝେଇ କରି ଆସୁଥିଲା। ବନ ବିଭାଗ ଓ ପୁଲିସ କର୍ମଚାରୀଙ୍କୁ ଦେଖି କାଠ ଚାଲାଣକାରୀମାନେ ଅନ୍ଧାରର ସୁଯୋଗ ନେଇ ଖସି ପଳାଇ ଯାଇଥିଲେ। ଜବଦ କାଠଗଣ୍ଡିର ଆନୁମାନିକ ମୁଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଏସିଏଫ କିଶୋର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଠାକୁରମୁଣ୍ଡା ବନାଞ୍ଚଳ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe