Mohan Majhi Photograph: (Sambad )
ନବରଙ୍ଗପୁର: କୋଷାଗୁମୁଡା-କଟାଗାଁ ରାସ୍ତା ନିର୍ମାଣର ଦିନକ ପରେ ରାସ୍ତାରୁ ପିଚୁ ଉଠିଯାଇଛି। ଏହାକୁ ନେଇ ସମ୍ବାଦରେ ବୁଧବାର ଦିନ ଏକ ରିପୋର୍ଟ ‘ନିର୍ମାଣର ଦିନକ ପରେ ଉଠିଗଲା ପିଚୁ’’ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟକୁ ନେଇ ମାନାବାଧିକାର କର୍ମୀ ଅନୁପ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରିବା ସହ ବିଭାଗୀୟ ସଚିବ ଓ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଏହି ସ୍ଥିତିରେ ରାସ୍ତା ନିର୍ମାଣ ହେଲେ ଏହାର ଗୁଣାତ୍ମକତା କେତେ ରହିବ ବୋଲି ପ୍ରଶ୍ନ କରି ଏହାର ଭିଜିଲାନସ୍ ତଦନ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ପାତ୍ର ଟ୍ବିଟ୍ରେ ଜଣାଇଛନ୍ତି। ପୂର୍ବରୁ ବି ରାସ୍ତାର ନିର୍ମାଣ ନିମ୍ନମାନର କାମକୁ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ।
ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ଏହି ୨୫କିମି ରାସ୍ତା କାମ ମୂଲ୍ୟ ୫୯କୋଟି ଟଙ୍କାରେ ବିଏସ୍ଏସ୍ କଂପାନି ପାଇଛି। ତେବେ କଂପାନି ନିଜେ ଏହି ରାସ୍ତା ନ କରି ଛତିଶଗଡ଼ର ଠିକାଦାର ଆରିଫ ପଟେଲଙ୍କ ଜରିଆରେ କାମ କରାଉଛି। ଝାରକୋଣ୍ଡାପୁରୀ ଗ୍ରାମ ନିକଟରେ୨୦୦ଶହ ମିଟର ରାସ୍ତାରେ ଗତକାଲି ରାତିରେ ପିଚୁ ପକାଇଥିଲେ। ତେବେ ସେହି ସମୟରେ ବର୍ଷା ହେଉଥିଲେ ବି ଧ୍ୟାନ ଦେଇନଥିଲେ।
ରାତାରାତି ପିଚୁ ପକାଇବା ପରେ ମେସିନ୍ ନେଇ ଯାଇଥିଲେ। ରାତିରେ ପିଚୁ ପଡ଼ିଥିବା ନେଇ ଗ୍ରାମବାସୀ ଆଦୌ ଜାଣିନଥିଲେ। ବୁଧବାର ସକାଳୁ ଦେଖିଲା ବେଳକୁ ରାସ୍ତାରୁ ପରସ୍ତ ପରସ୍ତ ହୋଇ ପିଚୁ ଉଠିଯାଇ ରାସ୍ତା ପୂର୍ବ ସ୍ଥିତିକୁ ଆସିଯାଇଛି।
ଗୋଟିଏ ଦିନରେ ଯଦି ଏଭଳି ଅବସ୍ଥା ତେବେ ଏହି ରାସ୍ତା କେତେ ଦିନ ଚଳାଚଳ ଯୋଗ୍ୟ ହୋଇ ରହିବ ବୋଲି ପ୍ରଶ୍ନ ଉଠିଛି। ଏହାକୁ ନେଇ ସମ୍ବାଦରେ ଆଜି ଏକ ରିପୋର୍ଟ ‘ନିର୍ମାଣର ଦିନକ ପରେ ଉଠିଗଲା ପିଚୁ’’ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟକୁ ନେଇ ମାନାବାଧିକାର କର୍ମୀ ଅନୁପ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରିବା ସହ ବିଭାଗୀୟ ସଚିବ ଓ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଏହି ସ୍ଥିତିରେ ରାସ୍ତା ନିର୍ମାଣ ହେଲେ ଏହାର ଗୁଣାତ୍ମକତା କେତେ ରହିବ ବୋଲି ପ୍ରଶ୍ନ କରି ଏହାର ଭିଜିଲାନସ୍ ତଦନ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ପାତ୍ର ଟ୍ବିଟ୍ ରେ ଜଣାଇଛନ୍ତି।
CM Mohan Charan Majhi
Follow Us