ସାମ୍ବାଦିକଙ୍କୁ ଗୋଡ଼ରେ ବେଡ଼ି ପକାଇବା ଘଟଣା ହାବିଲଦାର ଓ ଆଇଓଙ୍କୁ ପଡ଼ିଲା ମହଙ୍ଗା, ସାମ୍ବାଦିକ ଲୋକନାଥଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ନୀଳଗିରିର କାର୍ଯ୍ୟରତ ସାମ୍ବାଦିକଙ୍କୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ପୁଲିସ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ମାନବ ଅଧିକାର ଆୟୋଗ ତାଙ୍କ ରାୟରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ୫ ଲକ୍ଷ ଟଙ୍କା କ୍ଷତିପୂରଣ  ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

New Project (8) (1)

ନୀଳଗିରି: ମାନଵ ଅଧିକାର ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ନୀଳଗିରିର କାର୍ଯ୍ୟରତ ସାମ୍ବାଦିକଙ୍କୁ ସାମାନ୍ୟ ଏକ ମାମଲାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ପୁଲିସ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ହାବିଲଦାର ଓ ଆଇଓଙ୍କୁ ମହଙ୍ଗା ପଡ଼ିଛି। ମାନବ ଅଧିକାର ଆୟୋଗ ତାଙ୍କ ରାୟରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ୫ ଲକ୍ଷ ଟଙ୍କା କ୍ଷତିପୂରଣ  ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ନୀଳଗିରିର କାର୍ଯ୍ୟରତ ସମ୍ବାଦ ପ୍ରତିନିଧି ଲୋକନାଥ ଦଳେଇ ଗତ ୨୦୨୨ମସିହା ରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ ଗୃହରକ୍ଷୀ ନିରଂଜନ ରଣା(୬୨) ସାମ୍ବାଦିକଙ୍କୁ ଧକ୍କା ଦେଇଥିଲେ। ସାମ୍ବାଦିକ ଓ ଗୃହରକ୍ଷୀଙ୍କ ମଧ୍ୟରେ ସାମାନ୍ୟ ବିଚାସା ହୋଇଥିଲା।ମାତ୍ର ଗୃହରକ୍ଷୀ ଶ୍ରୀ ରଣା  ଏକ କପୋଳକଳ୍ପତ ମିଥ୍ୟା ଅଭିଯୋଗ ଥାନାରେ ଦେଇ ଥିଲେ। ଯେହେତୁ ସେ ପୁଲିସ ବିଭାଗର ଲୋକ ଅଧିକ ତତ୍ପରତା ପ୍ରକାଶ କରି ନୀଳଗିରି ଥାନାର ତତ୍କାଳୀନ ଆଇଆଇସି ଦୌପଦୀ ଦାସ ଲୋକନାଥ ଦଳେଇଙ୍କୁ ଗିରଫ କରିଥିଲେ।

ସାମ୍ବାଦିକ ଜଣକ ମଧୁମେହ ଓ ଉଚ୍ଚ ରକ୍ତ ଚାପରେ ପୀଡ଼ିତ ଥିବାରୁ ପୁଲିସ ଆଇନ ଅନୁଯାୟୀ ନୀଳଗିରିରେ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ଵର ମେଡ଼ିକାଲକୁ ପୋଲିସ ନେଇଯାଇଥିଲା। ଚିକିତ୍ସା ସମୟରେ ହଠାତ ରାତିରେ ଗୋଡ଼ରେ ବେଡ଼ି ପକାଇ ବେଡରେ ଚାବି ପକାଇ ଦେଇଥିଲେ। ଉକ୍ତ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ ନାୟକ, ପୂର୍ବତନ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଅକ୍ଷୟ କୁମାର ଆଚାର୍ଯ୍ୟ, ପ୍ରଦୀପ୍ତ ପଣ୍ଡା, ସିପିଆଇ ର ଜିଲ୍ଲା ସମ୍ପାଦକ ନିରଂଜନ ବାରିକ ,ସିପିଆଇ (ଏମ)ଜିଲ୍ଲା କମିଟି ସଦସ୍ୟ ବିଜୟ କୁମାର ପାତ୍ର, ସାମ୍ବାଦିକ ରବି ରାଉତ ସମେତ ନୀଳଗିରି ସାମ୍ବାଦିକ, ବ୍ୟବସାୟୀ, ଆଇନଜୀବୀ , ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତିଭୂଷଣ କର, ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି,କୈଳାସ ନାୟକ ,ବାଲେଶ୍ଵର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ଓ ସାଧାରଣ ଜନତା ନିନ୍ଦା କରିବା ସହ ସାମ୍ବାଦିକଙ୍କୁ ନ୍ୟାୟ ପାଇଁ ଦାବୀ କରଥିଲେ।

ଏନେଇସମଗ୍ର ଭାରତ ବର୍ଷରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି କି ଦଳଗତ  ନିର୍ବିଶେଷରେ ନୀଳଗିରି ବନ୍ଦ ହୋଇଥିଲା। ପରେ ତରବରିଆ ଭାବେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆଣି ନୀଳଗିରି କୋର୍ଟ ହାଜର କରି ମିଥ୍ୟା ଦଫା ଲଗାଇ ଜେଲକୁ ପଠାଇ ଥିଲେ। ଘଟଣାକୁ ଚପାଇବା ପାଇଁ ତତ୍କାଳୀନ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ନୀଳଗିରି ଥାନାର ତତ୍କାଳୀନ ଆଇଆଇସି ଦୌପଦୀ ଦାସ, ଆଇଓ ସୁବର୍ଣା ବେହେରାଙ୍କୁ ହେଡ କ୍ବାଟରକୁ ନେଇ ଥଇଥାନ କରିଥିଲେ। ତତ୍କାଳୀନ ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ର, ତତ୍କାଳୀନ ନୀଳଗିରି ଏସଡ଼ିପିଓ ରିତେଶ ମହାପାତ୍ରଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଏନେଇ ପ୍ରଦୀପ୍ତ ନାୟକ ଓ ଜୟକୃଷ୍ଣ ମହାନ୍ତି ମାନବାଧିକାର ଆୟୋଗ ନିକଟରେ ୮/୪/୨୨ଦିନ ଅଭିଯୋଗ କରିଥିଲେ। ଏନେଇ ୫୮୭/୨୨ଏକ ମାମଲା ରୁଜ୍ଜୁ ହୋଇଥିଲା।ମାନବଧିକାର ଆୟୋଗ ଏସ୍ ପୂଜାହରି, ସଦସ୍ୟ ଅସିମିଅମିତାଵ ଦାସ ଉକ୍ତ କେଶ ବିଚାର କରି୩୦/୬/୨୫ତାରିଖରେଦିନ ପୋଲିସ ପକ୍ଷରୁ ହାବିଲଦାର ଚିତ୍ତରଞ୍ଜନ ସିଂ ଓ ନୀଳଗିରି ଥାନାର ତତ୍କାଳୀନ ଏସ୍ ଆଇ ତଥା ଆଇଓ ସୁବର୍ଣା ବେହେରାଙ୍କୁ ଦୋଷୀ କହିବା ସହିତ ୨ମାସ ଅର୍ଥାତ ୧୮/୯/୨୫ତାରିଖ ସୁଦ୍ଧା ଗୃହ ବିଭାଗ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଉକ୍ତ ଅର୍ଥ ପରବର୍ତ୍ତୀ ସମୟରେ ହାବିଲଦାର ଚିତ୍ତରଞ୍ଜନ ସିଂ ଓ ଆଇଓ ସୁବର୍ଣ୍ଣ। ବେହେରାଙ୍କ ଠାରୁ ରାଜକୋଷ ଭରିବାକୁ  ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପଚାରିବାରୁ ଏହା ସତ୍ୟର ଜୟ ହୋଇଛି ବୋଲି କହିବା ସହ  ସମସ୍ତ ସାମ୍ବାଦିକ, ବିଭିନ୍ନ ସଂଗଠନ, ବିଭିନ୍ନ ରାଜନେତା ଓ ଜନସାଧାରଣଙ୍କୁ ସହ ଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe