କନେଷ୍ଟବଳ ସ୍ତ୍ରୀଙ୍କୁ ଆକ୍ରମଣ: ଅଭିଯୁକ୍ତ ସ୍ବାମୀଙ୍କୁ ଧରିପାରୁନି ପୁଲିସ

କନେଷ୍ଟବଳ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା କନେଷ୍ଟବଳ ସ୍ଵାମୀଙ୍କ ଟେର ପାଉନି ପୁଲିସ।ଏପଟେ ଘରୋଇ ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଥିବା ନୁପୁର ବିଶ୍ବାଳ ତାଙ୍କ ସ୍ବାମୀଙ୍କୁ ଶୀଘ୍ର ଗିରଫ କରାଯାଉ ନଚେତ ମୋ ଜୀବନ ପ୍ରତି ବିପଦ ରହିଥିବା ପୁଲିସକୁ ଅନୁରୋଧ କରିଛନ୍ତି।

asd

ତୁଷୁରା: କନେଷ୍ଟବଳ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା କନେଷ୍ଟବଳ ସ୍ଵାମୀଙ୍କ ଟେର ପାଉନି ପୁଲିସ।ଏପଟେ ଘରୋଇ ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଥିବା ନୁପୁର ବିଶ୍ବାଳ ତାଙ୍କ ସ୍ବାମୀଙ୍କୁ ଶୀଘ୍ର ଗିରଫ କରାଯାଉ ନଚେତ ମୋ ଜୀବନ ପ୍ରତି ବିପଦ ରହିଥିବା ପୁଲିସକୁ ଅନୁରୋଧ କରିଛନ୍ତି। ଆକ୍ରମଣକାରୀ ବଲାଙ୍ଗୀର ରିଜର୍ଭ ପୁଲିସରେ କାର୍ଯ୍ୟ କରୁଥିବା ଜ୍ୟୋର୍ତିମୟ ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟରୁ ବଲାଙ୍ଗୀର ଏସପି ରିଶିକେଶ ଖିଲାରୀ ନିଲମ୍ବିତ କରିଛନ୍ତି। ଘଟଣାରେ ସହଯୋଗ କରିଥିବା ସମରାର ଜଗା ପ୍ରଧାନଙ୍କୁ ତୁଷୁରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଜ୍ୟୋତିର୍ମୟ ତାଙ୍କ ସ୍ତ୍ରୀ ନୁପୁରଙ୍କ ସହିତ ବଲାଙ୍ଗୀର ଅଭିମୁଖେ ବାହାରିଥିଲେ। ରାସ୍ତାରେ ଏକ ପୋଖରୀ ପାଖରେ ପରିସ୍ରା କରିବା ବାହାନାରେ ପୂର୍ବ ଯୋଜନା ମୁତାବକ ଜ୍ୟୋତିର୍ମୟ ବାଇକ୍‌ରୁ ଓହ୍ଲାଇ ପଛପଟୁ ନୁପୁରଙ୍କୁ ଏକ ପଥର ସାହାଯ୍ୟରେ ଅତର୍କିତ ଭାବେ ମୁଣ୍ତରେ ଆକ୍ରମଣ କରିଥିଲେ। ପଛପଟେ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ଜ୍ୟୋତିରଞ୍ଜନଙ୍କ ସହଯୋଗୀ ଜଗା ପ୍ରଧାନ ମଧ୍ୟ ଆକ୍ରମଣ କରିଥିଲେ।

ଏପଟେ ଜ୍ୟୋତିର୍ମୟଙ୍କର ସ୍ତ୍ରୀ ନୁପୁର ଏବେ ପର୍ଯ୍ୟନ୍ତ ଘରୋଇ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଥିବାବେଳେ ଅଭିଯୁକ୍ତ ଜ୍ୟୋତିର୍ମୟ ଘଟଣା ଘଟାଇ ଆଜିକୁ ୬ ଦିନ ଫେରାର ରହିଛି। ପୁଲିସ ପକ୍ଷରୁ ତଦନ୍ତ କରି ଛାନଭିନ କରାଯାଉଥିବାବେଳେ ଜ୍ୟୋତିର୍ମୟଙ୍କର ଟେର ପାଉନି ପୁଲିସ। ପୁଲିସ ତାଙ୍କୁ ଖୋଜିପାରୁନି ପୁଲିସ ବୋଲି ଚର୍ଚ୍ଚାର ବିଷୟ ପାଲଟିଛି।ତେବେ  ଯଥାଶୀଘ୍ର ଅଭିଯୁକ୍ତ ଜ୍ୟୋର୍ତିମୟ ପ୍ରଧାନଙ୍କୁ ଗିରଫ କରି ତାଙ୍କ ଝିଅକୁ ନ୍ୟାୟ ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି ନୁପୁରଙ୍କ ପରିବାର।

ସୂଚନା ଅନୁସାରେ, ବିବାହ ଭୋଜିରୁ ଫେରୁଥିବା ସମୟରେ କନେଷ୍ଟବଳ ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି କନେଷ୍ଟବଳ ସ୍ବାମୀ ଫେରାର ମାରିଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମୁତାବକ, ବଲାଙ୍ଗୀର ରିଜର୍ଭ ପୁଲିସରେ କାମ କରୁଥିବା ସମରା ଗ୍ରାମର କନେଷ୍ଟବଳ ଜ୍ୟୋତିରଂଜନ ପ୍ରଧାନ ତାଙ୍କ କନେଷ୍ଟବଳ ସ୍ତ୍ରୀ ଦେଓଗାଁ ବ୍ଲକ୍‌ କୁନ୍ଦେମାଲ ଗାଁର ନୁପୁର ବିଶ୍ବାଳଙ୍କ ସହିତ ସମରା ଗ୍ରାମକୁ ବିବାହ ଭୋଜି ଖାଇବାକୁ ଆସିଥିଲେ। ସାଙ୍ଗରେ ତାଙ୍କ ବାପା ଓ ମା’ ମଧ୍ୟ ଥିଲେ। ଭୋଜି ଖାଇସାରି ସନ୍ଧ୍ୟାରେ ସମରା- ବଡ଼ଙ୍ଗୋମୁଣ୍ତା ରାସ୍ତା ଦେଇ ତାଙ୍କ ବାପା, ମା’ ଓ ଝିଅଙ୍କୁ କାର୍‌ରେ ପଠାଇ ଦେଇଥିଲେ।

 ଏକ ବାଇକ୍‌ରେ ଜ୍ୟୋତିର୍ମୟ ତାଙ୍କ ସ୍ତ୍ରୀ ନୁପୁରଙ୍କ ସହିତ ବଲାଙ୍ଗୀର ଅଭିମୁଖେ ବାହାରିଥିଲେ। ରାସ୍ତାରେ ଏକ ପୋଖରୀ ପାଖରେ ପରିସ୍ରା କରିବା ବାହାନାରେ ପୂର୍ବ ଯୋଜନା ମୁତାବକ ଜ୍ୟୋତିର୍ମୟ ବାଇକ୍‌ରୁ ଓହ୍ଲାଇ ପଛପଟୁ ନୁପୁରଙ୍କୁ ଏକ ପଥର ସାହାଯ୍ୟରେ ଅତର୍କିତ ଭାବେ ମୁଣ୍ତରେ ଆକ୍ରମଣ କରିଥିଲେ। ପଛପଟେ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ଜ୍ୟୋତିରଞ୍ଜନଙ୍କ ସହଯୋଗୀ ଜଗା ପ୍ରଧାନ ମଧ୍ୟ ଆକ୍ରମଣ କରିଥିଲେ। ଏହି ସମୟରେ ନୁପୁର ଚିତ୍କାର କରିବାରୁ ପାଖ ବିଲରେ ଥିବା କିଛି ଗ୍ରାମବାସୀ ଘଟଣାସ୍ଥଳକୁ ଆସିଯାଇଥିଲେ। ଫଳରେ ଜ୍ୟୋତିର୍ମୟ ଓ ଜଗା ଘଟଣାସ୍ଥଳରୁ ଫେରାର୍‌ ହୋଇଥିଲେ। ଏହାପରେ ଉକ୍ତ ଗ୍ରାମବାସୀ ନୁପୁରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ପଠାଇଥିଲେ।

ଏବେ ନୁପୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ମୁଣ୍ତରେ ୬ଟି ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ବାପା ସତ୍ୟବାନ ବିଶ୍ବାଳ ଝିଅକୁ ଆକ୍ରମଣ କରିଥିବା ନେଇ ଜ୍ୟୋତିର୍ମୟ ଓ ଜଗାଙ୍କ ନାମରେ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଜଗାଙ୍କୁ ଅଟକ ରଖାଯାଇଛି ଓ ଜ୍ୟୋତିରଞ୍ଜନ ଫେରାର ଅଛନ୍ତି। ଆକ୍ରମଣର କାରଣ ଜଣାପଡ଼ି ନାହିଁ ବୋଲି ଥାନାଧିକାରୀ ମନୋଜ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe