ବୈଶିଙ୍ଗା: ପାରିବାରିକ କଳହରୁ ସ୍ତ୍ରୀକୁ ଛୁରିରେ କାଟିଦେଲା ସ୍ୱାମୀ। ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।
ନିଜ ସମ୍ପର୍କୀୟ ଭଉଣୀ ଘରେ ରହି ଆସୁଥିଲା ରୁକ୍ମଣୀ
ସୂଚନା ଅନୁଯାୟୀ, ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମର ଧୂମା କିସ୍କୁ (କଙ୍କା) ଓ ତା ସ୍ତ୍ରୀ ରୁକ୍ମଣୀ ମଧ୍ୟରେ ପ୍ରାୟ ସମୟରେ କଳିଝଗଡା ଲାଗି ରହେ l ଏମିତିକି କଙ୍କା ତା ସ୍ତ୍ରୀ ରୁକ୍ମଣୀକୁ ପ୍ରାୟ ସମୟରେ ମାରଧର କରୁଥିଲା, ଯେଉଁଥିପାଇଁ ଦୀର୍ଘଦିନ ହେବ ରୁକ୍ମଣୀ ଗାଁରେ ରହୁଥିବା ନିଜ ସମ୍ପର୍କୀୟ ଭଉଣୀ ଘରେ ରହି ଆସୁଥିଲା l ତେବେ ଆଜି ସକାଳୁ ରୁକ୍ମଣୀ କୂଅକୁ ପାଣି ନେବାକୁ ଆସିଥିବାବେଳେ କଙ୍କା ହଠାତ ପଛପଟୁ ଏକ ଧାରୁଆ ଛୁରି ସାହାଯ୍ୟରେ ଆକ୍ରମଣ କରିଥିଲା l ତେବେ ରୁକ୍ମଣୀ ମୁହଁ ବୁଲାଇଦେବାରୁ ଛୁରୀ ବେକରେ ବାଜିନଥିଲା ଯୋଉଁଥିପାଇଁ ରୁକ୍ମଣୀ ଅଳ୍ପକେ ବର୍ତ୍ତିଯାଇ ଥିଲା l ହେଲେ ରୁକ୍ମଣୀର ମୁହଁରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା l
ଆହୁରି ପଢ଼ନ୍ତୁ: Chhath Puja: ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସେ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇ ପଡିଥିବାବେଳେ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ଓ ଅଭିଯୁକ୍ତ ସ୍ୱାମୀ କଙ୍କାକୁ ଘଟଣା ସ୍ଥଳରେ ବାନ୍ଧି ଅଟକ ରଖି ପୁଲିସକୁ ଖବର ଦେଇଥିଲେ l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସୂଚନା ଯୋଗ୍ୟ କି କଙ୍କା ପୁର୍ବରୁ ମଧ୍ୟ ନିଜ ସ୍ତ୍ରୀ ରୁକ୍ମଣୀକୁ ଆକ୍ରମଣ ଉଦ୍ୟମ କରିଥିଲା l
ଆହୁରି ପଢ଼ନ୍ତୁ: Paradeep port: ୫୦ ହଜାର କୋଟିର ଏମ୍ଓୟୁ ସ୍ବାକ୍ଷରିତ: ‘ବନ୍ଦର କ୍ଷମତା ୫୦୦ ନିୟୁତ ଟନ୍ ହେବ’
Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/accused-husband-2025-10-28-10-57-26.png)