ଟଙ୍କା ନଦେବାରୁ ପତ୍ନୀକୁ ହତ୍ୟା ମାମଲା: ସ୍ବାମୀକୁ ଆଜୀବନ କାରାଦଣ୍ଡ

ଭଞ୍ଜନଗର ସହର ଉପକଣ୍ଠ ଛେଦାଭୂମୀ ଗ୍ରାମାର ଜୟନ୍ତୀ ମୂଳିର ଝିଅ ଗୀତାଞ୍ଜଳିକୁ ଆଖୁପଦର ଗ୍ରାମର ବାଉରୀ ମୂଳିର ପୁଅ ରାଜୁ ମୂଳି ୧୮ ବର୍ଷ ପୂର୍ବରୁ ବିବାହ କରିଥିଲେ। ସ୍ବାମୀ ସ୍ତ୍ରୀ ମିଶି ରହୁଥିବା ବେଳେ ଅନେକ ସମୟରେ ସେମାନଙ୍କ ମଧ୍ୟରେ କଳି ଝଗଡା ଲାଗି ରହୁଥିଲା।

court

ଭଞ୍ଜନଗର: ପତ୍ନୀକୁ ହତ୍ୟା କରିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ଦେବଦତ୍ତ ପଟ୍ଟନାୟକ ଅଭିଯୁକ୍ତ ରାଜୁ ମୂଳିକୁ ତାର ପତ୍ନୀ ଗୀତାଞ୍ଜଳି ମୁଳିକୁ ହତ୍ୟା କରିବା ମାମଲାରେ ଆଜୀବନ କାରାଦାଣ୍ଡ ଶୁଣାଣୀ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ ନିଜ ରାୟରେ ଶୁଣାଇଥିବା ସରକାରୀ ଆଇନଜୀବୀ ଉଷାକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏସ୍ଟି କେସ ନମ୍ବର ୧୨୫/୨୦୨୩ ମାମଲାର ବିଚାରଣ କରିବା ସହ ୧୮ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଏହି ରାୟ ଶୁଣାଇଥିବା ସେ କହିଛନ୍ତି।

ଜୟନ୍ତୀ ମୂଳିର ଝିଅ ଗୀତାଞ୍ଜଳିକୁ ଆଖୁପଦର ଗ୍ରାମର ବାଉରୀ ମୂଳିର ପୁଅ ରାଜୁ ମୂଳି ୧୮ ବର୍ଷ ପୂର୍ବରୁ ବିବାହ କରିଥିଲେ। ସ୍ବାମୀ ସ୍ତ୍ରୀ ମିଶି ରହୁଥିବା ବେଳେ ଅନେକ ସମୟରେ ସେମାନଙ୍କ ମଧ୍ୟରେ କଳି ଝଗଡା ଲାଗି ରହୁଥିଲା। ଗତ ୨୦୨୩ ମସିହା ମେ ମାସ ୨୭ ତାରିଖ ଦିନ ରାତିରେ ରାଜୁ ଘରକୁ ଆସି ମାଆର ଶ୍ରାଦ୍ଧ କରିବା ପାଇଁ ଗୀତାଞ୍ଜଳିଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ପାଖରେ ନଥିବା ଗୀତାଞ୍ଜଳୀ ସ୍ବାମୀଙ୍କୁ କହିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ରାଜୁ ଏକ ଧାରୁଆ ଅସ୍ତ୍ରରେ ପତ୍ନୀକୁ ହତ୍ୟା କରିଥିଲା।

ମାମଲାର ବିବରଣୀରୁ ଜଣାଯାଏ ଭଞ୍ଜନଗର ସହର ଉପକଣ୍ଠ ଛେଦାଭୂମୀ ଗ୍ରାମାର ଜୟନ୍ତୀ ମୂଳିର ଝିଅ ଗୀତାଞ୍ଜଳିକୁ ଆଖୁପଦର ଗ୍ରାମର ବାଉରୀ ମୂଳିର ପୁଅ ରାଜୁ ମୂଳି ୧୮ ବର୍ଷ ପୂର୍ବରୁ ବିବାହ କରିଥିଲେ। ସ୍ବାମୀ ସ୍ତ୍ରୀ ମିଶି ରହୁଥିବା ବେଳେ ଅନେକ ସମୟରେ ସେମାନଙ୍କ ମଧ୍ୟରେ କଳି ଝଗଡା ଲାଗି ରହୁଥିଲା। ଗତ ୨୦୨୩ ମସିହା ମେ ମାସ ୨୭ ତାରିଖ ଦିନ ରାତିରେ ରାଜୁ ଘରକୁ ଆସି ମାଆର ଶ୍ରାଦ୍ଧ କରିବା ପାଇଁ ଗୀତାଞ୍ଜଳିଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ପାଖରେ ନଥିବା ଗୀତାଞ୍ଜଳୀ ସ୍ବାମୀଙ୍କୁ କହିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ରାଜୁ ଏକ ଧାରୁଆ ଅସ୍ତ୍ରରେ ପତ୍ନୀକୁ ହତ୍ୟା କରିଥିଲା।

ଏହାପରେ ଘର ସାମ୍ନାରେ ବସି ରହିବା ସହ ପଡୋଶୀ ଘରକୁ ଫୋନ କରି ରାଜୁ ହତ୍ୟା ସମ୍ପର୍କରେ କହିଥିଲେ। ଘଟଣା ସମ୍ପର୍କରେ  ଜୟନ୍ତୀ ଖବର ପାଇ ଭଞ୍ଜନଗର ଥାନାରେ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ଏନେଇ କେସ୍‌ ନମ୍ବର ୪୩୬/୨୦୨୩ରେ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିଦିନ ଠାରୁ ଅଭିଯୁକ୍ତ ଜେଲରେ ରହିଥିବା ବେଳେ ଆଜି ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ୨ ବର୍ଷ ଭିତରେ ଏହି ମାମଲାର ରାୟ ପ୍ରକାଶ ପାଇଛି।ତତ୍କାଳୀନ ଥାନା ଅଧିକାରୀ ଧୀରେଶ କୁମାର ଦାସ ତଦନ୍ତକାରୀ ଅଧିକାରୀ ରହିଥିବା ବେଳେ ଏପିପି ଉଷାକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

Court judgement | ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe