ବାଙ୍ଗିରିପୋଷି: ମୟୂରଭଞ୍ଜଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ଶିମିଳା ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ହତ୍ୟାକାଣ୍ଡ। ସ୍ବାମୀର ମାଡ଼ରେ ସ୍ତ୍ରୀ ନିଧି ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ, ପୁଲିସ ଅଭିଯୁକ୍ତ ସ୍ବାମୀ ନରେନ୍ଦ୍ର ସିଂଙ୍କୁ ଗିରଫ କରିଛି।

Advertisment

ପୁଲିସର ସୂଚନା ଅନୁସାରେ, କୌଣସି ଅଜଣା କାରଣକୁ ନେଇ ଗତରାତିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତୀବ୍ର ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ଉତ୍ତେଜିତ ହୋଇ ସ୍ବାମୀ ନରେନ୍ଦ୍ର ସିଂ ଏକ ବାଡ଼ି  ଦ୍ୱାରା ନିଧି ମୁଣ୍ଡାଙ୍କୁ ନିର୍ଦ୍ଧୁମ ପିଟିଥିବା କାରଣରୁ ତାଙ୍କ ତାଙ୍କ ମୃତ୍ୟୁ ହୋଇଛି ବୋଲି ପୁଲିସ ପକ୍ଷରୁ ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ:Vigilance Raid Forester ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ଘଟଣାସ୍ଥଳରେ ସାଇନଟିଫିକ ଟିମ୍

ଘଟଣାର ସୂଚନା ପାଇ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଘଟଣାସ୍ଥଳରେ ସାଇନଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଥିବା ବେଳେ, ସମସ୍ତ ପ୍ରମାଣ ସଂଗ୍ରହ କରାଯାଉଛି।
ପୁଲିସ ସୂଚନା ଅନୁଯାୟୀ,ବହଡାଗୋଡା ଅଞ୍ଚଳର ନରେନ୍ଦ୍ର ସିଂ, ଶିମିଳା ଅଞ୍ଚଳର ନିଧି ମୁଣ୍ଡାଙ୍କ ତୃତୀୟ ସ୍ବାମୀ ଥିଲେ। ସେମାନେ ଶିମିଳା ଗ୍ରାମରେ ଏକ ଜରି ଲଗା ପାଲ ତଳେ ବସବାସ କରୁଥିଲେ।

ଆହୁରି ପଢ଼ନ୍ତୁ: BJP Ex-mla Sanchita Mohanty No More ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି
ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ, ପୁଲିସ ପକ୍ଷରୁ ଘଟଣାର ସମସ୍ତ ଦିଗରେ ତଦନ୍ତ ଚାଲିଥିବା ଜଣାଯାଇଛି।