ମାଲକାନଗିରି: ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସକୁ ଖବର ମିଳିଥିଲା। ଆଜି ଭୋର ସକାଳୁ ମାଲକାନଗିରି ସମେତ ଏମପିଭି-୧୦ସ୍ଥିତ ତାଙ୍କ ଘର, ଅଫିସ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକାକାଳୀନ ଚଢ଼ାଉ ଚାଲିଛି।

Advertisment

ତଦନ୍ତ ପରେ ସଠିକ ସମ୍ପତ୍ତି ସମ୍ପର୍କରେ କୁହାଯାଇପାରିବ ବୋଲି ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣି ସୂଚନା ଦେଇଛନ୍ତି।

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସେଟେଲମେଣ୍ଟ (ବନ୍ଦୋବସ୍ତ) ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ(SRA)ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଥିଲା। ଏନେଇ ତାଙ୍କର  ଚାରୋଟି ସମ୍ପତ୍ତି ଥିବା ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିଥିଲା।

ଆହୁରି ପଢ଼ନ୍ତୁ:2 Buses Burnt ପରମିଟ ବାହାରି ନ ଥିବାରୁ ଛିଡ଼ା ହୋଇଥିଲା ୨ ବସ, ମଧ୍ୟ ରାତ୍ରିରେ ଜାଳି ଦେଲେ ଦୁର୍ବୃତ୍ତ

କୁବେର ରାଜସ୍ବ ସହାୟକ

ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର  ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର  ୪ଟି ସ୍ଥାନରେ ଏକକାଳୀନ ଘର ତଲାସୀ  କରାଯାଇଥିଲା।

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜାରି ଏକ ସୂଚନା ଅନୁଯାୟୀ,ଚଢ଼ଉ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ବରଗଡ଼ର ଏକ ଦ୍ୱିତଳ ଆବାସିକ କୋଠା, ସମ୍ବଲପୁରର ଚାରଭାଟିରେ ଏକ କୋଠା, ବରଗଡ଼ରେ ତାଙ୍କ ପୈତୃକ ଘର ଏବଂ ସମ୍ବଲପୁରରେ ତାଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ।

ଆହୁରି ପଢ଼ନ୍ତୁ:Most Polluted Towns: ଦେଶର ୫ ପ୍ରଦୂଷିତ ସ୍ଥାନ ମଧ୍ୟରେ ଓଡ଼ିଶାର ୩ ସହର, AQIରେ ଦିଲ୍ଲୀ ପଛରେ ପଡ଼ିଲା

ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ

ସୁନ୍ଦରଗଡ଼: ସିଭିଲ ସ୍ପଲାଏ ଅଫିସ (OSCSC)ର ସୁନ୍ଦରଗଡ଼ସ୍ଥିତ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କ ବିରୋ?ଧରେ ଆୟଠାରୁ ଅଧିକ ସମ୍ପତ୍ତି (DA)ରଖିବା ଅଭିଯୋଗ ହୋଇଛି।  

ବାଲେଶ୍ବର, ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ର ୩ ଜଣ ଡିଏସପି( DSP), ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର ନିମ୍ନଲିଖିତ ୫ଟି ସ୍ଥାନରେ ଏକକାଳୀନ ଘର ତଲାସୀ କରାଯାଇଥିଲା।

୩ ମହଲା ବିଶିଷ୍ଟ ୨ ଟି ବଡ଼ କୋଠା

ଆହୁରି ପଢ଼ନ୍ତୁ:Farmers Protest:ଦମ୍ ଦେଖାଇଲେ ଝରିଗାଁ ବ୍ଲକ କୃଷକ ମହାସଂଘ: ଉଚିତ୍ ମୂଲ୍ୟରେ ମକା ଓ ମଣ୍ଡିରେ ଧାନ ବିକ୍ରି ନେଇ ଆନ୍ଦୋଳନ

ଚଢ଼ଉ ସ୍ଥାନ:

(୧) ବାଲେଶ୍ୱରର ଗୋପାଳଗାଁରେ ଆବାସିକ ତିନି ମହଲା କୋଠା

(୨) ବାଲେଶ୍ୱରର ଗୋପାଳଗାଁରେ ତିନି ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ଜିମ୍।

(୩) ବାଲେଶ୍ବରରେ କଲ୍ୟାଣ ମଣ୍ଡପ |

(୪) ସୁନ୍ଦରଗଡ଼ରେ ତାଙ୍କର କାର୍ଯ୍ୟାଳୟ।

(୫) ସୁନ୍ଦରଗଡ଼ରେ ଭଡ଼ା ଘର।

 ବାଲେଶ୍ୱରର ପ୍ରାଇମ ଲୋକେସନରେ ୩ ମହଲା ବିଶିଷ୍ଟ ୨ ଟି ବଡ଼କୋଠା , ଜିମ୍  ଓ ବିବାହ କଲ୍ୟାଣ ମଣ୍ଡପ ଦେଖି  ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।