ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକରେ ୯୦ ପ୍ରତିଶତ ଲୋକ ଚାଷ କରୁଥିବା ବେଳେ ପ୍ରାୟ ଚାଷୀ ମକା ଚାଷ କରି ଭଲ ରୋଜଗାର କରୁଥିଲେ। ଗତବର୍ଷ ତୁଳନାରେ ଚଳିତ ବର୍ଷ ମକା ଦର ଢେର କମି ଯାଇଛି। ଗତବର୍ଷ ଚାଷୀମାନେ ମକା କ୍ୟୁଣ୍ଟାଲ ପିଛା ୨୩ଶହ ଟଙ୍କାରେ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ମକା ମାତ୍ର ୧୭ ଶହ ଟଙ୍କା ରହିଥିବା ଜଣାପଡ଼ିଛି। କ୍ୟୁଣ୍ଟାଲ ପିଛା ପ୍ରାୟ ୬ଶହ ଟଙ୍କା ମକା ଚାଷୀଙ୍କୁ କ୍ଷତି ସହିବା ପାଇଁ ପଡୁଛି। ସେହିପରି ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କ୍ରୟ ହେଉନାହିଁ।
କ୍ୟୁଣ୍ଟାଲ ପିଛା ୬ଶହ ଟଙ୍କା କ୍ଷତି ସହୁଛନ୍ତି ମକା ଚାଷୀ
ପ୍ରଶାସନ ପକ୍ଷରୁ ଚାଷୀଙ୍କ ମକାକୁ ଉଚିତ ମୂଲ୍ୟରେ ବିକ୍ରି ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିବା ଯୋଗୁଁ ଉଚିତ ମୂଲ୍ୟରେ ମକା ବିକ୍ରି ପାଇଁ ବ୍ୟବସ୍ଥା କରିବା ସହ ଧାନ ମଣ୍ଡିରେ ଧାନ କ୍ରୟ ପାଇଁ ପ୍ରଶାସନକୁ ସମୟ ମଧ୍ୟ ଦିଆଯାଇଥିଲା। ତେବେ ସମୟ ସୀମା ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ସୋମବାର ଝରିଗାଁ ବ୍ଲକ କୃଷକ ମହାସଂଘ ପକ୍ଷରୁ ଆନ୍ଦୋଳନ ଜରଦାର କରାଯାଇଛି।
ଆହୁରି ପଢ଼ନ୍ତୁ:Murder: ଅବସରପ୍ରାପ୍ତ ପ୍ରାପ୍ତ ଏଲଏଚବିଙ୍କୁ ହତ୍ୟା : ସ୍କୁଟି ନେଇ ଫେରାର
ଯେଉଁ ଦିନ ପର୍ଯ୍ୟନ୍ତ ଚାଷୀଙ୍କ ମକା ଉଚିତ ମୂଲ୍ୟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇ ନାହିଁ ଏବଂ ଧାନ ମଣ୍ଡିରେ ସମସ୍ତ ଚାଷୀଙ୍କ ଧାନ କ୍ରୟ ହୋଇ ନାହିଁ ସେହି ଦିନ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ରହିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି। ମକାର ଅଭାବ ବିକ୍ରି ଓ ମଣ୍ଡିରୁ ଧାନ ଉଠୁନ ଥିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି।
ସୋମବାର ଝରିଗାଁ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଶହ ଶହ ଚାଷୀ ଓ ଶତାଧିକ ଟ୍ରାକ୍ଟର ଝରିଗାଁ ବ୍ଲକ ସଦର ମହକୁମା ଠାରେ ଏକତ୍ରିତ ହୋଇଥିଲେ।ପରେ ଝରିଗାଁ ଛକରେ ରାସ୍ତା ଉପରେ ଧାନ ଓ ମକା ବସ୍ତା ସହ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରିଛନ୍ତି।ରାସ୍ତା ଅବରୋଧ ଯୋଗୁଁ ଯାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହୋଉଥିବା ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ:Train Incident: ଚଳନ୍ତା ଟ୍ରେନରୁ କଲେଜ ଛାତ୍ରୀଙ୍କୁ ଠେଲିଦେଲେ ୫୦ ବର୍ଷୀୟ ବ୍ୟକ୍ତି
ଚନ୍ଦାହାଣ୍ଡି ବ୍ଲକ ସହ ଛତିଶଗଡ଼ ଯିବା ପାଇଁ ଯାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ଚାଷୀ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/22/kisan-mahasangh-shows-its-strength-2025-12-22-14-08-54.jpg)