Husband lodges fir as his Wife Missed Photograph: (sambad.in)
ମୈଦଲପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଡୁମୁରିପଦର ଗ୍ରାମର ଜଣେ ମହିଳା ବୁଧବାର ଦିନ ଦ୍ଵିପ୍ରହରରୁ ନିଖୋଜ ଅଛନ୍ତିl ସୂଚନା ଅନୁସାରେ ଡୁମୁରିପଦର ଗ୍ରାମର ବଳରାମ ଗୌଡ଼ଙ୍କ ସ୍ତ୍ରୀ କୁସୁମା ଗୌଡ଼ ଘରେ ସ୍ୱାମୀ ନ ଥିବା ବେଳେ ଦିନ ୨ଟା ସମୟରେ ଘରୁ ବାହାରି କୁଆଡ଼େ ଚାଲିଯାଇଥିବା ନେଇ ସ୍ୱାମୀ ବଳରାମ ଥାନାରେ ଏତଲା ଦେଇଛନ୍ତି l
ସାହିପଡ଼ିଶା ଘରେ ଖୋଜାଖୋଜି କରିଥିଲେ
ସ୍ୱାମୀ ଘରକୁ ଫେରି ନିଜ ସ୍ତ୍ରୀଙ୍କର ସନ୍ଧାନ ନ ପାଇ ବିଚଳିତ ହୋଇ ସାହିପଡ଼ିଶା ଘରେ ଖୋଜାଖୋଜି କରିଥିଲେ l ପରେ କୌଣସି ଖବର ନ ମିଳିବାରୁ ଆଖ ପାଖ ଗାଁ ନିଜ ସମ୍ପର୍କୀୟଙ୍କୁ ପଚାରିଥିଲେ l ଶେଷରେ ନିରାଶ ହୋଇ ସ୍ୱାମୀ ବଳରାମ ଗୌଡ଼ ମୈଦଲପୁର ଥାନାରେ ନିଜ ସ୍ତ୍ରୀ ନିଖୋଜ ଥିବା ନେଇ ଏତଲା ଦେଇଛନ୍ତି l
ଆହୁରି ପଢ଼ନ୍ତୁ Lady Forester Demands Bribe ଖୋଲାଖୋଲି ଲାଞ୍ଚ ମାଗିଲେ ମହିଳା ଫରେଷ୍ଟର, ଟ୍ରାକ୍ଟର ଅଟକାଇଲେ
Follow Us