ମୁମ୍ବାଇ: ବଲିଉଡ୍ ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଫିଲ୍ମ 'ସନମ ତେରୀ କସମ' ୨୦୧୬ରେ ମୁକ୍ତିଲାଭ କରିଥିଲା। ପ୍ରଥମ ମୁକ୍ତିଲାଭରେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ୯ ବର୍ଷ ପରେ ଫିଲ୍ମଟି ପୁନଃ ମୁକ୍ତିଲାଭ ହେବାପରେ ହିଟ୍ ହୋଇଛି। ଇତିମଧ୍ୟରେ, ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ହର୍ଷବର୍ଦ୍ଧନ ରାଣେ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। 'ସନମ୍ ତେରୀ କସମ୍'ର ସିକ୍ୱେଲ୍ 'ସନମ ତେରୀ କସମ ୨' ଘୋଷଣା ହେବାପରେ, ଅଭିନେତ୍ରୀ ମାୱରା ଏହାର ଅଂଶ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ: ନିଜକୁ ହାଇଦ୍ରାବାଦୀ କହିଲେ ରଶ୍ମିକା
'ସନମ ତେରୀ କସମ' ୨୦୧୬ରେ ମୁକ୍ତିଲାଭ କରିଥିଲା। ପ୍ରଥମ ମୁକ୍ତିଲାଭରେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ୯ ବର୍ଷ ପରେ ଫିଲ୍ମଟି ପୁନଃ ମୁକ୍ତିଲାଭ ହେବାପରେ ହିଟ୍ ହୋଇଛି।
ସୂଚନା ମୁତାବକ, ନିକଟରେ ଅଭିନେତ୍ରୀ ମାୱରା ହୋକେନ୍ ବିବାହ ପରେ ପ୍ରଥମ ଥର ପାଇଁ ଏକ ସାକ୍ଷାତକାରରେ ନଜର ଆସିଥିଲେ। ଫରିଦୁନ ଶାହରିୟାରଙ୍କ ସହ କଥାବାର୍ତ୍ତା ସମୟରେ ମାୱରା କହିଥିଲେ ଯେ, ''ମୁଁ ସନମ ତେରୀ କସମ ୨'ର ଅଂଶ ହେବାକୁ ପସନ୍ଦ କରିବି। 'ସନମ ତେରୀ କସମ ୨' ମୁଁ କରେ କି ଅନ୍ୟ କିଏ ବି କରନ୍ତୁ, ମୁଁ ଏତିକି ଜାଣିଛି ଯେ ମୋ ପ୍ରଯୋଜକମାନେ ଏହି ଫିଲ୍ମକୁ ମିଳୁଥିବା ସଫଳତାର ପ୍ରକୃତ ଯୋଗ୍ୟ ଅଟନ୍ତି ।''
'ସନମ୍ ତେରୀ କସମ୍'ର ପୁନଃ ମୁକ୍ତିଲାଭ ହେବାପରେ ମାୱରା କହିଥିଲେ ଯେ, ''ସତ କହିବାକୁ ଗଲେ, ଯଦି ଫିଲ୍ମକୁ ଏହି ସଫଳତା ହାସଲ କରିବା ପାଇଁ ନଅ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା, ତେବେ ମୁଁ ଭାବୁଛି ଏହା ମୋ ସ୍ୱାମୀଙ୍କ ଭାଗ୍ୟ।' କାରଣ ସେବେଠାରୁ କେବଳ ଏହା ହିଁ ପରିବର୍ତ୍ତନ ହୋଇଛି। ଫିଲ୍ମଟି ସବୁବେଳେ ଥିଲା ଏବଂ ସବୁକିଛି ସେଠାରେ ଥିଲା। କିନ୍ତୁ ମୁଁ ପ୍ରକୃତରେ ଭାବୁଛି ଏହା ବିବାହର ଭାଗ୍ୟ କାରଣ ଏହା ପ୍ରକୃତରେ ସମାନ ତାରିଖ।''
ଆପଣଙ୍କୁ କହି ରଖୁଛୁ ଯେ, 'ସନମ୍ ତେରୀ କସମ୍'ର ଅଭିନେତ୍ରୀ ମାୱରା ହୋକେନ୍ ଚଳିତ ବର୍ଷ ଫେବ୍ରୁଆରି ୫ ତାରିଖରେ ପାକିସ୍ତାନୀ ଅଭିନେତା ଆମିର ଗିଲାନିଙ୍କୁ ବିବାହ କରିଥିଲେ। ଆଉ 'ସନମ୍ ତେରୀ କସମ୍' ୨୦୧୬ ଫେବ୍ରୁଆରି ୫ରେ ମୁକ୍ତିଲାଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/16/1ZAVKkqmuApe3mCM0JL2.jpg)