ଭଲମଣିଷ ହେବାକୁ ପରାମର୍ଶ ଦେଉଥିଲେ ରମେଶ ପ୍ରଧାନ, ଅଞ୍ଚଳରେ ଶୋକର ଛାୟା

Advertisment

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ପ୍ରସାଦ ପ୍ରଧାନ ଆଉ ନାହାନ୍ତି। ବାର୍ଦ୍ଧକ୍ୟଜନିତ ସମସ୍ୟା ପାଇଁ ଗତ ୨୦ ତାରିଖ ଦିନ ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ପରିବାର ଲୋକେ ଏହି ସୂଚନା ଦେଇଛନ୍ତି।

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ପ୍ରସାଦ ପ୍ରଧାନ ଆଉ ନାହାନ୍ତି। ବାର୍ଦ୍ଧକ୍ୟଜନିତ ସମସ୍ୟା ପାଇଁ ଗତ ୨୦ ତାରିଖ ଦିନ ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ପରିବାର ଲୋକେ ଏହି ସୂଚନା ଦେଇଛନ୍ତି।

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ କଳାପଥର ଗାଁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ପ୍ରସାଦ ପ୍ରଧାନ ଆଉ ନାହାନ୍ତି। ବାର୍ଦ୍ଧକ୍ୟଜନିତ ସମସ୍ୟା ପାଇଁ ଗତ ୨୦ ତାରିଖ (ମଙ୍ଗଳବାର) ଦିନ ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ପରିବାର ଲୋକେ ଏହି ସୂଚନା ଦେଇଛନ୍ତି। ଶେଷ ସମୟରେ ତାଙ୍କର ଧର୍ମ ପତ୍ନୀ ଉଦିଆଁ ପ୍ରଧାନ, ଦୁଇ ଝିଅ, ପୁଅ-ବୋହୂ, ନାତି-ନାତୁଣୀ, ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ରମେଶ ପ୍ରସାଦଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପାର୍ଥିବ ଶରୀରରେ ବଡ଼ ପୁଅ ଶତାନନ୍ଦ ପ୍ରଧାନ ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତଃ ପ୍ରଧାନ ବୀରମହାରାଜପୁର ବ୍ଲକ କେନ୍‌ଝିରିଆପାଲିରୁ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ରୁଗୁଡ଼ିପାଲିକୁ ବଦଳି ହୋଇଥିଲେ। ଉଲୁଣ୍ଡା ବ୍ଲକର ଜୟପୁର ଓ ନୂଆପାଲିରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଆଦର୍ଶ ଶିକ୍ଷକ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ। ଶେଷ ନିଃଶ୍ବାସ ନେବା ପୂର୍ବରୁ ପରିବାରର ସମସ୍ତଙ୍କୁ ମିଳିମିଶି ରହିବା, ଅନ୍ୟାୟ-ଅପରାଧ ନକରିବା, ଅନ୍ୟଙ୍କୁ ସାହାଯ୍ୟ କରିବା ଓ ଧର୍ମପଥରେ ଚାଲିବାକୁ ପରାମର୍ଶ ଦେଉଥିଲେ। 

publive-image

ସ୍ବର୍ଗତଃ ପ୍ରଧାନ ଏକାଧାରରେ ସମାଜସେବୀ ଥିଲେ। ପରୋକ୍ଷରେ ରାଜନୀତିକୁ ମଧ୍ୟ ସମର୍ଥନ କରୁଥିଲେ। ଜଣେ ସ୍ନେହୀ, ପରୋପକାରୀ ଓ ଶୃଙ୍ଖଳିତ ଗୁଣର ଅଧିକାରୀ ଥିଲେ। ଆଖପାଖ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସାହାଯ୍ୟର ହାତ ବଢ଼ାଇବା ସହିତ ଲୋକଙ୍କୁ ଅନୁପ୍ରାଣିତ କରୁଥିଲେ। 

ଶିକ୍ଷାର ବିକାଶ ପାଇଁ ସ୍ବର୍ଗତଃ ପ୍ରଧାନ ବ୍ୟକ୍ତିଗତସ୍ତରରେ ପଦକ୍ଷେପ ନେଇଥିଲେ। ଏଥି ପାଇଁ ସେ ସତ୍ୟବାଦୀ ଉଚ୍ଚବିଦ୍ୟାଳୟକୁ ଜମି ଦାନ ଦେଇଥିଲେ। ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ଜଣେ କୃଷ୍ଣ ଭକ୍ତ ଥିଲେ ମଧ୍ୟ ଶିବ ମନ୍ଦିର (ମହାକାଳେଶ୍ବର) ପ୍ରତିଷ୍ଠା କରାଇଥିଲେ। ନୀତି ନିଷ୍ଠ ମଣିଷ ହୋଇଥିବାରୁ ନ୍ୟାୟ ଆଶାରେ ଆସୁଥିବା ଦୁଃଖୀ ଲୋକଙ୍କୁ ସାହାଯ୍ୟ ଯୋଗାଉ ଥିଲେ।

ସମାଜ ସଂସ୍କାରକ ଭାବେ ମଧ୍ୟ ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜଣେ କର୍ତ୍ତବ୍ୟନୀଷ୍ଠ ବାପା ଭାବେ ନିଜ ପୁଅ-ଝିଅ ଓ ନାତି-ନାତୁଣୀଙ୍କୁ ମଣିଷ ପରି ମଣିଷ ଟିଏ କରି, ଉତ୍ତମ ସଂସ୍କାର ଦେଇ ସମାଜ ଆଗରେ ଠିଆ ହେବାର ଯୋଗ୍ୟ କରାଇଛନ୍ତି। ପଡୋଶୀଙ୍କୁ ମଧ୍ୟ ଶିକ୍ଷାର ମହତ୍ତ୍ଵ ବୁଝାଇ ପରାମର୍ଶ ଦେଉଥିଲେ। ନିଜେ ନଖାଇ ଦୁଃଖୀ, ଦରିଦ୍ରଙ୍କୁ ସାହାଯ୍ୟ କରିବାକୁ ଭୁଲିନଥିଲେ। କହିବାକୁ ଗଲେ ସେ ବିରଳ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ସେ ବିଂଶ ଦଶକର ମଣିଷ ହେଲେ ମଧ୍ୟ ନୂତନ ପିଢ଼ିର ଚିନ୍ତାଧାରାକୁ ଗୁରୁତ୍ଵ ଦେଉଥିଲେ। ବିଶେଷ କରି ପୁଅ-ଝଅ ଭିତରେ ଭେଦଭାବ ନରଖିବା, ଝିଅଙ୍କୁ ଉଚିତ୍ ଶିକ୍ଷା ଦେବା, ସଂସ୍କାର, ଶିକ୍ଷା, ଉନ୍ନତି, ଠିକ୍ ବିଚାର ଓ ଯୁଗ ସହ ତାଳ ମିଳାଇ ଚାଲିବାକୁ ପରାମର୍ଶ ଦେଉଥିଲେ।

Subarnapur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe