ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପକୁ ଠାବ କରିଛି। ଏହି ମାଓ ଡମ୍ପରୁ ବହୁ ପରିମାଣର ବିସ୍ଫୋରକ, ବିସ୍ଫୋରକ, ହତିଆର ଇତ୍ୟାଦି ଜବତ କରାଯାଇଛି।
ବିଶେଷ ସୂତ୍ରରୁ ଖବର ପାଇ ସୁକମା ଜିଲ୍ଲା ପୁଲିସ, କୋବ୍ରା ଯବାନ, ସିଆରପିଏଫ ଯବାନ ବୋଟିଲଙ୍କା, ଇରାପାଲ୍ଲୀ, କୋଇମେଟା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ତେବେ କୋଇମେଟା ଜଂଗଲରେ ନକ୍ସଲ ଏକ ଡମ୍ପ କରି ସେଥିରେ ବିପୁଳ ପରିମାଣର ଦେଶୀ ବନ୍ଧୁକ ସହ ବିସ୍ଫୋରକ ଗଚ୍ଛିତ କରି ରଖିଥିଲେ। ଏହି ହତିଆର ଓ ବିସ୍ଫୋରକଗୁଡିକ ଆଗାମୀ ଦିନରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଗଚ୍ଛିତ କରି ରଖାଯାଇଥିବା ପୁଲିସ କହିଛି।
ସୁକମା ଜିଲ୍ଲା ପୁଲିସ, କୋବ୍ରା ଯବାନ, ସିଆରପିଏଫ ଯବାନ ବୋଟିଲଙ୍କା, ଇରାପାଲ୍ଲୀ, କୋଇମେଟା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ତେବେ କୋଇମେଟା ଜଂଗଲରେ ନକ୍ସଲ ଏକ ଡମ୍ପ କରି ସେଥିରେ ବିପୁଳ ପରିମାଣର ଦେଶୀ ବନ୍ଧୁକ ସହ ବିସ୍ଫୋରକ ଗଚ୍ଛିତ କରି ରଖିଥିଲେ।
/filters:format(webp)/sambad/media/media_files/2025/08/24/mkg-mao-dump-udhar-1-2025-08-24-18-08-51.jpg)
ସେହିପରି ନାରାୟଣପୁର ଜିଲ୍ଲାର ମାରକାବେଡା ଜଂଗଲରେ ଆଇଟିବିପି ଓ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲା। ତୁରନ୍ତ ଯବାନ ଜଂଗଲକୁ ଘେରି ସେହି ବ୍ୟକ୍ତିକୁ ଗିରଫ କରିଥିଲେ। ବ୍ୟକ୍ତି ଜଣକ ହେଲେ ଇନ୍ଦ୍ରାବତୀ ମାଓ ଡିଭିଜନର ସଦସ୍ୟ ମଡ୍ଡା କୁହଡ଼ାମ। ମଡ୍ଡା କୁଡ଼ାମକୁ ଧରିବା ପରେ ପଚରାଉଚରା କରିଥିଲେ।
ଗିରଫ ନକ୍ସଲ ନିକଟରୁ ବନ୍ଧୁକ ଓ ବିସ୍ଫୋଟକ ଜବତ କରାଯାଇଛି। ଗିରଫ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଂଗଲରେ ଲ୍ୟାଣ୍ଡମାଇନ ଖଞ୍ଜୁ ଥିଲା। ପୁଲିସ ଗିରଫ ନକ୍ସଲକୁ କୋର୍ଟ ଚାଲାଣ କରିଥିବା କହିଛି।
Malkangiri | maoists
Follow Us