ମାଓ ଡମ୍ପ ଉଦ୍ଧାର: ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ

Advertisment

ପଡ଼ୋଶୀ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ତରଫରୁ କିମ୍ବିଂ ବେଳେ ମାଓ ଡମ୍ପକୁ ଉଦ୍ଧାର କରାଯାଇଛି। ସୁକମା ଜିଲ୍ଲାର ମେଟାଗୁଡା ଠାରେ ନୂତନ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଯବାନ ସେହି ଅଂଚଳରେ ଲଗାତାର ସର୍ଚ୍ଚ ଅପରେସନ କରୁଥିଲେ।

ପଡ଼ୋଶୀ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ତରଫରୁ କିମ୍ବିଂ ବେଳେ ମାଓ ଡମ୍ପକୁ ଉଦ୍ଧାର କରାଯାଇଛି। ସୁକମା ଜିଲ୍ଲାର ମେଟାଗୁଡା ଠାରେ ନୂତନ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଯବାନ ସେହି ଅଂଚଳରେ ଲଗାତାର ସର୍ଚ୍ଚ ଅପରେସନ କରୁଥିଲେ।

naxal

naxals goods Photograph: (Sambad )

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ତରଫରୁ କିମ୍ବିଂ ବେଳେ ମାଓ ଡମ୍ପକୁ ଉଦ୍ଧାର କରାଯାଇଛି। ସୁକମା ଜିଲ୍ଲାର ମେଟାଗୁଡା ଠାରେ ନୂତନ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଯବାନ ସେହି ଅଂଚଳରେ ଲଗାତାର ସର୍ଚ୍ଚ ଅପରେସନ କରୁଥିଲେ।

ଆଜି ସର୍ଚ୍ଚ ଅପରେସନ ବେଳେ କେମଟା ଜଂଗଲରେ ନକ୍ସଲ ପାହାଡର ଗୁମ୍ଫାରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବିସ୍ଫୋରକ ଡମ୍ପ କରି ରଖିଥିବା ଦେଖିବାକୁ ପାଇଥିଲେ। 

ଏହି ଡମ୍ପରେ ଦୁଇଟି ଦେଶୀ ରାଇଫଲ,୬୦ ଲିଟର ତରଳ ବିସ୍ଫୋରକ, ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର,୫୦୦ ଗ୍ରାମ ବିସ୍ଫୋରକ, ୫୦୦ ଗ୍ରାମ ଗନ ପାଉଡର, ବୋମା ସହ ୪୨ ପ୍ରକାର ବିଭିନ୍ନ ରକମର ବୋମା ତିଆରି କରିବା ସାମଗ୍ରୀ ଜବତ କରିଥିଲେ। ତେବେ ନକ୍ସଲଙ୍କ ଏକ ବଡ ଧରଣର ପ୍ଲାନକୁ ଭଣ୍ଡୁର କରିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe