Paddy Seized ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଏନଫୋର୍ସମେଣ୍ଟ ଟିମ୍ ର ଚଢ଼ାଉ, ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିବା ଧାନ ଜବତ

Advertisment

ଜଳେଶ୍ଵର ଥାନା ଅଧୀନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରୁ ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଆସୁଥିବା ୩ଟି ଧାନ ଟ୍ରକକୁ ଯାଞ୍ଚ ଦାୟିତ୍ଵରେ ଥିବା ଏନଫୋର୍ସମେଣ୍ଟ ଜବତ କରିଛି।

ଜଳେଶ୍ଵର ଥାନା ଅଧୀନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରୁ ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଆସୁଥିବା ୩ଟି ଧାନ ଟ୍ରକକୁ ଯାଞ୍ଚ ଦାୟିତ୍ଵରେ ଥିବା ଏନଫୋର୍ସମେଣ୍ଟ ଜବତ କରିଛି।

Untitled

ilegal paddy seized at jaleswar Photograph: (Sambad.in)

ଜଳେଶ୍ଵର: ଜଳେଶ୍ଵର ଥାନା ଅଧୀନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରୁ ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଆସୁଥିବା ୩ଟି ଧାନ ଟ୍ରକକୁ ଯାଞ୍ଚ ଦାୟିତ୍ଵରେ ଥିବା ଏନଫୋର୍ସମେଣ୍ଟ ଜବତ କରିଛି। ଏହି ୩ ଟ୍ରକ୍ ରେ ୧୮ ଶହ ବ୍ୟାଗ ଧାନ ଯାହାର ଓଜନ ୯ ଶହ କ୍ୟୁଣ୍ଟାଲ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୧୧ ଟା ସମୟରେ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଯୋଗାଣ ବିଭାଗ ଦ୍ବାରା ନିୟୋଜିତ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ୩ଟି ମାଲ ବୋଝେଇ ଟ୍ରକ ପଶ୍ଚିମବଙ୍ଗରୁ ଓଡ଼ିଶା ଭିତରକୁ ପ୍ରବେଶ କରୁଥିଲା।ଏନଫୋର୍ସମେଣ୍ଟ ଟିମ୍ ର ସନ୍ଦେହ ହେବାରୁ ଟ୍ରକ୍ ୩ ଟିକୁ ଅଟକ ରଖି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ୩ ଟି ଟ୍ରକ ରେ ସମୁଦାୟ ୧୮୦୦ ବ୍ୟାଗ ଧାନ ଥିବାବେଳେ ଏହାର ଓଜନ ୯ ଶହ କ୍ୟୁଣ୍ଟାଲ ବୋଲି ଜଣାପଡିଥିଲା। 

ଆହୁରି ପଢ଼ନ୍ତୁ: Virat Kohli Instagram ଚର୍ଚ୍ଚାରେ ବିରାଟ୍ କୋହଲିଙ୍କ ଇନଷ୍ଟା ଆକାଉଣ୍ଟ୍

ଟ୍ରେଡିଂ ଲାଇସେନ୍ସ ନଥିଲା

ପଶ୍ଚିମବଙ୍ଗର ବିଜୟ ମାହାନା ନାମକ ଜଣେ ବ୍ୟବସାୟୀ ଏହି ଧାନ ପଶ୍ଚିମବଙ୍ଗର ଚାଷୀଙ୍କ ଠାରୁ କିଣି ଆନ୍ଧ୍ରପ୍ରଦେଶକୁ ନେଉଥିବାର କାଗଜପତ୍ର ଦର୍ଶାଇଥିଲେ ମଧ୍ୟ ସେସବୁ କାଗଜପତ୍ରରେ ବିଭିନ୍ନ ତ୍ରୁଟି ଥିବା ଏନଫୋର୍ସମେଣ୍ଟ ଧରିଥିଲେ। ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶାରେ ଧାନର ସହାୟକ ମୂଲ୍ୟ ଅଧିକ ଥିବାରୁ ଏହି ଧାନକୁ ନେଇ ଏନଫୋର୍ସମେଣ୍ଟ ଟିମ୍ ର ସନ୍ଦେହ ହୋଇଥିଲା। ସବୁଠାରୁ ବଡ଼ କଥା ପଶ୍ଚିମବଙ୍ଗରୁ ଧାନ ନେଉଥିବା ବ୍ୟକ୍ତିଙ୍କ ପାଖରେ ଧାନ କିଣିବା ପାଇଁ ଟ୍ରେଡିଂ ଲାଇସେନ୍ସ ମଧ୍ୟ ନଥିଲା। ଫଳରେ ଧାନ ଟ୍ରକଗୁଡିକୁ ଅଟକ ରଖାଯାଇ ବାଲେଶ୍ଵର ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Nitish Kumar: ମହିଳାଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଘୋଷଣା କଲେ ନୀତୀଶ

ଆଜି ସକାଳେ ବାଲେଶ୍ଵର ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଜଳେଶ୍ଵରରେ ପହଞ୍ଚି ଖୋଳତାଡ଼ କରିଥିଲେ। ଧାନ ଟ୍ରକର ମାଲିକ ସନ୍ତୋଷଜନକ କାଗଜପତ୍ର ଦର୍ଶାଇ ନ ପାରିବାରୁ ଡବ୍ଲୁବି ୩୩ଇ-୮୨୯୪, ଡବ୍ଲୁବି୩୩ଇ-୮୮୩୮, ଡବ୍ଲୁବି୩୩ଏଫ୍-୧୮୩୮ ନମ୍ବରର ୩ ଟି ଧାନ ଟ୍ରକ୍ ସହ ୯ ଶହ କ୍ୟୁଣ୍ଟାଲ ଧାନକୁ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe