ସଂରକ୍ଷିତ ଜଙ୍ଗଲରୁ ବେଆଇନ ନିର୍ମିତ ୨୮ ଘର ଉଛେଦ କଲା ବନ ବିଭାଗ

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ଅନ୍ତର୍ଗତ ହାତିବାଡି ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନ ସମେତ ମୋଟ ୨୮ ଗୋଟି ଘରକୁ ବନ ବିଭାଗ ରବିବାର ଦିନ ଉଛେଦ କରିଛି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ଅନ୍ତର୍ଗତ ହାତିବାଡି ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନ ସମେତ ମୋଟ ୨୮ ଗୋଟି ଘରକୁ ବନ ବିଭାଗ ରବିବାର ଦିନ ଉଛେଦ କରିଛି।

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଅନ୍ତର୍ଗତ ହାତିବାଡି ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନ ଗୃହ ଓ ଘର ମୋଟ ୨୮ ଗୋଟି ଉଛେଦ କରିଛି। ଝରିଗାଁ ବନ ବିଭଗ ପକ୍ଷରୁ ଗତ ମାସ ୧୮ ତାରିଖ ଦିନ ହାତିବାଡି ସଂରକ୍ଷିତ ଜଙ୍ଗଲରେ ୨୮ ଜଣଙ୍କୁ ବେଆଇନ ଭାବେ ଅସ୍ଥାୟୀ ଘର ନିର୍ମାଣ କରିଥିବା ନେଇ ନୋଟିସ ଜାରି କରାଯାଇଥିଲା। ଯଦି ଅସ୍ଥାୟୀ ଘର ନିର୍ମାଣ ସମ୍ୱନ୍ଧୀୟ କିଛି ବନ ବିଭାଗର ପ୍ରମାଣ ପତ୍ର ଥିଲେ ତିନି ଦିନ ମଧ୍ୟରେ ଝରିଗାଁ ବନ ବିଭାଗ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ କୁହାଯାଇଥିଲା।

ତେବେ ଆଜି ଦିନ ୧୦ ଘଣ୍ଟା ସମୟରେ ନବରଙ୍ଗପୁର ଡିଏଫ୍‌ଓ ଶୁଭେନ୍ଦୁ ପ୍ରସାଦ ବେହେରା, ଏସିଏଫ୍‌  ସୁବାସ ଚନ୍ଦ୍ର ଖୁଣ୍ଟିଆ, ଝରୀଗାଁ ତହସିଲଦାର ସୁମନ୍ତ ପାତ୍ର, ଝରିଗାଁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସହ ନବରଙ୍ଗପୁର, କୋଡିଗାଁ, ଡାବୁଗାଁ, ଉମରକୋଟ, ରାଇଘର, ଝରୀଗାଁ  ରେଞ୍ଜର, ଫରେଷ୍ଟର ଏବଂ ଫୋରେଷ୍ଟ ଗାର୍ଡ ସହ ଝରିଗାଁ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଉଛେଦ କରିଥିଲେ। ଝରିଗାଁ ବନ ବିଭାଗ ପକ୍ଷରୁ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ କୁହାଯାଉଥିବା ବେଳେ ଯେଉଁ ମାନଙ୍କ ଘର ଭାଙ୍ଗି ଯାଇଛି ସେମାନେ ରହିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ଗତ ମାସ ୧୫ ତାରିଖ ଦିନ ଝରିଗାଁ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାତିବାଡି ଗ୍ରାମର ଜଗନ୍ନାଥ ସାନ୍ତା ବେନିୟମ ଭାବେ ମାଟି ଓ ଇଟା ଦ୍ୱାରା ଘର ନିର୍ମାଣ କରୁଥିଲେ। କୌଣସି ପ୍ରକାରେ ଝରିଗାଁ ବନ ବିଭାଗ ଖବର ପାଇ ଆଜି ସନ୍ଧ୍ୟା ୪ ଘଣ୍ଟା ସମୟରେ ଫରେଷ୍ଟର, ଫରେଷ୍ଟ ଗାର୍ଡ, ୱାଇଲ୍ଡ ଲାଇଫ ଟିମ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସଂରକ୍ଷିତ ଜଙ୍ଗଲରେ ନୂତନ ଘର ନିର୍ମାଣ ବାରଣ କରିଥିଲେ। 

publive-image

ତେବେ ନୂତନ ଘର ନିର୍ମାଣକୁ ନେଇ ଜଗନ୍ନାଥ ସାନ୍ତାଙ୍କ ପରିବାର ସହ ବନ ବିଭାଗ କର୍ମଚାରୀ ମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଏହା ପରେ ଜଗନ୍ନାଥ ସାନ୍ତାଙ୍କ ସହ ପୁଅ କୃଷ୍ଟ ସାନ୍ତା ଏବଂ ସେଠାରେ କାମ କରୁଥିବା ଅନ୍ୟ ଦୁଇ ଜଣ ବନ ବିଭାଗ କର୍ମଚାରୀ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଫରେଷ୍ଟ ଗାର୍ଡ ରାଜୁ ମଣ୍ଡଳ ତଳେ ପଡି ଯିବାର ସୁଯୋଗ ପାଇ ଜଗନ୍ନାଥ ସାନ୍ତା ଇଟା ସାହଯ୍ୟରେ ରାଜୁଙ୍କ ଆକ୍ରମଣ କରିଥିଲେ।ଫଳରେ ରାଜୁଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା।ଏହି ଘଟଣା ପରେ ଝରିଗାଁ ବନ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe