ବେଆଇନ କଇଁଛ ଚାଲାଣ ଅଟକାଇଲା ବନ ବିଭାଗ; ଜଣେ ଅଭିଯୁକ୍ତ ଗିରଫ

ନବରଂଗପୁର ଓ ମାଲକାନଗିରି ଅଞ୍ଚଳରେ ଶିକାରୀମାନେ କଇଁଛମାନଙ୍କ ଉପରେ ନଜର ପକାଉଛନ୍ତି। ଅନେକ ସମୟରେ ଏହି ଅଞ୍ଚଳରୁ ଚୋରା ଚାଲାଣ ବେଳେ କଇଁଛ ଜବତ ହେଉଛି। ପୁଣି ସମାନ ପ୍ରକାର ଅବସ୍ଥା ଦେଖାଯାଇଛି।

Tourtle seized

Tourtle seized Photograph: (sambad.in)

ଝରିଗାଁ: ନବରଂଗପୁର ଓ ମାଲକାନଗିରି ଅଞ୍ଚଳରେ ଶିକାରୀମାନେ କଇଁଛମାନଙ୍କ ଉପରେ ନଜର ପକାଉଛନ୍ତି। ଅନେକ ସମୟରେ ଏହି ଅଞ୍ଚଳରୁ ଚୋରା ଚାଲାଣ ବେଳେ କଇଁଛ ଜବତ ହେଉଛି। ପୁଣି ସମାନ ପ୍ରକାର ଅବସ୍ଥା ଦେଖାଯାଇଛି। କଳାହାଣ୍ଡି ଅଞ୍ଚଳରୁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ୪୦ଟି କଇଁଛ ଉଦ୍ଧାର କରିବାରେ ଝରିଗାଁ ବନ ବିଭାଗ ସଫଳ ହୋଇଛି। ଏଥିସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି। 

ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀ କଇଁଛ ‌ଚୋରା ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ ଝରିଗାଁ ବନ ବିଭାଗ ନିକଟରେ ଖବର ପହଞ୍ଚିଥିଲା। ପରେ କଇଁଛ ଜବତ ପାଇଁ ପରେଷ୍ଟର ଅମିତ କୁମାର ଦାସ, ବିଷମ ପୂଜାରୀ, ଗଣପତି ଭତରା ସହ ୱାଇଲଡ଼ ଲାଇପ ସ୍କୁlର୍ଡ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ କଂଗ୍ରା ଛକ ନିକଟରେ ଜଗି ରହିଥିଲେ। ସେହି ରାସ୍ତା ଦେଇ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଆସୁଥିବା ବାଇକ୍‌କୁ ବନ ବିଭାଗ କର୍ମଚାରୀ ଅଟକାଇଥିଲେ। ଯାଞ୍ଚ ପରେ ବାଇକ୍‌ରେ ଗୋଟିଏ ବସ୍ତାରେ କଇଁଛ ଥିବା ଦେଖିବାକୁ ମିଳିଥିଲା।

ବନ ବିଭାଗର କର୍ମଚାରୀମାନେ କଇଁଛ ଓ ବାଇକ୍‌ ଜବତ କରାଯିବା ସହ କଇଁଛ ଚୋରା ଚାଲାଣ କରୁଥିବା ଉମରକୋଟ ବ୍ଲକ ପୂଜାରୀଗୁଡ଼ା ୟୁଭି-୯ର ସୁରଜିତ ମଣ୍ଡଳ(୩୧)ଙ୍କୁ ଗିରଫ କରି ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିଲା। 

ଉଦ୍ଧାର କଇଁଛ ଉମରକୋଟ ଅଞ୍ଚଳ‌କୁ ବିକ୍ରି କରିବା ପାଇଁ ନିଆଯାଉଥିବା ନେଇ ଅଭିଯୁକ୍ତ ସ୍ବୀକାର କରିଥିଲା। ଏହି ଚଢ଼ଉ ସମୟରେ ୪୦ଟି କଇଁଛ ଉଦ୍ଧାର କରାଯାଇଥିବା ବେଳେ ସମସ୍ତ କଇଁଛକୁ ଝରିଗାଁ ନର୍ସରିରେ ଥିବା କୁଣ୍ଡରେ ରଖାଯାଇଛି।ନବରଙ୍ଗପୁର ଜିଲ୍ଲା ଡିଏଫ୍‌ଓଙ୍କ ପରାମର୍ଶ ପରେ ଜବତ କଇଁଛଗୁଡ଼ିକୁ କୌଣସି ଏକ ଜଳାଶୟରେ ଛଡ଼ାଯିବ ବୋଲି ଝରିଗାଁ ରେଂଜର ଶ୍ରୀ ନାୟକ ସୂଚନା ଦେଇଛନ୍ତି। କଳାହାଣ୍ଡି ଅଞ୍ଚଳରୁ ଶତାଧିକ କଇଁଛ ନବରଙ୍ଗପୁର ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ବେଳେ ଏଥିରେ ଏକ ରାକେଟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଏ ନେଇ ଅଧିକ ତଦନ୍ତ କରାଯାଉଥିବା ଶ୍ରୀ ନାୟକ କହିଛନ୍ତି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe