Important Meeting BJP: ବିଏଲ ସନ୍ତୋଷଙ୍କ ଉପସ୍ଥିତରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ଵାର ବୈଠକ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

Advertisment

ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ଉପସ୍ଥିତରେ ରାଜ୍ୟ BJP କାର୍ଯ୍ୟାଳୟରେ ବଡ଼ ବୈଠକ। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ।

ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ଉପସ୍ଥିତରେ ରାଜ୍ୟ BJP କାର୍ଯ୍ୟାଳୟରେ ବଡ଼ ବୈଠକ। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ।

bjp party office

meeting at bjp party office Photograph: (Indus Valley Times)

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବଡ଼ ବୈଠକ। ଗତକାଲି ବିଜେପି ତରଫରୁ ବିଭିନ୍ନ ମୋର୍ଚ୍ଚା ପାଇଁ ସଭାପତି ଚୟନ ହେବା ପରେ ଏବେ ରାଜ୍ୟ କାର୍ଯ୍ୟାଳୟରେ ବସିଛି ବଡ଼ ବୈଠକ। ଏହି ବୈଠକରେ ଉପସ୍ଥିତ ଅଛନ୍ତି ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ । ମିଳିଥିବା ସୂଚନା ଅନୁସାରେ, ବିଏଲ ସନ୍ତୋଷ ନୂଆ ପଦାଧିକାରୀ ଟିମ୍‌ ସହ ଆଲୋଚନା କରିବେ, ଆଉ ଦିନ ତମାମ ବିଭିନ୍ନ ପର୍ଯ୍ୟାୟରେ ବସିବ ବୈଠକ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ, ନୂଆ କରି ଦାୟିତ୍ୱ ନେଇଥିବା ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକଙ୍କ ସହିତ ବିଏଲ ସନ୍ତୋଷ ରୁଦ୍ଧଦ୍ଵାର ବୈଠକ କରିବେ। ସେହିପରି ୭ ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତିଙ୍କ ସହିତ ମଧ୍ୟ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଆଲୋଚନା କରିବେ । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ରହିଛନ୍ତି ।

ଆହୁରି ପଢନ୍ତୁ- SI Recruitment scam CBI: ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ସିବିଆଇ ପଞ୍ଝାରେ ବିହାରର ନୀତୀଶ କୁମାର 

ଅଭିଳାଷ ପଣ୍ଡା ପୁଣି ଯୁବ ମୋର୍ଚ୍ଚା ସଭାପତି

ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟ ବିଜେପିରେ ବିଭିନ୍ନ ମୋର୍ଚ୍ଚାର ନବକଳେବର ହୋଇଥିଲା । ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ଗଢ଼ିଥିଲେ ନୂଆ ଟିମ୍। କେବଳ ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ସଭାପତି ରିପିଟ୍ ହୋଇଥିବାବେଳେ, ବାକି ସବୁ ପରିବର୍ତ୍ତନ କରାଯାଇଥିଲା। ରାଜ୍ୟ ବିଜେପିର ଯୁବ ନେତା ଅଭିଳାଷ ପଣ୍ଡା ପୁଣି ହୋଇଛନ୍ତି ଯୁବ ମୋର୍ଚ୍ଚା ସଭାପତି।

ଆହୁରି ପଢନ୍ତୁ- Next PM Of Bangladesh: ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ: ଦୌଡ଼ରେ ୪ ନାମ

ସେହିଭଳି ଡ. ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି। ଏଥି ସହିତ କୃଷକ ମୋର୍ଚ୍ଚା ସଭାପତି ଭାବେ ଶୁଭ୍ରାଂଶୁ ପାଢ଼ୀ, ଏସ୍‌ସି ମୋର୍ଚ୍ଚା ସଭାପତି ଭାବେ ବାଇଧର ମଲ୍ଲିକ, ଏସ୍‌ଟି ମୋର୍ଚ୍ଚା ସଭାପତି ଭାବେ କାନ୍ଦରା ସୋରେନ୍, ଓବିସି ମୋର୍ଚ୍ଚା ସଭାପତି ଭାବେ ପ୍ରଦ୍ୟୁମ୍ନ ନାୟକଙ୍କୁ ନିଯୁକ୍ତ କରାଯାଇଛି । ଏହାସହ ଗୁରିନ୍ଦର ସିଂଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ମିଳିଛ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe