ତ୍ରିରଙ୍ଗାକୁ ସାଲାମ ଜଣାଇଲେ ମାଓ ପ୍ରଭାବିତ ଦୁର୍ଗମ ଅଞ୍ଚଳର ଗ୍ରାମବାସୀ

ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅଧିନସ୍ଥ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମଧ୍ୟ ସ୍ବାଧୀନତା ଦିବସର ଉତ୍ସବ ଜୋରସୋର ଭାବରେ ପାଳିତ ହେଇଛି। ସୀମାନ୍ତ ଝାଡ଼ଖଣ୍ଡର ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାବଳୀ, ସ୍ଥାନୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା

Triranga

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅଧିନସ୍ଥ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମଧ୍ୟ ସ୍ବାଧୀନତା ଦିବସର ଉତ୍ସବ ଜୋରସୋର ଭାବରେ ପାଳିତ ହେଇଛି। ଶୁକ୍ରବାର ସକାଳେ ଜରାଇକେଳା ସମେତ ସୀମାନ୍ତ ଝାଡ଼ଖଣ୍ଡର ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାବଳୀ, ସ୍ଥାନୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ତ୍ରିରଙ୍ଗା ଉତ୍ତୋଳନ କରା ଯାଇଥିଲା

ଏହି ଅବସରରେ ସୁରକ୍ଷା ବାହିନୀର ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ଶାନ୍ତି ଓ ବିକାଶର ପଥେ ଆଗୁଆ ବଢ଼ିବାକୁ ଆହ୍ୱାନ କରିଥିଲେ। ସେମାନେ କହିଥିଲେ, ଆଜିର ଦିନ କେବଳ ଦେଶଭକ୍ତିର ପ୍ରତୀକ ନୁହେଁ, ବରଂ ଏକତା, ସମ୍ମିଳନ ଓ ସୁରକ୍ଷାର ପ୍ରତିଜ୍ଞା ନେବାର ଅବସର। ଗ୍ରାମବାସୀମାନେ ମଧ୍ୟ ବିଶାଳ ସଂଖ୍ୟାରେ ଯୋଗଦେଇ ସୁରକ୍ଷାବଳଙ୍କ ସହିତ ତ୍ରିରଙ୍ଗାକୁ ସାଲାମ ଜଣାଇଥିଲେ। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ବାରା ଦେଶଭକ୍ତି ଗୀତ ଓ ସଙ୍ଗୀତ ପ୍ରସ୍ତୁତି ହେଇଥିଲା। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳରେ କଡ଼ା ପ୍ରହରା ବ୍ୟବସ୍ଥା ହୋଇଥିଲା ଓ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହେଲା।

ସ୍ବାଧୀନତା ଦିବସ ଅବସରରେ ସୁରକ୍ଷା ବାହିନୀର ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ଶାନ୍ତି ଓ ବିକାଶର ପଥେ ଆଗୁଆ ବଢ଼ିବାକୁ ଆହ୍ୱାନ କରିଥିଲେ। ସେମାନେ କହିଥିଲେ, ଆଜିର ଦିନ କେବଳ ଦେଶଭକ୍ତିର ପ୍ରତୀକ ନୁହେଁ, ବରଂ ଏକତା, ସମ୍ମିଳନ ଓ ସୁରକ୍ଷାର ପ୍ରତିଜ୍ଞା ନେବାର ଅବସର।

ନକ୍ସଲ ଅଞ୍ଚଳରେ ଏକଦା ଦନ ଦ୍ବିପହରେ ଅପହରଣ, ଲୁଟପାଟ, ହତ୍ୟା ଭଳି ଘଟଣା ଘଟୁଥିଲା। ବିକାଶମୂଳକ କାମ ‌ଉପରେ ପ୍ରତିବନ୍ଧକ ଦେଖାଯାଉଥିଲା। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମାନଗମନ ସ୍ବପ୍ନ ଥିଲା। ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସକୁ ନକ୍ସଲ ଲୋକଙ୍କୁ କଳାଦିବସ ରୂପେ ପାଳନ କରିବାକୁ ବାଧ୍ୟ କରୁଥିଲେ। ଏବେ ସମୟ ବଦଳିଛି। ସରକାର ସାମଗ୍ରିକ ବିକାଶ ପାଇଁ ବହୁମୁଖୀ ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ବିକାଶଧାରାରେ ପ୍ରଭାବିତ ହୋଇ ନକ୍ସଲମାନେ ଅସ୍ତ୍ର ପରିତ୍ୟାଗ କରି ସମାଜର ମୂଳ ସ୍ରୋତରେ ସାମିଲ ହେଉଛନ୍ତି। କେନ୍ଦ୍ର ସରକାର ମଧ୍ୟ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରାଯିବ ବୋଲି ଅନେକ ଥର କହିସାରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଶର ସୁରକ୍ଷା ସଂପର୍କିତ ଭାଷଣ ହେଉ ଅଥବା ସମୀକ୍ଷାରେ କହିଛନ୍ତି ୨୦୨୬ ମାର୍ଚ୍ଚ ଶେଷ ବେଳକୁ ଭାରତ ନକ୍ସଲ ମୁକ୍ତ ରାଷ୍ଟ୍ରରେ ପରିଣତ ହୋଇସାରିଥିବ। ଏହି ଲକ୍ଷ୍ୟ ନେଇ କାମ କରାଯାଉଛି। 

 maoists sundargarh | Independence Day

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe