ଗରଦପୁର: ଭାରତରେ ପଲ୍ଲୀ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ବଡ଼ ଉତ୍ସାହର ସହିତ ଶୁକ୍ରବାର ଦିନ ୭୯ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ବସନ୍ତପୁରସ୍ଥିତ ଶ୍ରୀଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି। ଏଠାରେ ତ୍ରିରଙ୍ଗା ଉତ୍ତୋଳନ ସମୟରେ କୁନିକୁନି ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।
ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ପରିସରରେ ଟ୍ରଷ୍ଟର ସମ୍ପାଦକ ସୁନୀଲ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ବାବଦରେ ଆଲୋଚନା କରିଥିଲେ।
ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ପରିସରରେ ଟ୍ରଷ୍ଟର ସମ୍ପାଦକ ସୁନୀଲ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ବାବଦରେ ଆଲୋଚନା କରିଥିଲେ। ଏହି ଅବସରରେ ବସନ୍ତପୁର ଗ୍ରାମର କୁନିକୁନି ପିଲାମାନଙ୍କ ସହିତ ଟ୍ରଷ୍ଟର ଟ୍ରଷ୍ଟି ଡଃ ରୁଦ୍ର ମହାନ୍ତି, ଚଣ୍ଡୀ ପ୍ରସାଦ ମହାନ୍ତି, ସତ୍ୟ ଶେଖର ପରିଡ଼ା, ଅମିତାଭ ସାହୁ, ସ୍ୱରୂପ ମହାନ୍ତି, ସଂଯୁକ୍ତା ବିଶ୍ୱାଳ, ରାଜଦୀପ ମହାନ୍ତି, ରଣଜିତ ମହାନ୍ତି, କମଳ ଲୋଚନ ମହାନ୍ତି ଆଦି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Follow Us