ବାରବାଟୀ ଦିନିକିଆ: ଭାରତ ଆଗରେ ୩୦୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଇଂଲଣ୍ଡ

ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ହୋଇଛି। ଟସ୍ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରିଥଲା। 

ଅଦ୍ୟତନ ହୋଇଛି
Team India at Barabati

Team India at Barabati Photograph: (sambad.in)

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ହୋଇଛି। ଟସ୍ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରିଥଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୫ ରନ୍‌ର ଆବଶ୍ୟକତା ଅଛି।

ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ୍ ଡକେଟ୍ ପାଳି ଅରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୮୧ ରନ୍‌ର ଭାଗିଦାରୀ କରିପାରିଥିଲେ। ଫିଲିପ୍ ୨୯ଟି ବଲ୍ ଖେଲି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୬ ରନ୍ କରିଥିଲେ। ସେହିପରି ବେନ୍ ଡକେଟ୍ ୫୬ଟି ବଲ୍ ଖେଳି ୧୦ଟି ଚୌକା ବଳରେ ୬୫ ରନ୍ କରିଥିଲେ। ବିସ୍ଫୋରକ ବ୍ୟାଟର ଜୋ ରୁଟ୍ ୬୯ ରନ୍ କରିଥିଲେ। ସେ ୭୨ଟି ବଲ୍ ଖେଳି ୬ଟି ଚୌକା ମାରିଥିଲେ। 


ମଧ୍ୟକ୍ରମର ବ୍ୟାଟର ହେରି ବୁକ୍, ଜୋସ ବଟଲର ଓ ଲିଆମ ଲିଭିଂଷ୍ଟୋନ୍ ମଧ୍ୟ ଦଳର ସ୍କୋର ମଜବୁତ ସ୍ଥିତିରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ।

ସେହିଭଳି ମଧ୍ୟକ୍ରମର ବ୍ୟାଟର ହେରି ବୁକ୍, ଜୋସ ବଟଲର ଓ ଲିଆମ ଲିଭିଂଷ୍ଟୋନ୍ ମଧ୍ୟ ଦଳର ସ୍କୋର ମଜବୁତ ସ୍ଥିତିରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ। ହେରି ବୁକ୍ ୩୧ ରନ୍ କରିଥିଲେ। ସେ ୫୨ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ୩୫ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୩୪ ରନ୍ କରିଥିଲେ ଜୋସ୍ ବଟଲର। ଲିଆମ ଲିଭିଂଷ୍ଟୋନ୍ଙ୍କ ବ୍ୟାଟରୁ ୪୧ ରନ୍ ଅମଳ ହୋଇଥିଲା। ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ। 

ଇଂଲଣ୍ଡର ନିମ୍ନକ୍ରମର ଖେଳାଳି ଜେମି ଓଭରଟର୍ନ ୬ ରନ୍, ଗସ ଆଟିକସନ୍ ୩ ରନ୍, ଆଦିଲ ରସିଦ ବ୍ୟକ୍ତିଗତ ଭାବେ ୧୪ ରନ୍ କରିଥିବା ବେଳେ ମାର୍କ ଉଡ ଖାତା ଖୋଲିପାରି ନଥିଲେ। ସାକିବ ମହମ୍ମଦ ଅପରାଜିତ ଥିଲେ। ଭାରତୀୟ ବୋଲର ରବୀନ୍ଦ୍ର ଜାଜେଡା ସର୍ବାଧିକ ୩ଟି ୱିକେଟ୍ ନେଇଥିଲା ବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe