ନୂଆଦିଲ୍ଲୀ: ନିକଟରେ ସମାପ୍ତ ଆସେସ ସିରିଜକୁ ୪-୧ରେ ଜିତିନେବା ପରେ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିସି) ୨୦୨୫-୨୭ ପଏଣ୍ଟ ଟେବୁଲର ଶୀର୍ଷରେ ନିଜର ସ୍ଥିତିକୁ ସୁଦୃଢ କରିନେଇଛି । କିନ୍ତୁ ଭାରତ ପାଇଁ ଆଗକୁ ସ୍ଥିତି ଆହ୍ବାନମୂଳକ ହୋଇପଡ଼ୁଛି ।

Advertisment

ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଏବେ ୮୭.୫୦ ପରସେଣ୍ଟେଜ ପଏଣ୍ଟ (ପିସିଟି) ସହ ଶୀର୍ଷରେ ରହିଛି । ନ୍ୟୁଜିଲାଣ୍ଡ ୭୭.୭୮ ପିସିଟି ସହ ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ୭୫ ପିସିଟି ସହ ଦକ୍ଷିଣ ଆଫ୍ରିକା ୩ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ୪୮.୧୫ ପିସିଟି ସହ ଭାରତ ୬ଷ୍ଠ ସ୍ଥାନରେ ରହିଛି । ଏଣୁ ଫାଇନାଲରେ ପହଞ୍ଚିବାକୁ ଭାରତକୁ ଆଗମୀ ଟେଷ୍ଟ ସିରିଜଗୁଡ଼ିକରେ ଭଲ ପ୍ରଦର୍ଶନ କରିବାକୁ ହେବ । ସେପଟେ ଆସେସ ପରାଜୟ ସହ ଇଂଲଣ୍ଡ ୩୧.୬୭ ପିଟିସି ସହ ୭ମ ସ୍ଥାନକୁ ଖସିଆସିଛି ।

Murder Puri Accused Detained ସ୍ବର୍ଗଦ୍ବାର ବାହାରେ ମୃତକଙ୍କ ସଂପର୍କୀୟଙ୍କୁ ହତ୍ୟା: ଜଣେ ଗୁରୁତର, ଅଭିଯୁକ୍ତ ଅଟକ

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିସି)ର ୨୦୨୫-୨୦୨୭ରେ ଭାରତ ମୋଟ ୧୮ଟି ଟେଷ୍ଟ ଖେଳିବ । ତା ମଧ୍ୟରେ ୨୦୨୫ରେ ଭାରତ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷ ଦୁଇଟିକିଆ ସିରିଜ ୨-୦ରେ ବିଜୟୀ ହୋଇଥିଲା ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟିକିଆ ସିରିଜକୁ ୨-୦ରେ ହାରିଯାଇଥିଲା । ଚଳିତ ବର୍ଷ ଅର୍ଥାତ ୨୦୨୬ରେ ଭାରତ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ବିପକ୍ଷରେ ୨ଟି ଲେଖାଏଁ ଟେଷ୍ଟ, ଇଂଲଣ୍ଡ ବିପକ୍ଷରେ ୫ଟି ଓ ୨୦୨୭ ଆରମ୍ଭରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ଖେଳିବ । ଏଗୁଡ଼ିକ ମଧ୍ୟରୁ ଅଷ୍ଟ୍ରେଲିଆ ବିପକ୍ଷ ୫ଟିକିଆ ସିରିଜ ଭାରତରେ ଖେଳାଯିବ । ଅନ୍ୟ ଟେଷ୍ଟଗୁଡ଼ିକ ଖେଳିବାକୁ ଭାରତ ବିଦେଶ ଗସ୍ତ କରିବ । ଏଣୁ ଫାଇନାଲ ଦୌଡ଼ରେ ରହିବାକୁ ହେଲେ ବିଦେଶ ମାଟିରେ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

Young Man Kills Cousin ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ,  ବଡ଼ ବାପା ପୁଅ ଟାଙ୍ଗିଆ ଚୋଟରେ ସାନ ବାପା ପୁଅର ଜୀବନ ଗଲା

ଶୁବମନ ଗିଲଙ୍କ ଦଳକୁ ଭଲ ପ୍ରଦର୍ଶନ କରିବାକୁ ହେବ

ବିଶେଷକରି ଇଂଲଣ୍ଡର ସ୍ବିଙ୍ଗ ପିଚରେ ଶୁବମନ ଗିଲଙ୍କ ଦଳକୁ ଭଲ ପ୍ରଦର୍ଶନ କରିବାକୁ ହେବ । ପୁଣି ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ସବୁଠାରୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇପାରେ । ସେପଟେ ଘରୋଇ ମାଟିରେ ଶକ୍ତିଶାଳୀ ଅଷ୍ଟେଲିଆର ସମ୍ମୁଖୀନ ହେବାକୁ ପଡ଼ିବ । ଏଣୁ କୁହାଯାଇପାରେ ଯେ ଭାରତ ପାଇଁ ଡବ୍ଲୁଟିସି ଫାଇନାଲରେ ପହଞ୍ଚିବା ଅସମ୍ଭବ ନ ହେଲେ ବି ଆହ୍ବାନମୂଳକ ହୋଇପାରେ ।