ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର କାର୍ଯ୍ୟସୂଚୀ ଘୋଷିତ: କଟକରେ ଟି୨୦

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ ଘରୋଇ ଆନ୍ତର୍ଜାତୀୟ କ୍ରିକେଟର କାର୍ଯ୍ୟସୂଚୀ ଘୋଷଣା କରିଛି। ଘୋଷଣା ଅନୁଯାୟୀ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଟିମ୍‌ ଭାରତ ଗସ୍ତରେ ଆସିବେ।

India Vs SF at Barabati

India Vs SF at Barabati Photograph: (sambad.in)

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଘରୋଇ ଆନ୍ତର୍ଜାତୀୟ କ୍ରିକେଟର କାର୍ଯ୍ୟସୂଚୀ ଘୋଷଣା କରିଛି। ଘୋଷଣା ଅନୁଯାୟୀ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଟିମ୍‌ ଭାରତ ଗସ୍ତରେ ଆସିବେ। କଟକ ବାରବାଟୀରେ ଦକ୍ଷିଣ ଆଫ୍ରିକା ଟିମ୍‌ ଭାରତ ବିପକ୍ଷରେ ଟି୨୦ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ଡିସେମ୍ବର ୯ରେ ଆୟୋଜନ ହେବ, ଯାହାକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।

ସେହିପରି ଗୁଆହାଟୀରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ୱେଷ୍ଟଇଣ୍ଡିଜ ଟିମ୍‌ ପ୍ରଥମେ ଏହି ଗସ୍ତରେ ଆସି ୨ଟି ଟେଷ୍ଟ ମ୍ୟାଚ ଖେଳିବ। ଅକ୍ଟୋବର ୨ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଏବଂ ୧୦ରୁ କୋଲକାତାର ଇର୍ଡେନ୍‌ ଗାର୍ଡେନ୍‌ରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏହି ସିରିଜ ପରେ ଦକ୍ଷିଣ ଆଫ୍ରିକା ଭାରତ ଆସିବ। 

ଐତିହାସିକ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ପୁଣି ଥରେ ମ୍ୟାଚ୍‌ ଆୟୋଜନ ନେଇ ଦର୍ଶକମାନଙ୍କ ମନରେ ଉତ୍ସାହ ଦେଖାଯାଇଛି। ବିଗତ ଦିନରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ୍‌ ବିଭ୍ରାଟ ଘଟଣା ଯେପରି ନଘଟିବ, ସେଥିପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ପ୍ରସ୍ତୁତି କରିଛି। 

ଭ୍ରମଣକାରୀ ଦଳ ୩ଟି ଯାକ ଫର୍ମାଟରେ ଏଠାରେ ମ୍ୟାଚ ଖେଳିବ। ଏହି ଗସ୍ତର ଆରମ୍ଭରେ ଦକ୍ଷିଣ ଆଫ୍ରିକା ୨ଟି ଟେଷ୍ଟ ଖେଳିବ। ନଭେମ୍ବର ୧୪ରୁ ନୂଆଦିଲ୍ଲୀରେ ଏବଂ ୨୨ରୁ ଗୌହାଟୀରେ ଏହି ମ୍ୟାଚ ଖେଳାଯିବ। ଏହା ପରେ ନଭେମ୍ବର ୩୦ରେ ପ୍ରଥମ ଦିିନିକିଆ ରାଂଚିରେ ଖେଳାଯିବ। ସିରିଜର ବାକି ୨ଟି ମ୍ୟାଚ ଯଥାକ୍ରମେ ଡିସେମ୍ବର ୩ ଓ ୬ରେ ରାୟପୁର ଏବଂ ବିଶାଖପାଟନମରେ ଆୟୋଜନ ହେବ। 

ଦିନିକିଆ ସିରିଜ ପରେ ଉଭୟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ। ପ୍ରଥମ ଟି୨୦ କଟକରେ ଡିସେମ୍ବର ୯ରେ ଖେଳାଯିବ। ଏହା ପରେ ବାକି ୪ଟି ମ୍ୟାଚ ୧୧, ୧୪, ୧୭ ଓ ୧୯ ଡିସେମ୍ବରରେ ଯଥାକ୍ରମେ ଚଣ୍ଡୀଗଡ, ଧର୍ମଶାଳା, ଲକ୍ଷ୍ନୌ ଓ ଅହମ୍ମଦାବାଦରେ ଆୟୋଜିତ ହେବ।

Cricket | Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe