ପାନପୋଷ ଡାକ୍ତରଖାନାରେ ଖୋଲିଲା ଅର୍ନ୍ତବିଭାଗ

Advertisment

୧୦ ବର୍ଷ ପରେ ପାନପୋଷ ଡାକ୍ତରଖାନାରେ ଅର୍ନ୍ତବିଭାଗ ଖୋଲିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିପୂରଣ ହୋଇଛି। ଗତକାଲି ରଘୁନାଥପାଲୀ ବିଧାୟକ ଶ୍ରୀ ତନ୍ତୀ ଡାକ୍ତରଖାନାର ଅର୍ନ୍ତବିଭାଗ ବୁଲି ଦେଖିଥିଲେ। ଚିକିତ୍ସିତ ହେଉଥିବା ଦୁଇ ପ୍ରସୂତି ମା’ଙ୍କୁ ଠିକ୍‌ଭାବେ ଚିକିତ୍ସା କରାଯାଉଛି କି ନାହିଁ ପଚାରି ବୁଝିଥିଲେ।

୧୦ ବର୍ଷ ପରେ ପାନପୋଷ ଡାକ୍ତରଖାନାରେ ଅର୍ନ୍ତବିଭାଗ ଖୋଲିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିପୂରଣ ହୋଇଛି। ଗତକାଲି ରଘୁନାଥପାଲୀ ବିଧାୟକ ଶ୍ରୀ ତନ୍ତୀ ଡାକ୍ତରଖାନାର ଅର୍ନ୍ତବିଭାଗ ବୁଲି ଦେଖିଥିଲେ। ଚିକିତ୍ସିତ ହେଉଥିବା ଦୁଇ ପ୍ରସୂତି ମା’ଙ୍କୁ ଠିକ୍‌ଭାବେ ଚିକିତ୍ସା କରାଯାଉଛି କି ନାହିଁ ପଚାରି ବୁଝିଥିଲେ।

ଂହୖ

ରାଉରକେଲା: ପାନପୋଷ ଉପଖଣ୍ଡୀୟ ସରକାରୀ ଡାକ୍ତରଖାନାକୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଥିଲା। ହେଲେ ଗତ ୨୦୧୪ରୁ ବନ୍ଦ ରହିଥିବା ଅର୍ନ୍ତବିଭାଗ କାର୍ଯ୍ୟକ୍ଷମ ହେଉ ନଥିଲା। ‌ବିଶେଷକରି ଗର୍ଭବତୀ ମହିଳାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କିତ ଖବର ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇବାପରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ହସ୍ତକ୍ଷେପ କରିଥିଲେ। ଡାକ୍ତରଖାନା ବୁଲିଦେବା ପରେ ଅତିରିକ୍ତ ଜିଲ୍ଲାପାଳ ଓ ସ୍ବାସ୍ଥ୍ୟବିଭାଗ ଟିମ୍‌କୁ ନେଇ ସମୀକ୍ଷା ବୈଠକ କରିଥିଲେ। ବନ୍ଦ ପଡିଥିବା ୨୦ ଶଯ୍ୟାବିଶିଷ୍ଟ ଅର୍ନ୍ତବିଭାଗକୁ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦାଗିଦ୍‌ କରିଥିଲେ। ବିଧାୟକଙ୍କ ଦାଗିଦ୍‌ ପରେ ଗତ ୧୦ ବର୍ଷ ଧରି ବନ୍ଦ ପଡିଥିବା ଅର୍ନ୍ତବିଭାଗ କାର୍ଯ୍ୟକ୍ଷମ ହୋଇଛି। ଡାକ୍ତର ସଂଖ୍ୟା ୪ରୁ ୮କୁ ବୃଦ୍ଧି ପାଇଛି। ୪ ନର୍ସିଂ ଅଫିସରରୁ ଏବେ ୧୨ ଜଣ କାର୍ଯ୍ୟ କରୁଛନ୍ତି। ଦୁଇ ଗର୍ଭବତୀ ମା’ ଭର୍ତ୍ତି ହେବା ସହ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ନବଜାତ ଶିଶୁ ରହିଥିବା ଚିକିତ୍ସାଧୀନ ଡାକ୍ତର କରିଛନ୍ତି।

୧୦ ବର୍ଷ ପରେ ପାନପୋଷ ଡାକ୍ତରଖାନାରେ ଅର୍ନ୍ତବିଭାଗ ଖୋଲିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିପୂରଣ ହୋଇଛି। ଗତକାଲି  ରଘୁନାଥପାଲୀ ବିଧାୟକ ଶ୍ରୀ ତନ୍ତୀ ଡାକ୍ତରଖାନାର ଅର୍ନ୍ତବିଭାଗ ବୁଲି ଦେଖିଥିଲେ। ଚିକିତ୍ସିତ ହେଉଥିବା ଦୁଇ ପ୍ରସୂତି ମା’ଙ୍କୁ ଠିକ୍‌ଭାବେ ଚିକିତ୍ସା କରାଯାଉଛି କି ନାହିଁ ପଚାରି ବୁଝିଥିଲେ। ଅଧୀକ୍ଷକ, ଡାକ୍ତର ଓ ନର୍ସିଂ ଅଫିସରଙ୍କ ସହ ଡାକ୍ତରଖାନାର ଅନ୍ୟ ସମସ୍ୟାଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଡାକ୍ତରଖାନା ଉପରେ ନିର୍ଭରଶୀଳ ରୋଗୀମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବାକୁ କହିଥିଲେ।

ବହିର୍ବିଭାଗରେ ଦୈନିକ ୨୫୦ରୁ ୩୦୦ ରୋଗୀ ଚିକିତ୍ସିତ ହେଉଛନ୍ତି। ମାସିକ ହାରାହାରି ୫/୬ ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି।  ଜଣେ ଅଧୀକ୍ଷକ , ୩ ଏମ୍‌ବିବିଏସ୍‌ ଡାକ୍ତର, ୩ ଫାର୍ମାସିଷ୍ଟ, ୩ ଲାବ୍ରୋଟୋରି ଟେକ୍ନିସିଆନ୍‌ ଓ ୯ ନର୍ସ କାର୍ଯ୍ୟ କରୁଥିଲେ। ଏବେ ଉଭୟ ଡାକ୍ତର ଓ ନର୍ସିଂ ଅଫିସର ବୃଦ୍ଧି କରାଯାଇଛି। ବହିର୍ବିଭାଗ ଓ ଅନ୍ତର୍ବିଭାଗ ନୂଆ କୋଠା ହୋଇଛି। ଭଙ୍ଗାଦଦରା ଘରେ କାର୍ଯ୍ୟାଳୟ ଚାଲିଛି। ଏଥିପ୍ରତି ସ୍ବାସ୍ଥ୍ୟବିଭାଗ ଧ୍ୟାନ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe