ସ୍କୁଟି ଦୁର୍ଘଟଣାରେ ଆହତ ଝିଅଙ୍କୁ ଡାକ୍ତରଖାନା ନେଲେ ବିଡିଓ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି-କଳିଙ୍ଗା ମୁଖ୍ୟରାସ୍ତା ରାଇପଦା ଛକ ନିକଟରେ ଦୁର୍ଘଟଣାରେ ଆହତ ଥିବା ଝିଅକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି-କଳିଙ୍ଗା ମୁଖ୍ୟରାସ୍ତା ରାଇପଦା ଛକ ନିକଟରେ ଦୁର୍ଘଟଣାରେ ଆହତ ଥିବା ଝିଅକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି।

G Udayagiri

G Udayagiri Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି-କଳିଙ୍ଗା ମୁଖ୍ୟରାସ୍ତା ରାଇପଦା ଛକ ନିକଟରେ ଦୁର୍ଘଟଣାରେ ଆହତ ଥିବା ଝିଅକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶରତ କୁମାର ମଲ୍ଲିକ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି। ଦୁର୍ଘଟଣାର ସାମ୍ନା କରି ଆହତ ହୋଇଥିବା ଝିଅ ହେଲେ ଏସ୍‌ ପ୍ରତ୍ୟାଷା ପ୍ରଧାନ।  

କୁରୁମିଙ୍ଗିଆ ଗ୍ରାମର ସତ୍ୟ ରଞ୍ଜନ ପ୍ରଧାନଙ୍କ ଝିଅ ଏସ୍‌ ପ୍ରତ୍ୟାଷା ପ୍ରଧାନଙ୍କ ସ୍କୁଟି ଦୁର୍ଘଟଣା ହେବା ପରେ ମୁହଁ ଏବଂ ଗୋଡ଼ରେ ଆହତ ଲାଗିଥିଲା। ଏହା ଫଳରେ ସେ ରାସ୍ତାକଡ଼ରେ ପଡ଼ି ରହିଥିଲେ। ଏହି ଘଟଣାର ଅଳ୍ପ ସମୟ ପରେ ସେହି ରାସ୍ତା ଦେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ଫେରୁଥିଲେ। ରାସ୍ତାକଡ଼ରେ ଜଣେ ଝିଅ ପଡ଼ିଥିବା ଦେଖିଥିଲେ।

ଶ୍ରୀ ମଲ୍ଲିକ ଘଟଣାସ୍ଥଳରୁ ଆହତ ଏସ ପ୍ରତ୍ୟାଷାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ବିଡ଼ିଓଙ୍କ ସାଥିରେ ଥିବା ବ୍ଲକ୍ କର୍ମଚାରୀ ଏଇଇ ଅସିତ୍ କୁମାର ସେଠୀ, ବିପିସି ଜଗନ୍ନାଥ ରଥ, ଏମଆଇ ପ୍ରଜ୍ଞା ପରମିତା ପ୍ରଧାନ, ବିଆରସି ମାନୁଆଲ ନାୟକ, ଗିଦିଆନ୍ ନାୟକ ପ୍ରମୁଖ ସହଯୋଗ କରିଥିଲେ। ବିଡ଼ିଓଙ୍କ ଏହି ସମାଜସେବା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

 Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe